ଜାତୀୟ ସ୍ତରୀୟ ହସ୍ତତନ୍ତ ମେଳା-୨୦୨୨ ଏକାମ୍ର ହାଟ ଓ ପ୍ରଦର୍ଶନୀ ପଡିଆ, ୟୁନିଟ୍ - ୩, ଭୁବନେଶ୍ବର : ଓମଟିଭି
ଆମ ଦେଶ ଭାରତର ସମସ୍ତ ବୟନ କଳାକୁ ଗୋଟିଏ ସ୍ଥାନରେ ପ୍ରଦର୍ଶିତ କରାଇବା ପାଇଁ ତଥା ଏହାର ବାଣିଜ୍ୟିକ ଆଭିମୁଖ୍ୟକୁ ତ୍ଵରାନ୍ଵିତ କରି ଏଥୁରେ ସମ୍ପୃକ୍ତ ବୁଣାକାରମାନଙ୍କ ସର୍ବାଙ୍ଗୀନ ଉନ୍ନତି ନିମନ୍ତେ, ଓଡ଼ିଶା ସରକାର ଙ୍କ ଆନୁକୂଲ୍ୟରେ ବୟନିକା ଦ୍ଵାରା ଏକାମ୍ର ହାଟ ଓ ପ୍ରଦର୍ଶନୀ ପଡ଼ିଆ, ୟୁନିଟ୍-୩, ଭୁବନେଶ୍ଵର ଠାରେ ୨୧ତମ ଜାତୀୟ ସ୍ତରୀୟ ହସ୍ତତନ୍ତ ମେଳାର ଆୟୋଜନ ହେଉଅଛି । ଏହି ‘‘ଜାତୀୟ ସ୍ତରୀୟ ହସ୍ତତନ୍ତ ମେଳା’’ ତା.୧୨/୦୯/୨୦୨୨ ରିଖ ଠାରୁ ତା.୦୯/୧୦/୨୦୨୨ରିଖ ପର୍ଯ୍ୟନ୍ତ ଆୟୋଜିତ ହେବ । ଏହି ମେଳାକୁ
ଜାତୀୟ ସ୍ତରୀୟ ହସ୍ତତନ୍ତ ମେଳା-୨୦୨୨ ଏକାମ୍ର ହାଟ ଓ ପ୍ରଦର୍ଶନୀ ପଡିଆ, ୟୁନିଟ୍ - ୩, ଭୁବନେଶ୍ବର : ଓମଟିଭି
(ତା.୧୨/୦୯/୨୦୨୨ ରିଖ ଠାରୁ ତା.୦୯/୧୦/୨୦୨୨ରିଖ ପର୍ଯ୍ୟନ୍ତ)
(ରିପୋର୍ଟ: ସ୍ମୃତିରଂଜନ ଦାସ): ଆମ ଦେଶ ଭାରତର ସମସ୍ତ ବୟନ କଳାକୁ ଗୋଟିଏ ସ୍ଥାନରେ ପ୍ରଦର୍ଶିତ କରାଇବା ପାଇଁ ତଥା ଏହାର ବାଣିଜ୍ୟିକ
ଆଭିମୁଖ୍ୟକୁ ତ୍ଵରାନ୍ଵିତ କରି ଏଥୁରେ ସମ୍ପୃକ୍ତ ବୁଣାକାରମାନଙ୍କ ସର୍ବାଙ୍ଗୀନ ଉନ୍ନତି ନିମନ୍ତେ, ଓଡ଼ିଶା ସରକାର ଙ୍କ ଆନୁକୂଲ୍ୟରେ
ବୟନିକା ଦ୍ଵାରା ଏକାମ୍ର ହାଟ ଓ ପ୍ରଦର୍ଶନୀ ପଡ଼ିଆ, ୟୁନିଟ୍-୩, ଭୁବନେଶ୍ଵର ଠାରେ ୨୧ତମ ଜାତୀୟ ସ୍ତରୀୟ ହସ୍ତତନ୍ତ ମେଳାର
ଆୟୋଜନ ହେଉଅଛି । ଏହି ‘‘ଜାତୀୟ ସ୍ତରୀୟ ହସ୍ତତନ୍ତ ମେଳା’’ ତା.୧୨/୦୯/୨୦୨୨ ରିଖ ଠାରୁ ତା.୦୯/୧୦/୨୦୨୨ରିଖ
