ଶିକ୍ଷକ ସମାଜର ଜଣେ ଉତ୍ତମ ସଂସ୍କାରକ : ଓମଭିଟି

କ୍ଷକ ଯେ ଉତ୍ତମ ସମାଜର ସ୍ରଷ୍ଟା ତାର ଏକ ଉଦାହରଣ ଆଜି ଦେଖିବାକୁ ମିଳିଛି । ବାରିପଦା ରୁ ଶୁଳିଆପଦା ଯାଉଥିବା ରାଜ୍ୟ ସଡ଼କ ପଥରେ ଏକ ବୃହତ୍ ଗାତ ବହୁ ଦିନରୁ ଥିଲା । ଏମିତିକି ସେଇ ଗାତ ଯୋଗୁଁ ଅନେକ ଦୁର୍ଘଟଣା ମଧ୍ୟ ପୂର୍ବରୁ ଘଟିଛି ।କିସ୍ -

ଶିକ୍ଷକ ସମାଜର ଜଣେ ଉତ୍ତମ ସଂସ୍କାରକ : ଓମଭିଟି

ଶିକ୍ଷକ ସମାଜର ଜଣେ ଉତ୍ତମ ସଂସ୍କାରକ : ଓମଭିଟି

(ରିପୋର୍ଟ: ନିହାରରଂଜନ ମହାନ୍ତ): କ୍ଷକ ଯେ ଉତ୍ତମ ସମାଜର ସ୍ରଷ୍ଟା ତାର ଏକ ଉଦାହରଣ ଆଜି ଦେଖିବାକୁ ମିଳିଛି । ବାରିପଦା ରୁ ଶୁଳିଆପଦା ଯାଉଥିବା ରାଜ୍ୟ ସଡ଼କ ପଥରେ ଏକ ବୃହତ୍ ଗାତ ବହୁ ଦିନରୁ ଥିଲା । ଏମିତିକି ସେଇ ଗାତ ଯୋଗୁଁ ଅନେକ ଦୁର୍ଘଟଣା ମଧ୍ୟ ପୂର୍ବରୁ ଘଟିଛି ।କିସ୍ - ବାରିପଦା ଶାଖାର ନବ ନିଯୁକ୍ତ ପ୍ରଧାନ ଶିକ୍ଷକ ଗଣେଶ ମିଶ୍ର , ସଂସ୍କୃତ ଶିକ୍ଷକ ଚକ୍ରଧର ମହାନ୍ତ , ସାମାଜିକ ବିଜ୍ଞାନ ଶିକ୍ଷକ ପ୍ରିୟବ୍ରତ କର , ଏବଂ ବିଜ୍ଞାନ ଶିକ୍ଷକ ସୌରଭ କୁମାର ପରିଡ଼ା  ମିଶି କୋଦାଳରେ ପାଖରୁ ମାଟି ଆଣି ରାସ୍ତାର ଗାତକୁ ସମତୁଲ କରି ଅନେକ ଦୁର୍ଘଟଣା ଏଡାଇ ଦେଇଛନ୍ତି। ଏହିପରି ଏକ ଜନ ମଙ୍ଗଳକାରୀ ଦୃଶ୍ୟକୁ ରାସ୍ତାରେ ଯାଉଥିବା ବାରିପଦା ସହରର ଯୁବ ସମାଜ ସେବୀ ଚନ୍ଦନ କୁମାର ସେଜପଡା ଏବଂ ସଂସ୍କୃତ ଶିକ୍ଷୟିତ୍ରୀ  ଋତୁ ଦାଶ ଅଟକି ଯାଇ ଶିକ୍ଷକଙ୍କୁ ଧନ୍ୟବାଦ ଅର୍ପଣ ସହ ଉକ୍ତ କାର୍ଯ୍ୟରେ ନିଜକୁ ସାମିଲ କରିଥିଲେ ।