ଆଶିଷ, କୁଟ୍ଟେ, ରବିକାନ୍ତଙ୍କ ପରେ ଟାର୍ଗେଟ୍‌ରେ ଆଉ ପାଞ୍ଚ : Ommtv Round The Clock

ଆଶିଷ, କୁଟ୍ଟେ, ରବିକାନ୍ତଙ୍କ ପରେ ଟାର୍ଗେଟ୍‌ରେ ଆଉ ପାଞ୍ଚ : Ommtv Round The Clock

ଆଶିଷ, କୁଟ୍ଟେ, ରବିକାନ୍ତଙ୍କ ପରେ ଟାର୍ଗେଟ୍‌ରେ ଆଉ ପାଞ୍ଚ : Ommtv Round The Clock

ଆଶିଷ, କୁଟ୍ଟେ, ରବିକାନ୍ତଙ୍କ ପରେ ଟାର୍ଗେଟ୍‌ରେ ଆଉ ପାଞ୍ଚ : Ommtv Round The Clock

ଦ୍ବିତୀୟ ପାଳିରେ ଏପ୍ରିଲ ୮ରେ ଆଉ ଏକ ନିର୍ଦ୍ଦେଶନାମା ବଳରେ କଟକ ଅଗ୍ନିଶମ ଓ ଗୃହରକ୍ଷୀ ଡିଆଇଜି ଥିବା ଡିଆଇଜି ପାହ୍ୟାର ଆଇପିଏସ୍ ଡକ୍ଟର ସାର୍ଥକ ଷଢ଼ଙ୍ଗୀଙ୍କୁ ବ୍ରହ୍ମପୁର ଏସ୍‌ପି ଏବଂ କମିସନରେଟ୍ ପୁଲିସରେ ଅତିରିକ୍ତ ପୁଲିସ କମିସନର ଥିବା ଡିଆଇଜି ପାହ୍ୟାର ଆଇପିଏସ୍ ଅଶ୍ବିନୀ କୁମାରଙ୍କୁ ଖୋର୍ଧା ଏସ୍‌ପି ଭାବେ ନିଯୁକ୍ତି ଦିଆଯାଇଛି। କଟକ, ବ୍ରହ୍ମପୁର, ଖୋର୍ଧା, ଅନୁଗୁଳ, ରାଉରକେଲା ଭଳି ସମ୍ବେଦନଶୀଳ ଜିଲ୍ଲାରେ ଏବେ ବି ଡିଆଇଜି ପାହ୍ୟାର ଆଇପିଏସ୍ ଅସ୍ଥାୟୀ ଭାବେ କାର୍ଯ୍ୟ କରୁଛନ୍ତି। ତେଣୁ ନୂଆ ସରକାର ଜିଲ୍ଲା ଏସ୍‌ପି ସ୍ତରରେ ବଡ଼ ଧରଣର ପରିବର୍ତ୍ତନ କରିବାକୁ ଯାଉଛନ୍ତି। ଅନ୍ୟପଟେ ଆଇପିଏସ୍ ଆଶିଷ ସିଂହ(୨୦୦୪ ବ୍ୟାଚ)ଙ୍କୁ ଗଲା ୧୧ ତାରିଖରେ ମୁଖ୍ୟମନ୍ତ୍ରୀଙ୍କ ସୁରକ୍ଷା ଦାୟିତ୍ବରୁ ହଟାଇ ଗୃହ ବିଭାଗର ଓଏସଡି ଭାବେ ନିଯୁକ୍ତି ଦିଆଯାଇଛି। ସେହିଭଳି ଏଡିଜି ପାହ୍ୟାର ଆଇପିଏସ୍ ଡି.ଏସ. କୁଟ୍ଟେ(୧୯୯୭ ବ୍ୟାଚ୍)ଙ୍କ ନିଲମ୍ବନ ହଟିବା ପରେ ତାଙ୍କୁ ବି ଗଲା ୧୫ ତାରିଖରେ ଗୃହ ବିଭାଗର ଓଏସ୍‌ଡି ଦାୟିତ୍ବ ଦିଆଯାଇଛି। ସେହିଭଳି ନୂଆଦିଲ୍ଲୀସ୍ଥିତ ଆବାସିକ କମିସନର ଥିବା ରବିକାନ୍ତ(୧୯୯୮ ବ୍ୟାଚ)ଙ୍କୁ ମଧ୍ୟ ଓଏସଡି ଦାୟିତ୍ବ ଦିଆଯାଇଛି। ଏହାପୂର୍ବରୁ ଗୃହ ବିଭାଗରେ ଆଉ ଦୁଇ ଆଇପିଏସ୍ ଏସ.ଏମ୍ ନରଭଣେ(୧୯୮୯ ବ୍ୟାଚ) ଏବଂ ଋତୁ ଆରୋରା(୧୯୯୫ ବ୍ୟାଚ) ମଧ୍ୟ ଓଏସ୍‌ଡି ଭାବେ କାମ କରୁଛନ୍ତି। ଏଥିସହିତ ଗୃହ ବିଭାଗରେ ବର୍ତ୍ତମାନ ସୁଦ୍ଧା ଓଏସ୍‌ଡି ଆଇପିଏସଙ୍କ ସଂଖ୍ୟା ୫ରେ ପହଞ୍ଚିଛି। ଅନ୍ୟପଟେ ନିର୍ବାଚନ ସମୟରେ ୫ ଜିଲ୍ଲାରୁ ହଟିଥିବା ମିତ୍ରଭାନୁ ମହାପାତ୍ର(ଡିଆଇଜି) ଏବେ ଅତିରିକ୍ତ ଏସଆରସି, ଡାକ୍ତର କୱଁର ବିଶାଲ ସିଂହ(ଡିଆଇଜି)ଙ୍କୁ ଭୁବନେଶ୍ବର ଏସଆଇଡବ୍ଲୁ ଡିଆଇଜି, ସୁଧାଂଶୁ ଶେଖର ମିଶ୍ର(ଏସପି)ଙ୍କୁ ଭିଜିଲାନ୍ସ ଏସ୍‌ପି, ଯୁଗଳ କିଶୋର ବନୋଥ (ଏସପି)ଙ୍କୁ କଟକ ପୁଲିସ ମୁଖ୍ୟାଳୟ ଏଆଇଜି, ଶ୍ରବଣ ବିବେକ ଏମ(ଏସପି)ଙ୍କୁ ଭିଜିଲାନ୍ସ ଏସପି ଦାୟିତ୍ବ ଦିଆଯାଇଛି। ଏସବୁ ଅଧିକାରୀ ଅଦଳ ବଦଳହେଲେ ନିଜ ପୂର୍କିବ ପ୍ରକୃତି ଛାଡ଼ିଦେବେ ତାହାନୁହେଁ ବରଂ ନିଜକୁ ସୁଧାରିବାରେ ଚେଷ୍ଟା କର‌ିବେ ବୋଲି ବିଜେପି ଆଶା ରଖିଛି। ପ୍ରକୃତି ନବଦଳିଲେ ଦଳ ଅନ୍ୟ ବାଟ ଦେଖି ଘଣା ପେଲେଇବାକୁ ପଠାଇବବୋଲି ମନସ୍ତକରିଛି। ତେଣୁ ଏକ ସ୍ବତନ୍ତ୍ର ଓ ବିଷ୍ବସ୍ଥ ଟିମ ଏମାନଙ୍କ ଉପରେ ନଜର ରଖିବ।