ଭାରତୀୟ ଜାତୀୟ କଂଗ୍ରେସ ଦଳର ଜୋରସୋର୍ ପ୍ରଚାର : ଓମଟିଭି

Congress News

ଭାରତୀୟ ଜାତୀୟ କଂଗ୍ରେସ ଦଳର ଜୋରସୋର୍ ପ୍ରଚାର : ଓମଟିଭି

ଭାରତୀୟ ଜାତୀୟ କଂଗ୍ରେସ ଦଳର ଜୋରସୋର୍ ପ୍ରଚାର : ଓମଟିଭି

OMM TV ଢେଙ୍କାନାଳରୁ ଶଶିକାନ୍ତ ଗଡନାୟକଙ୍କ ରିପୋର୍ଟ ): ହିନ୍ଦୋଳ ଏନ୍ଏସି ନିର୍ବାଚନ ପାଇଁ ଭାରତୀୟ ଜାତୀୟ କଂଗ୍ରେସ ଦଳ ଆଜି ଜୋରସୋର୍ ପ୍ରଚାର ଅଭିଯାନ ଆରମ୍ଭ କରିଛି। କଂଗ୍ରେସ ବିଧାୟକ ପ୍ରାର୍ଥୀ ତଥା ବିଶିଷ୍ଠ ଦଳିତ ନେତା ତ୍ରିନାଥ ବେହେରା ଙ୍କ ନେତୃତ୍ଵରେ ଚାଲିଥିବା ନିର୍ବାଚନରେ ଆଜି ଏନ୍ଏସି 16 ଗୋଟି ୱାର୍ଡ ର କାଉନ୍ସିଲ୍ ର ପ୍ରାର୍ଥୀ ପ୍ରାର୍ଥୀନୀ ଓ ଚେୟାରମ୍ୟାନ ପ୍ରାର୍ଥୀନୀ ନିଜିଗଡ଼ ପଂଚାୟତ ର ପୂର୍ବତନ ସରପଞ୍ଚ ରୀତା ପଲେଇ ଙ୍କ ସମେତ ଶହ ଶହ ମହିଳା ଯୋଗ ଦେଇ ଆଜି ଏକ ସ୍ଵତନ୍ତ୍ର ମାହୋଲ ସ୍ରୁଷ୍ଟି କରିବାରେ ସକ୍ଷମ ହୋଇଛନ୍ତି। ନିର୍ବାଚନ ରେ କଂଗ୍ରେସ ପ୍ରାର୍ଥୀ ପ୍ରାର୍ଥୀନୀ ମାନେ ସର୍ବାଧିକ ଭୋଟ ପାଇ ନିର୍ବାଚିତ ହେବେ ବୋଲି ଜିଲ୍ଲା କଂଗ୍ରେସ ସଭାପତି ସରୋଜ ପଟ୍ଟନାୟକ, ବ୍ଲକ୍ କଂଗ୍ରେସ ସଭାପତି ଛବିରାଜ ବିଶ୍ଵାଳ ଦୃଢୋକ୍ତି ପ୍ରକାଶ କରିଛନ୍ତି। ଅନୁଗୁଳ କଂଗ୍ରେସ ସଭାପତି ବିପ୍ଳବ ଜେନା ଙ୍କ ସମେତ ଜିଲା କଂଗ୍ରେସ, ବ୍ଲକ୍ କଂଗ୍ରେସ, ଟାଉନ୍ କଂଗ୍ରେସ, ମହିଳା କଂଗ୍ରେସ, ଯୁବ କଂଗ୍ରେସ ର ବହୁ ନେତୃବୃନ୍ଦ ଯୋଗ ଦେଇ ପ୍ରତ୍ୟେକ ୱାର୍ଡ ମାନଙ୍କରେ ପଦଯାତ୍ରା କରିଛନ୍ତି। ଆସନ୍ତା କାଲି ଠାରୁ ପ୍ରଚାର କାର୍ଯ୍ୟକ୍ରମ କୁ ଆହୁରି ଜୋରଦାର୍ କରି ବିଗତ 23 ବର୍ଷ ଧରି ନେତା ନେତ୍ରୀ ମାନଙ୍କର କାର୍ଯ୍ୟକଳାପ ଓ ହିନ୍ଦୋଳ ଉପଖଣ୍ଡ ଚିକିତ୍ସାଳୟ ରେ 22 ଡାକ୍ତର୍ ରହିବା ପରିବର୍ତେ ମାତ୍ର 3 ଜଣ ଚିକିତ୍ସା କରୁଥିବାରୁ ବିଜେଡି ବିଜେପି ନେତା ନେତ୍ରୀ ମନାନଙ୍କ ସମ୍ପୂର୍ଣ୍ଣ ଅବହେଳା ପାଇଁ ଆଜି ଡାକ୍ତରଖାନା ର ପରିସ୍ଥିତି ଶୋଚନୀୟ ହୋଇ ପଡିଛି।ଡାକ୍ତରଖାନା ରେ ଡାକ୍ତର୍ ନାହିଁ ତ ଭୋଟ ନାହିଁ ବୋଲି ମୁଖ୍ୟ ମୁର୍ଦା ଧରି କଂଗ୍ରେସ ବୈତରଣୀ ପାରି ହେବାକୁ ଆଶାବାଡ଼ି ଧରିଛି। #Congress #Dhenkanal #Hindol #NAC #Ommtv #Omtv #Kalingacinearts