ରାସ୍ତା ନୁହେଁ ଯମଯନ୍ତା…ପାଞ୍ଚ ନମ୍ବର ୱାର୍ଡ଼କୁ ଗାଡ଼ିନେଇ ଯିବା ମନା : Ommtv Round The Clock

ରାସ୍ତା ନୁହେଁ ଯମଯନ୍ତା…ପାଞ୍ଚ ନମ୍ବର ୱାର୍ଡ଼କୁ ଗାଡ଼ିନେଇ ଯିବା ମନା : Ommtv Round The Clock

ରାସ୍ତା ନୁହେଁ ଯମଯନ୍ତା…ପାଞ୍ଚ ନମ୍ବର ୱାର୍ଡ଼କୁ ଗାଡ଼ିନେଇ ଯିବା ମନା : Ommtv Round The Clock

ରାସ୍ତା ନୁହେଁ ଯମଯନ୍ତା…ପାଞ୍ଚ ନମ୍ବର ୱାର୍ଡ଼କୁ ଗାଡ଼ିନେଇ ଯିବା ମନା : Ommtv Round The Clock

 ମଞ୍ଚେଶ୍ବର: ବିଏମସି ୱାର୍ଡ଼ ନମ୍ବର ପାଞ୍ଚର ବିଷ୍ଣୁବିହାର ରାସ୍ତା ଏବେ ଯମଯନ୍ତା ପାଲଟିଛି। ଭଲ ରାସ୍ତାକୁ ୱାଟକୋ ଏବଂ ‌ସ୍ବରେଜ ପକ୍ଷରୁ ଖୋଳାଖୋଳି କରାଯିବା ଫଳର ବର୍ତମାନ ଏହି ରାସ୍ତା ଉପାନ୍ତ ଅଞ୍ଚଳରରାସ୍ତା ପାଲଟିଛି। ଯାହାକୁ ଦେଖି ସେଠାରୁ ଆସୁଥିବା ଲୋକମାନେ ନାକ ଟେକୁଛନ୍ତି ହେଲେ ସେହି ସ୍ଥାନରେ ବସବାସ କରୁଥିବା ଲୋକମାନେ ପ୍ରତିଦିନ ହନ୍ତ ସନ୍ତ ହେଉଛନ୍ତି। ଏନେଇ ବାରମ୍ବାର ଦାବି ହେବାପରେ ଲୋକପ୍ରତିନିଧିମାନଙ୍କଠାରୁ ମିଳୁଛି କେବଳ ସୁଖିଲା ପ୍ରତିଶୃତି। ଯାହା ପୂରଣ କେବେ ହେଉନାହିଁ। ପାଲଟା ଲୋକପ୍ରତିନିଧିଙ୍କ କୁହାଳିଆ ଭାଇ ସ୍ଥାନୀୟଲୋକଙ୍କ ଏସବୁ ସମସ୍ୟାନେଇ ଗଣମାଧ୍ୟମ ଆଗରେ ମୁହଁ ନଖୋଲିବାକୁ ତାଗିଦ ମଧ୍ୟକରୁଥିବା ପ୍ରମାଣ ମିଳିଛି। ଆଗକୁ ନିର୍ବାଚନ ଥିବାରୁ କାମ ହେବକି ନାହିଁ ତାହା ଏବେ ପ୍ରଶ୍ନବାଚୀ। ବ‌ର୍ଷାଦିନେ ଲୋକମାନେ ପାଣି କାଦୁଅରେ ପଚପଚହୋଇ ଯାତାୟତ କରୁଥିଲେ। ବର୍ତମାନ ଖରାଦିନେ ରାସ୍ତାସାରା ବିରାଟକାୟ ଗାତ ଓ ଧୂଳି ନାକେଦମ କରିଦେଇଛି। ଫଳରେ ଆଖପାଖ ଲୋକ ଧୂଳି ଜନିତ ରୋଗର ଶିକାର ହେଉଥିବା ଦେଖିବାକୁ ମିଳିଛି। ଏହି ରାସ୍ତା ଦେଇ ପ୍ରତିଦିନ ଅନେକ ଗାଡ଼ି ମଟର ଯାତାୟତ କରୁଥିଲା ବେଳେ କେହି ନା କେହି ଦୁର୍ଘଟଣାର ଶିକାର ହେଉଛନ୍ତି। କେବେ ସ୍କୁଲ ବସ୍ ଗାତରେ ଗଳି ପଡ଼ୁଛି ତ ପୁଣି କେବେ ମାଲବାହି ମିନିଟ୍ରକ୍। ଅନ୍ଧାରହେଲେ ବାଇକ ଆରୋହି ପାଇଁ ଏହି ରାସ୍ତା ପାରକରିବା କାଠିକର ପାଠ ପାଲଟୁଛି। ପ୍ରତିଦିନ ଶହଶହ ଛାତ୍ରଛାତ୍ରୀ ନିକଟରେଥିବା ଜ୍ଞାନଭାରତୀ ବିଦ୍ୟାଳୟକୁ ଯାଉଛନ୍ତି। ସ୍କୁଲ ବସ୍ ବିପଦ ସଙ୍କୁଳ ଅବସ୍ଥାରେ ଗାତରେ ଡ଼େଇଁ ଡ଼େଇଁ ଯାଉଥିବାରୁ ଛାତ୍ରଛାତ୍ରୀମାନେ ଖରାପ ହୋଇଥିବା ୨୦୦ ମିଟର ରାସ୍ତାକୁ ପ୍ରତିଦିନ ଚାଲିଚାଲି ଯାଉଛନ୍ତି। ଏଭଳି ଅବସ୍ଥାକୁ ଆଖିଆଗରେ ରଖି ଲୋକମାନେ ସରକାରଙ୍କ ସୁବିଧାରୁ ବଞ୍ଚିତଥିବା ଦର୍ଶାଇ ସ୍ବର ଉଠାଇଛନ୍ତି। ହେଲେ ସେମାନଙ୍କର ସ୍ବର ସ୍ଥାନୀୟଲୋକ ପ୍ରତିନିଧିଙ୍କ ନିକଟରେ ପହଞ୍ଚିପାରୁ ନାହିଁ। ଯଦିଓ ପହଞ୍ଚିପାରୁଛି ତେବେ ଲୋକ ପ୍ରତିନିଧି ଏକାନରେ ପୁରାଇ ସେ କାନରେ ବାହାରକରିଦେଉଛନ୍ତି। ନିଜର ପ୍ରଚାରପାଇଁ ଗଳି କନ୍ଦି ନଗର ବିହାର ବୁଲିବାପାଇଁ ଦଳ ବଳ ସହ ଚାଲିଆସୁଛନ୍ତି କିନ୍ତୁ ଲୋକଙ୍କ ସମସ୍ୟା ବୁଝିବା ପାଇଁ ମନ ବଳାଉ ନାହାଁନ୍ତି। ଯାହାନେଇ ସ୍ଥାନୀୟଲୋକଙ୍କ ମଧ୍ୟରେ ସରକାରୀ ଦଳ ପ୍ରତି ଦିନକୁ ଦିନ ମନ ବଦଳିଲା ଭଳି ପରିଲକ୍ଷିତ ହେଉଛି। ଯାହାପାଇଁ ସ୍ଥାନୀୟ ଲୋକ ପ୍ରତିନିଧିଙ୍କ ଲୋକ ପ୍ରିୟତା ଆଉ କାମ କରୁନାହିଁ ବୋଲି ଚର୍ଚ୍ଚା ଚାଲିଛି।