5T ସଚିବ ଭି, କେ, ପାଣ୍ଡିଆନ୍ ଏକ ସରକାରୀ କାର୍ଯ୍ୟକ୍ରମରେ : Ommtv

VK Pandian

5T ସଚିବ ଭି, କେ, ପାଣ୍ଡିଆନ୍ ଏକ ସରକାରୀ କାର୍ଯ୍ୟକ୍ରମରେ : Ommtv

5T ସଚିବ ଭି, କେ, ପାଣ୍ଡିଆନ୍ ଏକ ସରକାରୀ କାର୍ଯ୍ୟକ୍ରମରେ : Ommtv

(ହିନ୍ଦୋଳ ଢେଙ୍କାନାଳ ରତିକାନ୍ତ ଶଶିକାନ୍ତ)5T ସଚିବ ଭି, କେ, ପାଣ୍ଡିଆନ୍ ଆଜି ହିନ୍ଦୋଳ ବ୍ଲକ୍ କୁ ଏକ ସରକାରୀ କାର୍ଯ୍ୟକ୍ରମରେ ଯୋଗ ଦେବାକୁ ସାତମାଇଲ ଖଜୁରିଆକଟା ଅଞ୍ଚଳର ବହୁବର ପଡିଆରେ ହେଲିକପ୍ଟର ରୁ ଓହ୍ଲାଇ ବିରାଟ ଶୋଭାଯାତ୍ରାରେ ଆସି ମଞ୍ଚରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଙ୍କ ନିର୍ଦ୍ଦେଶ କ୍ରମେ ଲୋକ ମାନଙ୍କର ଦୁଖଃ ସୁଖ ବୁଝି ତୁରନ୍ତ ସମସ୍ୟା ଗୁଡ଼ିକର ସମାଧାନ କରିବାକୁ ଆସିଛନ୍ତି ବୋଲି କହିଥିଲେ। ଏଠାକୁ ଆସି ଲୋକ ମାନଙ୍କଠାରୁ ବୁଲି ସିଧା ସଳଖ ଆବେଦନ ଦରଖାସ୍ତ ଗୁଡ଼ିକ ଗ୍ରହଣ କରିଥିଲେ। କୃଷି ଓ କୃଷକ ମାନଙ୍କ ସମସ୍ୟା ଭିତ୍ତିକ ଆପତ୍ତି ଗୁଡିକ ଉପରେ ଅଗ୍ରାଧିକାର ଭିତ୍ତିରେ ସମାଧାନ କରାଯିବ ଓ ମଠ ମନ୍ଦିର ମସଜିଦ୍ ଗୁଡିକୁ ରୂପାନ୍ତରିତ କରିବା ଓ ମହା ବିଦ୍ୟାଳୟ ଗୁଡିକର ରୂପାନ୍ତରିତ ଖୁବ୍ ଶୀଘ୍ର ସରକାର ହାତକୁ ନେବେ ବୋଲି ପ୍ରକାଶ କରିଥିଲେ। କାର୍ଯ୍ୟକ୍ରମ କୁ ସଫଳ କରିବା ପାଇଁ ହିନ୍ଦୋଳ ବିଧାୟିକା ସୀମାରାଣୀ ନାୟକ ଦଳୀୟ ନେତୃମଣ୍ଡଳୀ କର୍ମୀ ମାନଙ୍କୁ ନେଇ ସମସ୍ତ ପ୍ରକାର ଆୟୋଜନ ସଠିକ ଭାବେ ପରିଚାଳନା କରିଥିଲେ। ହିନ୍ଦୋଳ ନିର୍ବାଚନମଣ୍ଡଳୀ ପର୍ଯ୍ୟବେକ୍ଷକ ଉତ୍ତରା ବିଧାୟକ ସୁଶାନ୍ତ କୁମାର ରାଉତ ହିନ୍ଦୋଳ ରେ ରହି ସମସ୍ତ କାର୍ଯ୍ୟକ୍ରମ ତଦାରଖ କରିଥିଲେ। ମହିଳା ସ୍ଵୟମ ସହାୟକ ଗୋଷ୍ଠୀ କଳାକାର ସଂଘ ଓ ସମସ୍ତ ସରକାରୀ କର୍ମଚାରୀ ମାନେ ଉପସ୍ଥିତ ଥିଲେ। ଢେଙ୍କାନାଳ ଜିଲ୍ଲା ପ୍ରଶାସନ ନିର୍ଦେଶରେ ହିନ୍ଦୋଳ ଉପଖଣ୍ଡ ପ୍ରାଶାସନିକ ଅଧିକାରୀ ମାନେ ଉପସ୍ଥିତ ରହି କାର୍ଯ୍ୟକ୍ରମରେ ସହଯୋଗ କରିଥିଲେ। ଜିଲ୍ଲାପାଳ ସରୋଜ କୁମାର ସେଠୀ, ଏସ୍,ପି, ଜ୍ଞାନ ରଞ୍ଜନ ମହାପାତ୍ର, ଉପ ଜିଲ୍ଲାପାଳ ଶିବାନନ୍ଦ ସ୍ଵାଇଁ, ତହସିଲଦାର ସୁଶାନ୍ତ କୁମାର ମିଶ୍ର, ବିଡିଓ ରାମ କୃଷ୍ନ ମିଶ୍ର ଓ ଏସ୍, ଡି,ପି, ଓ, ପ୍ରଦୀପ୍ତ କୁମାର ଜେନା,ହିନ୍ଦୋଳ ଏନ୍, ଏ, ସି, ନିର୍ବାହୀ ଅଧିକାରୀ ଏସ୍, ଶ୍ରୀନିବାସନ୍ ଉପସ୍ଥିତ ରହିଥିଲେ। ଏହି କାର୍ଯ୍ୟକ୍ରମରେ ହିନ୍ଦୋଳ ସମସ୍ତ ଗଣ ମାଧ୍ୟମ ପ୍ରତିନିଧି ମାନଙ୍କୁ ପ୍ରଶାସନ ପକ୍ଷରୁ ଆଦୌ ଗୁରୁତ୍ଵ ଦିଆ ଯାଇ ନଥିଲା। ଏପରିକି ବସିବା ବ୍ୟବସ୍ତା ହୋଇ ଏଠାରୁ ନଥିଲା। ଫଳରେ ସମସ୍ତେ ଅସନ୍ତୋଷ ପ୍ରକାଶ କରିଛନ୍ତି। ଏଠାରୁ ରାସୋଳ ସାପୁଆ ପର୍ଯ୍ୟଟନ କେନ୍ଦ୍ରକୁ ଯାଇ ସେଠାରୁ ଅପରାହ୍ଣ ୫ ଟାରେ ଭୁବନେଶ୍ବର ପ୍ରତ୍ୟାବର୍ତ୍ତନ କରିଥିଲେ।ଆର୍ଟ ଅଫ ଗିଭିଙ୍ଗ ଓ କନ୍ୟାକିରଣ.. #VKPandian #Dhenkanal #Ommtv #Omtv #Kalingacinearts #NBPC #virals #viralvideo #viralpost #viralpage #viralreel #viralvideoreels #viralposts #viralreels #trend #trendingnow #trendingreels #trendingvideo