ପର୍ଯ୍ୟନ୍ତ ଆୟୋଜିତ ହେବ । ଏହି ମେଳାକୁ ଶ୍ରୀମତୀ ରୀତା ସାହୁ, ମାନନୀୟା ମନ୍ତ୍ରୀ, ହସ୍ତତନ୍ତ, ବୟନ ଓ ହସ୍ତଶିଳ୍ପ, ଓଡିଶା
ତା:୧୨/୦୯/୨୦୨୨ରିଖ ସଂନ୍ଧ୍ୟା ୬.୦୦ ଘଟିକା ସମୟରେ ଉଦ୍ଘାଟନ କରୁଛନ୍ତି । ଏହି ଉଦ୍ଘାଟନୀ ଉତ୍ସବରେ ଶ୍ରୀଯୁକ୍ତ
ଅନନ୍ତ ନାରାୟଣ ଜେନା, ମାନ୍ୟବର ବିଧାୟକ, ଭୁବନେଶ୍ଵର (ମଧ୍ୟ), ଶ୍ରୀଯୁକ୍ତ ସୁଶାନ୍ତ କୁମାର ରାଉତ୍, ମାନ୍ୟବର ବିଧାୟକ,
ଭୁବନେଶ୍ଵର (ଉତ୍ତର), ଶ୍ରୀମତୀ ସୁଲୋଚନା ଦାସ, ମାନନୀୟା ମେୟର, ଭୁବନେଶ୍ଵର ମହାନଗର ନିଗମ, ଶ୍ରୀମତୀ ଶୁଭା
ଶର୍ମା, ଭା.ପ୍ର.ସେ, କମିଶନର ତଥା ଶାସନ ସଚିବ, ହସ୍ତତନ୍ତ, ବୟନ ଓ ହସ୍ତଶିଳ୍ପ ବିଭାଗ, ଓଡିଶା, ଶ୍ରୀଯୁକ୍ତ ସୁଶାନ୍ତ କୁମାର
ଦାଶ, ଭା.ପ୍ର.ସେ, ନିର୍ଦ୍ଦେଶକ, ବୟନଶିଳ୍ପ ଓ ହସ୍ତତନ୍ତ, ଓଡିଶା, ଶ୍ରୀଯୁକ୍ତ ଶ୍ୟାମଭକ୍ତ ମିଶ୍ର, ଓ.ପ୍ର.ସେ,(ଏସ୍.ଏ. ଜି), ପରିଚାଳନା
ନିର୍ଦ୍ଦେଶକ, ବୟନିକା ଏବଂ ବୟନଶିଳ୍ପ ନିର୍ଦ୍ଦେଶାଳୟ ଓ ବୟନିକା ର ପଦାଧିକାରୀ ବୃନ୍ଦ ଯୋଗ ଦେଇଛନ୍ତି ।
ଏହି ମେଳାରେ ୨୧୫ ଗୋଟି ଷ୍ଟଲ ଖୋଲାଯାଇଛି । ଏଥ୍ ମଧ୍ୟରୁ ୧୧୫ ଟି ଷ୍ଟଲ ଓଡିଶାର ବିଭିନ୍ନ ହସ୍ତତନ୍ତ ସଂସ୍ଥା ଓ
ସମିତିମାନଙ୍କ ପାଇଁ ଉଦ୍ଦିଷ୍ଟ । ବାକି ୧୦୦ ଗୋଟି ଷ୍ଟଲ ଅନ୍ୟରାଜ୍ୟର ଅଂଶଗ୍ରହଣକାରୀ ସଂସ୍ଥାଙ୍କୁ ଆବଣ୍ଟନ କରାଯାଇଅଛି । ଏହି
ମେଳାରେ ଉତ୍ତରପ୍ରଦେଶ, ଜାମ୍ମୁଓକାଶ୍ମିର, ରାଜସ୍ଥାନ, ମଧ୍ୟପ୍ରଦେଶ, ମହାରାଷ୍ଟ୍ର, ପଶ୍ଚିମବଙ୍ଗ, ବିହାର, ଆନ୍ଧ୍ରପ୍ରଦେଶ, ତାମିଲ୍ନାଡୁ,
କର୍ଣ୍ଣାଟକ, ହରିୟାନା ଏବଂ ଓଡିଶାର ବିଭିନ୍ନ ସଂସ୍ଥା/ସମିତି ଅଂଶଗ୍ରହଣ କରି ସେମାନଙ୍କର ବିଭିନ୍ନ ହସ୍ତତନ୍ତ ବସ୍ତ୍ର ଓ ପରିଧାନକୁ
ପ୍ରଦର୍ଶିତ କରାଇ ବିକ୍ରିକରିବେ । ଏହି ପ୍ରଦର୍ଶନୀରେ ଓଡିଶାର ବାନ୍ଧଦଗ୍ଧ ସହ ପଶ୍ଚିମବଙ୍ଗର ଜାମଦାନି ଓ ଟାଙ୍ଗାଇଲ୍, ଗୁଜୁରାଟର
