ରାତି ଅଧିଆ ଟ୍ରକ୍, ହାଇୱାରୁ ଚୋରି କରୁଥିଲେ ବ୍ୟାଟେରି, ଧରାପଡ଼ିଲେ ଗ୍ୟାଙ୍ଗ୍ର ୬ ସଦସ୍ୟ
ରାତି ଅଧିଆ ଟ୍ରକ୍, ହାଇୱାରୁ ଚୋରି କରୁଥିଲେ ବ୍ୟାଟେରି, ଧରାପଡ଼ିଲେ ଗ୍ୟାଙ୍ଗ୍ର ୬ ସଦସ୍ୟ
ରାତି ଅଧିଆ ଟ୍ରକ୍, ହାଇୱାରୁ ଚୋରି କରୁଥିଲେ ବ୍ୟାଟେରି, ଧରାପଡ଼ିଲେ
ଗ୍ୟାଙ୍ଗ୍ର ୬ ସଦସ୍ୟ
ରାଉରକେଲା (ଦେବ ଗଡ଼ତିଆ): ରାଉରକେଲା ସମେତ ସୁନ୍ଦରଗଡ଼ ଜିଲ୍ଲାର ବିଭିନ୍ନ ସ୍ଥାନରେ ଟ୍ରକ୍ ଓ ଟ୍ରାକ୍ଟରରୁ ବ୍ୟାଟେରି ଚୋରି ହେଉଥିଲା। ଅନେକ ଦିନ ଧରି ପୁଲିସ ନିମନ୍ତେ ଏହି ଚୋର ଗ୍ୟାଙ୍ଗ ଖୋଲା ଚାଲେଞ୍ଜ ସୃଷ୍ଟି କରିଥିଲା। ଏହି ଘଟଣାରେ ରଘୁନାଥପଲ୍ଲୀ ପୁଲିସକୁ ସଫଳତା ମିଳିଛି। ଗ୍ୟାଙ୍ଗ୍ର ୬ଜଣ ଅଭିଯୁକ୍ତଙ୍କୁ ଗିରଫ କରିଛି। ପୁଲିସ ଠାରୁ ମିଳିଥିବା ସୂଚନାନୁସାରେ, ରବିବାର ରାତିରେ ରଘୁନାଥପୁର ଥାନା ଅଧୀନ ଜଲଡ଼ା ଏ ବ୍ଲକରେ ରହୁଥିବା ପାନଲାଲ ପାତ୍ରଙ୍କ ହାଇୱାରୁ ଦୁଇଟି ବ୍ୟାଟେରି ଚୋରି ହୋଇଥିଲା। ଏନେଇ ପାନଲାଲଙ୍କ ଅଭିଯୋଗ ଭିତ୍ତିରେ ପୁଲିସ ଅବିନାଶ ଲୋହାର ଓରଫ ପୁକୁ, ରୋସନ ହାଁସଦା ଓ ବିବେକ ମୁଣ୍ଡା ଓରଫ ବିକିକୁ ଗିରଫ କରିଥିଲା। ପଚରାଉଚରା ସମୟରେ ସେମାନେ ନିଜର ଗ୍ୟାଙ୍ଗ୍ ସଦସ୍ୟଙ୍କ ସମ୍ପର୍କରେ କହିଥିଲେ। ଯାଞ୍ଚ ସମୟରେ ଗୋଟିଏ ଟିଭିଏସ୍ ଆପାଚି ମୋଟରସାଇକଲ୍, ଟିଭିଏସ୍ ନୋଟ୍ରକ୍ ସ୍କୁଟି, ମୋବାଇଲ୍ ଫୋନ୍ ଓ ବ୍ୟାଟେରି ତାଡ଼ିବା ଯନ୍ତ୍ରପାତି ଜବତ ହୋଇଥିଲା।। କେବଳ ଏହାନୁହେଁ ଏହି ଗ୍ୟାଙ୍ଗ୍, ୨୦ଟି ଟ୍ରକ୍ ଓ ଟ୍ରାକ୍ଟରରୁ ବ୍ୟାଟେରି ଚୋରିରେ ସମ୍ପୃକ୍ତ ଥିବା ଜଣାପଡ଼ିଥିଲା। ଅଭିଯୁକ୍ତମାନେ ବ୍ୟାଟେରି ଚୋରାଇ ରୌଫ୍ ସାହା, ମେହେବୁବ୍ ରହେମାନ୍ ଓ ସହଯୋଗୀ ଏସ୍କେ ପରବେଜକୁ ବିକ୍ରି କରୁଥିଲେ। ଗିରଫ ହୋଇଥିବା ଅଭିଯୁକ୍ତମାନେ ହେଲେ, ସୁନ୍ଦରଗଡ଼ ରାଉରକେଲା ଟାଙ୍ଗରପଲ୍ଲୀର ରୋସନ୍ ହାଁସଦା (୨୧), ଦେଓଗାଁ ଖାଦାନ ଢିପର ଅବିନାଶ ଲୋହାର ଓରଫ ଫୁକୁଲୁ (୨୧), ରଘୁନାଥପଲ୍ଲୀ କାନସରର ବିବେକ ମୁଣ୍ଡା ଓରଫ ବିବେକାନନ୍ଦ (୧୯), ରାଉରକେଲା ପ୍ଲାଣ୍ଟ୍ସାଇଟ୍ର ମେହେବୁବ୍ ରହେମାନ୍ ସାହା (୨୨), ରୌଫ୍ ସାହା (୬୨), ରଘୁନାଥପଲ୍ଲୀ ପାନପୋଷ ବସ୍ତିର ଏସ୍କେ ପରବେଜ (୪୨)। ରୋସନ୍ ନାମରେ ପୂର୍ବରୁ ୪ଟି ଅପରାଧିକ ମାମଲା ରହିଥିବା ବେଳେ ଅବିନାଶ ନାମରେ ୪ଟି, ବିବେକ ମୁଣ୍ଡା ନାମରେ ୪ଟି, ରହେମାନ୍ ସାହା ନାମରେ ୪ଟି, ରୌଫ୍ ସାହା ଓ ଏସ୍କେ ପରବଜେ ନାମରେ ୪ଟି ଲେଖାଏଁ ମାମଲା ରହିଛି।

