ନିଖିଳ ଓଡ଼ିଶା ବେସରକାରୀ ଅଧ୍ୟାପକ ଓ କର୍ମଚାରୀ ସଂଘର ବୈଠକ : ଓମଟିଭି

ନିଖିଳ ଓଡ଼ିଶା ୬୬୨ବର୍ଗ ବେସରକାରୀ ଅଧ୍ୟପକ ଓ କର୍ମଚାରୀ ସଂଘ ଖୋର୍ଦ୍ଧାଜିଲ୍ଲା ସାଧାରଣ ବୈଠକ ଆଜି ସ୍ଥାନୀୟ ରାଜା ମଧୁସୂଦନ ଦେବ ମହାବିଦ୍ୟାଳୟ ପଟିଆ ପରିସରରେ ଅନୁଷ୍ଠିତ ହୋଇ ଯାଇଛି। ଜିଲ୍ଲା ସଭାପତି ଡ଼.ତପନ କୁମାର ଜେନାଙ୍କ ସଭାପତିତ୍ବରେ ଅନୁଷ୍ଠିତ ଏହି ବୈଠକରେ ରାଜ୍ୟ ସଭାପତି ଗୋଲକ ନାୟକ ମୁଖ୍ୟ ଅତିଥିଭାବେ ଯୋଗଦେଇ ସଂଘର ମୁଖ୍ୟର ଦାବି ଚାକିରୀ ସର୍ତାବାଳି ସହ ସମସ୍ତ କର୍ମଚାରୀଙ୍କୁ ପେନସନ ପରିସରଭୁକ୍ତ କରିବା,

ନିଖିଳ ଓଡ଼ିଶା ବେସରକାରୀ ଅଧ୍ୟାପକ ଓ କର୍ମଚାରୀ ସଂଘର ବୈଠକ : ଓମଟିଭି

ନିଖିଳ ଓଡ଼ିଶା ବେସରକାରୀ ଅଧ୍ୟାପକ ଓ କର୍ମଚାରୀ ସଂଘର ବୈଠକ : ଓମଟିଭି

: ନିଖିଳ ଓଡ଼ିଶା ୬୬୨ବର୍ଗ ବେସରକାରୀ ଅଧ୍ୟପକ ଓ କର୍ମଚାରୀ ସଂଘ ଖୋର୍ଦ୍ଧାଜିଲ୍ଲା ସାଧାରଣ ବୈଠକ ଆଜି ସ୍ଥାନୀୟ ରାଜା ମଧୁସୂଦନ ଦେବ ମହାବିଦ୍ୟାଳୟ ପଟିଆ ପରିସରରେ ଅନୁଷ୍ଠିତ ହୋଇ ଯାଇଛି। ଜିଲ୍ଲା ସଭାପତି ଡ଼.ତପନ କୁମାର ଜେନାଙ୍କ ସଭାପତିତ୍ବରେ ଅନୁଷ୍ଠିତ ଏହି ବୈଠକରେ ରାଜ୍ୟ ସଭାପତି ଗୋଲକ ନାୟକ ମୁଖ୍ୟ ଅତିଥିଭାବେ ଯୋଗଦେଇ ସଂଘର ମୁଖ୍ୟର ଦାବି ଚାକିରୀ ସର୍ତାବାଳି ସହ ସମସ୍ତ କର୍ମଚାରୀଙ୍କୁ ପେନସନ ପରିସରଭୁକ୍ତ କରିବା, ୨୦୦୮ ଓ ୨୦୧୪ ଜି.ଓରେ ଥିବା ଅସଙ୍ଗିତ ଦୂର କରିବା, ସପ୍ତମ ବେତନ କମିସନ ହିସାବକୁ କେନ୍ଦ୍ରୀୟ ନିୟମ ୨.୫୭ ହାରରେ ନିର୍ଧାରଣ କରିବା, ୨୦୧୪ ଜି.ଓରେ ଉପକୃତ କର୍ମଚାରୀଙ୍କୁ ସପ୍ତମ ବେତନ କମିସନ ହାରରେ ଦରମା ପ୍ରଦାନ, ଚାକିରି ବୟସ ସିମା ୬୦ରୁ ୬୨କୁ ବୃର୍ଦ୍ଧି ଓ ୨୦୦୮ ପରବର୍ତି ସମୟରେ ନିୟୁକ୍ତ କର୍ମଚାରୀମାନଙ୍କୁ ଅନୁଦାନ ପରିସରଭୁକ୍ତ କରିବା ଉପରେ ଗୁତୁତ୍ବ ଆରୋପ କରିଥିଲେ। ସରକାରଙ୍କ ସହ ବହୁବାର ଏନେଇ ଆଲୋଚନା ହୋଇଥିଲେ ମଧ୍ୟ ସରକାର ଉଦାସିନତା ସମସ୍ତଙ୍କୁ ଚିନ୍ତିତ କରିଥିଲା। ଆଗାମି ଦିନରେ ଏହି ଦାବି ପୁରଣ ନହେଲେ ସଂଘ ବାଧ୍ୟହୋଇ ଆନ୍ଦୋଳନ କରିବବୋଲି ଚେତାବନୀ ଦେଇଛି। ଏହି କାର୍ଯ୍ୟକ୍ରମରେ କଲେଜର ଅଧ୍ୟକ୍ଷ ପ୍ରଶାନ୍ତ କୁମାର ରାଉତ ସ୍ବାଗତ ଭାଷଣ ଦେଇଥିଲେ। ସଂଘର ଦୁଇ ସାଧାରଣ ସଂପାଦକ ସତ୍ତାପ ଉଦ୍ଦିନ ଅହମ୍ମଦ ଓ ଗଗନ ବେଉରା, ରାଜ୍ୟ କୋଷାଧକ୍ଷ ରଞ୍ଜନ ପ୍ରଧାନ, ସଂପାଦକ ପ୍ରଶାନ୍ତ ଦାସ, ଜ୍ୟୋସ୍ନାରାଣୀ ବସ୍ତିଆ, ବିଜୟ କୁମାର ପଟ୍ଟନାୟକ, ରରୋଜ ରଥ, ଅକ୍ଷୟ ଶତପଥୀ, ବିକାଶ ସ୍ବାଇଁ, କଲ୍ୟାଣ ପଣ୍ଡା, ପ୍ରେମାନନ୍ଦ ମହାରଣା, ସୁଧିର ପଟ୍ଟନାୟକ, ତ୍ରିଲୋଚନ ରଥ, ହ‌ଟକେଶ୍ବର ଶେନାପତି, ସତ୍ୟ ମହାନ୍ତି ଏବଂ ଶତାଧିକ ମହାବିଦ୍ୟାଳୟର ଅଧ୍ୟାପକ, କର୍ମଚାରୀ ସଭାରେ ଯୋଗଦେଇଥିଲେ।