ପଟୋଲା, ଲକ୍ଷ୍ନୌର ଚିକେନ କାରୀ, ଜାମ୍ମୁ କାଶ୍ମୀରୀର ପଦ୍ମିନା-ସାଲ, ତାମିଲନାଡୁର କାଞ୍ଜିଦରମ ପାଟଶାଢୀ, ଦିଲ୍ଲୀ,
ହରିୟାନାର ଫର୍ନିସିଙ୍ଗ୍ବସ୍ତ୍ର, ପଞ୍ଜାବର କମ୍ବଳ ଓ କର୍ଣ୍ଣାଟକର ଶିକ୍ତ ଶାଢୀ ଆଦି ହସ୍ତତନ୍ତ ବସ୍ତ୍ର ଗ୍ରାହକଙ୍କ ପାଇଁ ଉପଲବ୍ଧ ହେବ ।
ଏହି ମେଳା ପ୍ରତ୍ୟହ ଦିବା ୧୧.୩୦ ଘଟିକାଠାରୁରାତ୍ର ୯.୩୦ ଘଟିକା ପର୍ଯ୍ୟନ୍ତ ଚାଲିବ । ଏହି ମେଳାରେ ଓଡିଶାର
ପ୍ରତ୍ୟେକ ଷ୍ଟଲରେ ପ୍ରତ୍ୟେକ ବସ୍ତ୍ର ବିକ୍ରି ଉପରେ ସ୍ୱତନ୍ତ୍ର ରିହାତି ଦେବାର ବ୍ୟବସ୍ଥା କରାଯାଇଅଛି। "କୋଭିଚ୍" ଗାଇଡ୍ ଲାଇନ୍
କଡାକଡି ଭାବେ ପାଳନ କରିବାପାଇଁ ସମସ୍ତ ପଦକ୍ଷେପ ନିଆଯାଇଅଛି । ସାମାଜିକ ଦୂରତା ରଖୁବା ଓ ମାସ୍କ ପିନ୍ଧିବା ସମସ୍ତଙ୍କ
ପାଇଁ ବଧତାମୂଳକ କରାଯାଇଅଛି ।ଏଠାରେ ଦେଶର ସମସ୍ତ ରାଜ୍ୟର ହସ୍ତତନ୍ତ ବସ୍ତ୍ର ସହ ପାରମ୍ପରିକ ଖାଦ୍ୟ,ଖେଳ କୁଦ ଓ ପ୍ରତ୍ୟକ ସଂଧ୍ୟାରେ ଚିତାକର୍ଷକ ସାଂସ୍କୃତିକ
କାର୍ଯ୍ୟକ୍ରମ ର ବ୍ୟବସ୍ଥା କରାଯାଇଅଛି । ଏହି ମେଳାରେ ବହୁ ସଂଖ୍ୟାରେ ପଦାର୍ପଣ କରି ସରକାରୀ ରିହାତୀ ର ସୁବିଧା ସହ ହସ୍ତତନ୍ତ ବସ୍ତ୍ର
କ୍ରୟ କରି ବୁଣାକାର ମାନଙ୍କୁ ଉତ୍ସାହିତ କରନ୍ତୁ ।
ଗତବର୍ଷ ଏହି ମେଳାରେ ୧୦କୋଟି ଟଙ୍କାର ବ୍ୟବସାୟ ହୋଇଥିଲା । ଚଳିତ ବର୍ଷ ପୂଜା ଉପଲକ୍ଷେ ୧୨ କୋଟିରୁ
ଅଧ୍ଵକ ବ୍ୟବସାୟ ହେବବୋଲି ଆଶା କରାଯାଉଅଛି ।
ସର୍ବୋପରି ବୟନିକା ଏହି ମେଳାକୁ ବୟନଶିଳ୍ପ ନିର୍ଦ୍ଦେଶାଳୟ ତଥା ହସ୍ତତନ୍ତ, ବୟନ ଓ ହସ୍ତଶିଳ୍ପ ବିଭାଗର ପ୍ରତକ୍ଷ୍ୟ
ତତ୍ତ୍ୱାବଧାନରେ ସଫଳତାର ସହ ଆୟୋଜନ କରିବାପାଇଁ ସଂକଳ୍ପ ବଦ୍ଧ ।