ଅଘଟଣପରେ ଫାୟାରସେପ୍ଟି ନେଇ କେତ‌େ ସୁରକ୍ଷିତ ଅଛି ଅଟାଳିକା   : Ommtv Round The Clock

ଅଘଟଣପରେ ଫାୟାରସେପ୍ଟି ନେଇ କେତ‌େ ସୁରକ୍ଷିତ ଅଛି ଅଟାଳିକା   : Ommtv Round The Clock

ଅଘଟଣପରେ ଫାୟାରସେପ୍ଟି ନେଇ କେତ‌େ ସୁରକ୍ଷିତ ଅଛି ଅଟାଳିକା   : Ommtv Round The Clock

ଅଘଟଣପରେ ଫାୟାରସେପ୍ଟି ନେଇ କେତ‌େ ସୁରକ୍ଷିତ ଅଛି ଅଟାଳିକା   : Ommtv Round The Clock

BBSR: ରାଜଧାନୀରେ ଏବେ ମାଳମାଳ ଅଟାଳିକା। ଏହି ଅଟାଳିକାରେ ଶହଶହ ଲୋକ ରହୁଛନ୍ତି। ଯେଉଁମାନଙ୍କ ମଧ୍ୟରେ ଅନେକ ଶିଶୁ ଓ ବରିଷ୍ଠ ନାଗରିକ ମଧ୍ୟ ନିଜ ପରିବାର ସହିତ ଆପାର୍ଟମେଣ୍ଟରେ ରହୁଛନ୍ତି। ମାତ୍ର ଏହିସବୁ ବିରାଟକାୟ ଅଟାଳିକାରେ ଯେତେବେଳେ ଅଘଟଣ ଘଟୁଛି ସେତେବେଳେ ସବୁଠାରୁ ଅଧିକ ହଇରାଣ ହରକତ ହେଉଛନ୍ତି ଶିଶୁ ଓ ବରିଷ୍ଠ ନାଗରିକ। ଭୁବନେଶ୍ବରେ ଥିବା ମାଳମାଳ ଅର୍ପାଟମେଣ୍ଟ ମଧ୍ୟରେ ଅନେକଥର ଅଗ୍ନିକାଣ୍ଡ ଘଟିଥିବା ‌ଦେଖିବାକୁ ମିଳିଛି। ଯେଉଁ ସମୟରେ କେତେବେଳେ ଲିପ୍ଟ କାମ କରେନାହିଁ ଓ ଆଉ କେତେ ବ‌େଳେ ଶିଶୁ ଓ ବରିଷ୍ଠ ନାଗକରି ନିଆଁ ଧୂଆଁ ଘେରରେ ଫସି ରହିଯାଉଥାନ୍ତି। ଏସବୁକୁ ‌ଆଖିଆଗରେ ରଖି ଅଗ୍ନିସମ ବିଭାଗ ବର୍ତମାନ ବିଭିନ୍ନ ଆପାର୍ଟମେଣ୍ଟ, ସପିଂ ମଲ, କାର୍ଯ୍ୟାଳୟ ଓ ହସ୍ପିଟାଲ ଭ୍ରମଣକରି ସେଠାକାର ଲୋକଙ୍କୁ ଫାୟାର ସେପ୍ଟି ବିଷୟରେ ସଚେତନ କରିବାପାଇଁ ଅଣ୍ଟା କସିଛି। ଏହା ବ୍ୟତିତ ଅଟାଳିକାରେ ମହଯୁଦଥିବା ଅଗ୍ନି ସୁରକ୍ଷା ଯନ୍ତ୍ରକୁ କିପରି ସହଜରେ ବ୍ୟବହାର କରାଯିବ ତାହାନେଇ ପ୍ରସିକ୍ଷଣ ଦେବାପାଇଁ ଏକ ବ୍ଲୁପ୍ରିଣ୍ଟ ପ୍ରସ୍ତୁତ କରିଛି ।  

