"ବିଭାଜନ ବିଭୀଷିକା ସ୍ମୃତି ଦିବସ ": ଠmmtv Round The Clock

"ବିଭାଜନ ବିଭୀଷିକା ସ୍ମୃତି ଦିବସ ": ଠmmtv Round The Clock

"ବିଭାଜନ ବିଭୀଷିକା ସ୍ମୃତି ଦିବସ ": ଠmmtv Round The Clock

"ବିଭାଜନ ବିଭୀଷିକା ସ୍ମୃତି ଦିବସ ": ଠmmtv Round The Clock

(ରିପୋର୍ଟ : ଶୁଭମ) : ଆଜି ଢେଙ୍କାନାଳ ଡା଼କମଣ୍ଡଳ ତରଫରୁ "ବିଭାଜନ ବିଭୀଷିକା ସ୍ମୃତି ଦିବସ "( Partition Horror Remembrance Day) ଉପଲକ୍ଷେ "ଢେଙ୍କାନାଳ ପ୍ରଧାନ ଡାକଘର ଏବଂ ଅନଗୁଳ ପ୍ରଧାନ ଡାକଘର ପରିସରରେ 'ପ୍ରଦର୍ଶନୀ ର ଆୟୋଜନ କରାଯାଇଥିଲା / ଏହି ଦିନରେ , ଯେଉଁମାନେ ବିଭାଜନର ଭୟାବହତାରେ ପ୍ରଭାବିତ ହୋଇଥିଲେ ଏବଂ ବହୁ କଷ୍ଟ ପାଇଥିଲେ ସେମାନଙ୍କର ସାହସକୁ ସ୍ମରଣ କରାଯାଇଥିଲା ଏବଂ ଶ୍ରଦ୍ଧାଞ୍ଜଳି ଜ୍ଞାପନ କରାଯାଇଥିଲା /ଅନଗୁଳ ମୁଖ୍ୟ ଡାକଘର ପରିସରରେ ହୋଇଥିବା ପ୍ରଦର୍ଶନୀରେ ସମ୍ମାନନୀୟ ଅତିଥି ଭାବରେ ମାନ୍ୟବର ସାଂସଦ, ଢେଙ୍କାନାଳ ଶ୍ରୀଯୁକ୍ତ ରୁଦ୍ରନାରାୟଣ ପାଣି ଏବଂ ମାନ୍ୟବର ବିଧାୟକ ଅନୁଗୁଳ ଶ୍ରୀଯୁକ୍ତ ପ୍ରତାପ ଚନ୍ଦ୍ର ପ୍ରଧାନ ଉପସ୍ଥିତ ରହି "ବିଭାଜନ ବିଭୀଷିକା ସ୍ମୃତି ଦିବସ ପ୍ରଦର୍ଶନୀ" ଉଦ୍ଘାଟନ କରିଥିଲେ/ ସେହିପରି ଢେଙ୍କାନାଳ ମୁଖ୍ୟଡ଼ାକଘର ପରିସରରେ ଢେଙ୍କାନାଳ ଡାକ ମଣ୍ଡଳର ଅଧିକ୍ଷକ ଶ୍ରୀଯୁକ୍ତ ଜଗଦୀଶ ଦାଶ ଙ୍କ ତତ୍ୱାବଧାନରେ 'ବିଭାଜନ ବିଭୀଷିକା ସ୍ମୃତି ଦିବସ ପ୍ରଦର୍ଶନୀ'ର ଆୟୋଜନ କରାଯାଇ ଥିଲା/ ଉଭୟ ପ୍ରଦର୍ଶନୀକୁ ପ୍ରାୟ 1000 ରୁ ଉର୍ଧ ନାଗରିକ, ସ୍କୁଲ ଛାତ୍ର ଛାତ୍ରୀ ପରିଦର୍ଶନ କରିଥିଲେ/ ଢେଙ୍କାନାଳ ମୁଖ୍ୟଡ଼ାକଘରେ ହୋଇଥିବା ପ୍ରଦର୍ଶନୀ ରେ ଢେଙ୍କାନାଳ ମୁଖ୍ୟଡ଼ାକଘର ଡାକପାଳ ଶ୍ରୀଯୁକ୍ତ ସତ୍ୟବାଦୀ ଦାସ ପରିଚାଳନା କରିଥିଲେ।