OMM TV ୱାର୍ଡ଼ ୨୦ କର୍ପୋରେଟରଙ୍କ ଗୁଣ୍ଡାରାଜ

Crime News

OMM TV ୱାର୍ଡ଼ ୨୦ କର୍ପୋରେଟରଙ୍କ ଗୁଣ୍ଡାରାଜ
OMM TV ୱାର୍ଡ଼ ୨୦ କର୍ପୋରେଟରଙ୍କ ଗୁଣ୍ଡାରାଜ
ଯୁବକଙ୍କୁ ପ୍ରାଣାନ୍ତକ ଆକ୍ରମଣ କରି କର୍ପୋରେଟରଙ୍କ ପ୍ରତିନିଧି ଗିରଫ
ଭୁବନେଶ୍ବର(ରିପୋର୍ଟ :ପିନୁ ): ବିଜେଡ଼ି ଦଳ ନିଜ କର୍ମୀମାନଙ୍କୁ ଗୋଟିଏ ପଟେ ଘରଘର ବୁଲି ଲୋକଙ୍କ ସମସ୍ୟା ବୁଝିବାପାଇଁ ଉପଦେଶ ଦେଉଥିବା ବେଳେ କର୍ମୀମାନେ ସାଧାରଣଲୋକଙ୍କ ମୁହଁ ବନ୍ଦ କରିବାପାଇଁ ଗୁଣ୍ଡାଗିରି କରୁଛନ୍ତି। ଏମିତି ଦୃଶ୍ୟ ଦେଖାଯାଇଛି ୱାର୍ଡ଼ ୨୦ ଅଞ୍ଚଳରେ। ଏମିତି ଅଭିଯୋଗ ପ୍ରଥମ ନୁହେଁ । ବାରମ୍ବାର ଉକ୍ତ କର୍ପୋରେଟର ପ୍ରେମାନନ୍ଦ ଜେନାଙ୍କ ନାମରେ ବିଭିନ୍ନ ସ୍ଥାନୀୟ ଥାନାରେ ଅଭିଯୋଗ ‌ହେଉଥିଲେ ମଧ୍ୟ ଦଳିୟ କଳକୁ ବ୍ୟବହାରକରି ବାବୁ ପୁଣି ଗୁଣ୍ଡାରାଜ ଚଲାଉଛନ୍ତି। ଗତକାଲି ରାତିରେ ଦୁଇ ଜଣ ଯୁବକଙ୍କୁ ପ୍ରାଣାନ୍ତକ ଆକ୍ରମଣ କରି ସାଲିଆସାହି ଅଞ୍ଚଳର କର୍ପୋରେଟର ପ୍ରେମାନନ୍ଦ ଜେନାଙ୍କ ପ୍ରତିନିଧି ଚିଆଁ ଗିରଫ ହୋଇଛି। ଏହି ଘଟଣାରେ ଗୁରୁତର ଆହତ ହୋଇ ମୃତ୍ୟୁ ସହ ସଂଗ୍ରାମ କରୁଥିବା ଯୁବକ ଜଣଙ୍କ ହେଲେ ସାଲିଆସାହି ବାଜପେୟୀ ନଗରର ବାସିନ୍ଦା ସନ୍ତୋଷ ପ୍ରହରାଜ(୩୨)। ତାଙ୍କ ସହ ଥିବା ଅନ୍ୟ ଜଣେ ଯୁବକମଧ୍ୟ ଆକ୍ରମଣର ଶିକାରହୋଇଛନ୍ତି। ଗୁଣ୍ଡାରାଜ ଘଟଣାକୁନେଇ କର୍ପୋରେଟର ସମେତ ଅନ୍ୟ ୨୯ ଜଣଙ୍କ ନାମରେ ସ୍ଥାନୀୟ ମୈତ୍ରୀବିହାର ଥାନାରେ ଅଭିଯୋଗ ହୋଇଛି। ଅଭିଯୋଗ ଅନୁଯାୟୀ ଥାନା ଆଇଆଇସି ଘଟଣାର ଦତନ୍ତ କରିବାକୁଯାଇ ଘଟଣାସ୍ଥଳରୁ କର୍ପୋରେଟରଙ୍କ ପ୍ରତିନିଧି ଜିତୁ ବେହେରା ଓରଫ ଚିଆଁ (୨୯)କୁ ଗିରଫକରି ଆଜି କୋର୍ଟ ଚାଲଣକରିଛି। ହେଲେ ମାଷ୍ଟର ମାଇଁଣ୍ଡ ପ୍ରେମା‌ନନ୍ଦ ଓ ଅନ୍ୟ ଅଭିଯୁକ୍ତମାନେ ଘଟଣାସ୍ଥଳକୁ ଭ୍ୟାନ୍ ଆସୁଥିବା ଦେଖି ଫେରାରହୋଇଯାଇଥିବା ପୁଲିସ୍ କହିଛି। ଘଟଣା ଅନୁଯାୟୀ ଆକ୍ରମଣର ଶିକାର ହୋଇଥିବା ସନ୍ତୋଷ ଓ ତାଙ୍କ ସାଙ୍ଗ ଗତକାଲି ବିଳମ୍ବିତ ରାତିରେ କାମସାରି ଘରକୁ ଫେରୁଥିଲେ। ଏହି ସମୟରେ ସାଲିଆସାହି ଯାତ୍ରା ପଡ଼ିଆରେ ତାଙ୍କୁ ପ୍ରେମାନନ୍ଦ ଓ ତାଙ୍କର ପାଖାପାଖି ୩୦ରୁ ଅଧିକ ସହଯୋଗୀ ଅଭିଯୋଗକାରୀମାନଙ୍କ ଗାଡ଼ିକୁ ଅଟକାଇ ଏକ ଅନ୍ଧାରିଆ ସ୍ଥାନକୁ ଟେକିନେଇ ପୂର୍ବ ଶତୃତା ହୋଇଥିବା ଘଟଣାକୁ ମନେପକାଇ ମାରଣାସ୍ତ୍ରରେ ପ୍ରାଣାନ୍ତକ ଆକ୍ରମଣ କରିଥିଲେ। ଫଳରେ ସନ୍ତୋଷର ମୁଣ୍ଡ ଓ କାନ ମୁଣ୍ଡାରୁ ରକ୍ତ ଝରିଥିଲା। ଏହି ସମୟରେ ସେମାନେ ଘଟଣାସ୍ଥଳରୁ ପ୍ରାଣ ବଞ୍ଚାଇ ବସ୍ତିଭିତରେ ପସି ସେଠାରୁ ଖସି ପଳାଇ ଯାଇଥିଲେ। ତାଙ୍କୁ ରକ୍ତ ଝୁଡ଼ୁବୁଡ଼ୁ ଦେଖି କିଛି ମହିଳା ଉଦ୍ଧାକରି ପିସିଆରକୁ ସୂଚନାଦେଇଥିଲେ। ଯାହାନେଇ ପୁଲିସ୍ ଘଟଣାସ୍ଥଳରେ ପହଞ୍ଚି ଆହତ ସନ୍ତୋଷକୁ ଉଦ୍ଧାରକରି ନିକଟ ଏକ ଘରୋଇ ହସ୍ପିଟାଲରେ ଭର୍ତିକରିଥିଲା। ଆହତ ସନ୍ତୋଷ ବସ୍ତିରେ ଦେଖାଯାଉଥିବା କିଛି ସମସ୍ୟାକୁନେଇ କର୍ପୋରେଟର ଉପସ୍ଥିତ ଏକ ସଭାରେ ସ୍ବର ଉଠାଇଥିଲେ। ଯାହାର ସନ୍ତୋଷ ଜନକ ଉତ୍ତର ପ୍ରେମାନନ୍ଦ ଦେଇ ନପାରି ସ୍ଥାନୀୟଲୋକଙ୍କ ନିକଟରେ ଅପଦସ୍ତ ହୋଇଥିଲେ। ଯେଉଁ ଘଟଣାରେ ରାଗିଯାଇ ପ୍ରେମାନନ୍ଦ ଓ ତା’ର ସହଯୋଗୀ ଅଭିଯୋଗକାରୀମାନଙ୍କୁ ପ୍ରାଣାନ୍ତକ ଆକ୍ରମଣକରିଥିଲେ। ଆଜି ସକାଳେ ଆହତଙ୍କ ପରିବାରଲୋକ କର୍ପୋରେଟର ସମେତ ତାଙ୍କର ସମସ୍ତ ସହଯୋଗୀଙ୍କ ନାମରେ ଅଭିଯୋଗ ଦେବାରୁ ପୁଲିସ୍ ଜଣଙ୍କୁ ଗିରଫକରି ଅନ୍ୟମାନଙ୍କୁ ବାନ୍ଧିବାପାଇଁ ଚେଷ୍ଟାଚଲାଇଛି। ଅଭିଯୁକ୍ତମାନଙ୍କ ନାମରେ ପୂର୍ବରୁ କିଛି ଅଭିଯୋଗ ଥିବା ପୁଲିସ୍ କହିଛି। ଅନ୍ୟ ପକ୍ଷରେ କର୍ପୋରେଟର ପ୍ରେମାନନ୍ଦ ନାମରେ ଗତ କିଛି ମାସ ପୂର୍ବ ନୟାପଲ୍ଲୀ ଥାନାରେ ମଧ୍ୟ ଗଣ୍ଡଗୋଳ ଓ ଆକ୍ରମଣକରିଥିବା ନେଇ ଅଭିଯୋଗ ହୋଇଛି। ଏସବୁ ଘଟଣାକୁ ନଜରକରି ସ୍ଥାନୀୟ ବୁଦ୍ଧିଜୀବି ବିଜେଡ଼ି ଭଳି ଏକ ସ୍ବଚ୍ଛ ଶାସନ କରୁଥିବା ଦଳ ଓ ୫ଟି ସରକାରଙ୍କ ନିକଟରେ ନିଜ ଦଳର ଅଳିଆ କର୍ପୋରେଟରମାନଙ୍କୁ ଦଳରୁ ବହିସ୍କାର କରିବାପାଇଁ ଗୁହାରୀକରିଛନ୍ତି। #BMC #word20 #premanandajena #BhubaneswarMunicipalCorporation #CrimeNews #bhubaneswarsmartcity #Odisha #India #OmmTv #Omtv #Kalingacinearts