ନିକଟରେ କିଟ୍ ଛକରେଥିବା ଏକ ସପିଂ ମଲରେ ଅଗ୍ନିକାଣ୍ଡ ଘଟି ଗୋଟିଏ ଫ୍ଲୋରର ୮ଟି ବଖରା ପୋଡ଼ି ପାଉଁସ ହୋଇଯାଇଥିଲା। ଯେଉଁ ଘଟଣାରେ ଅଳ୍ପକେ ୪ଜଣ ମୃତ୍ୟୁ ମୁଖରୁ ବର୍ତିଯାଇଥିଲେ। ଏହି ଘଟଣାରେ ଲକ୍ଷାଧିକ ଟଙ୍କାର ଗୋଦାମ ଜିନିଷରେ ନିଆଁ ଲାଗି ପାଉଁଶ ହୋଇଯାଇଥିଲା। ସେହିଭଳି ପଟିଆ ଆନନ୍ଦ ‌କମ୍ପେଲକ୍ସରେ ଅଗ୍ନିକାଣ୍ଡଘଟି ଗୋଟିଏ କାର୍ଯ୍ୟାଳୟର ସବୁ ଜିନିଷ ପୋଡ଼ି ପାଉଁଶ ହୋଇଯାଇଥିଲା। ନୀଳାଦ୍ରିବିହାରର ଏକ ଆପାର୍ଟମେଣ୍ଟରେ ଗ୍ୟାସଟାଙ୍କି ଫାଟି ଘରର ସମସ୍ତ ଆସବାପତ୍ର ପୋଡ଼ି ଯାଇଥିଲା। ଏହି ଘଟଣାରେ ଜଣେ ମହିଳା ଗୁରୁତର ଭାବରେ ଆହତ ହୋଇଥିଲେ। ଏସବୁ ବ୍ୟତିତ ଗତ ୨୦ ତାରିଖ ଦିନ ପଟିଆ ଛକ କେକେ ପ୍ଲାଜାରେ ଅଗ୍ନିକାଣ୍ଡ ଘଟି ଅଳ୍ପକେ ସ୍ଥାନୀୟ ବାସୀନ୍ଦାଙ୍କ ପ୍ରାଣ ବର୍ତିଯାଇଥିଲା। ‌ଅଗ୍ନିକାଣ୍ଡ ଘଟିଥିବା ‌ଘରେ କେହି ନଥିବାରୁ କୌଣସି ପ୍ରାଣହାନି ହୋଇନଥିଲା କିନ୍ତୁ ପୁରା ଆପାର୍ଟମେଣ୍ଟରେ କଳାଧୂଆଁ ବ୍ୟାପିଜିବାରୁ ଲୋକମାନେ ଅଣନିଶ୍ବାସି ହୋଇଯାଇଥିଲେ। ସଟ୍ ସର୍କିଟ୍ ହୋଇ ଗତ କିଛି ଦିନ ମଧ୍ୟରେ ଘଟିଥିବା ଏପରି ଅଗ୍ନିକାଣ୍ଡ ଘଟଣାରେ ‌ଦମକଳ ବିଭାଗ ପୁଲିସ୍ ଏକ ବଡ଼ ଧରଣର ‌ଭୁଲ ନୋଟିସ୍ କରିଛି। ଯାହାହେଉଛି କୌଣସି ଆପାର୍ଟମେଣ୍ଟରେ ଅଗ୍ନିସୁରକ୍ଷା ଯୋଗାଇଦେବା ବ୍ୟକ୍ତି ଉପଲବ୍ଧ ନାହାଁନ୍ତି। ଫଳରେ ସେଠାରେ କାମ କରୁଥିବା ସିକ୍ୟୁରିଟ୍ ଗାର୍ଡ଼ ଘଟଣାବେଳେ ହାତଉପରେ ହାତ ବାନ୍ଧି ବସୁଛନ୍ତି। ଆପାର୍ଟମେଣ୍ଟରେ ଅଗ୍ନି ସୁରକ୍ଷା ବ୍ୟବସ୍ଥା ନେଇ ‌ଆପାତ କାଳିନ ପାଣି ପାଇପ୍, ହୋସ୍ ପାଇପ୍, ଫୋମ୍ ‌ସ୍ପ୍ର‌େ ସିଲିଣ୍ଡର କିମ୍ବା ସେନସର୍ ଫ୍ୟୁଜକୁ ଚଲାଇବାପାଇଁ କେହି ପ୍ରସିକ୍ଷଣ ବ୍ୟକ୍ତି ନାହାଁନ୍ତି। ଅଗ୍ନିକାଣ୍ଡ ସୂଚନାପାଇ ଘଟଣାସ୍ଥଳରେ ଦମକଳ ପହଞ୍ଚିବା ପୂର୍ବରୁ ନିଆଁ ଅଣାୟତ ହୋଇପଡ଼ୁଛି। ଏସବୁ ଘଟଣାକୁ ଆଖିଆଗରେ ରଖି ଅଗ୍ନିସମ ବିଭଗା ଆଗାମି ଦିନରେ ବିଭିନ୍ନ ଆପାର୍ଟମେଣ୍ଟ, କାର୍ଯ୍ୟାଳୟ ଓ ମଲରେ ପ୍ରସିକ୍ଷଣ‌ ଦେବା ସହିତ ଆପାତ କାଳିନ ସୁରକ୍ଷା ବ୍ୟବସ୍ଥା ନିୟମ ମାନୁନଥିବା ସଂସ୍ଥାକୁ ତାଗିଦ କରିବ ବୋଲି ସୂଚନା ରହିଛି।