OMM TV Kalarahang will become smart village and more. 

BMC News

OMM TV Kalarahang will become smart village and more. 
OMM TV କଳାରାହାଙ୍ଗହେବ ସ୍ମାର୍ଟ ଭିଲେଜ୍ ଓ ଆର.ଆଇ ଅଫସ୍
(ରିପୋର୍ଟ: ମନୋଜ): କଳାରାହାଙ୍ଗ ମୌଜା ନାମରେ ପ୍ରଥମେ ରଙ୍ଗମାଟିଆ ଓ ପରେ ଗାଡ଼କରେ ଚାଲିଥିବା ଅରଆଇ ଅଫିସ୍। ଏବେ କଳାରାହାଙ୍ଗରେ ହେବ ଆରଆଇ ଅଫିସ୍(ରାଜସ୍ବ ନିରସକ୍ଷକ କାର୍ଯ୍ୟାଳୟ)। ଆଜି ଭୁବନେଶ୍ବର ଉତ୍ତର ନିର୍ବାଚନ ମଣ୍ଡଳୀ ଅଧୀନ ବିଏମସି ୱାର୍ଡ଼ ୨ କଳାରାହାଙ୍ଗ ଗ୍ରାମ ଓ ନନ୍ଦନବିହାରରେ ୫କୋଟି ଟଙ୍କା ଅଟକଳରେ ଦୁଇଟି ରାସ୍ତା, ଦୁଇଟି ଡ଼୍ରେନ୍ ଓ ଏକ ନୂତନ ରାଜ୍ୟସ୍ବନିରିକ୍ଷକ କାର୍ଯ୍ୟାଳୟ ଭିତିପ୍ରସ୍ତର ସ୍ଥାପନ କାର୍ଯ୍ୟକ୍ରମ ସ୍ଥାନୀୟ ବିଧାୟକ ସୁଶାନ୍ତ କୁମାର ରାଉତଙ୍କ ଉପସ୍ଥିତିରେ ଶୁଭଦିଆଯାଇଛି। ‌୨୩ଲକ୍ଷ ଟଙ୍କାର କଳାରାହାଙ୍ଗ ଜଳେଶ୍ବର ମନ୍ଦିର ରାସ୍ତା। ଏକ କୋଟି ୬୭ଲକ୍ଷ ଟଙ୍କା ବ୍ୟୟରେ କଳାହାରାଙ୍ଗ ହାଟଠାରୁ କଳାରାହାଙ୍ଗ ଗ୍ରାମ ରାସ୍ତା ଏବଂ ଏକ କୋଟି ୪୦ ଲକ୍ଷ ଟଙ୍କାର ରାଜ୍ୟସ୍ବନିରିକ୍ଷକଙ୍କ କାର୍ଯ୍ୟାଳୟ ହେବା ସହିତ ୬୭ଲକ୍ଷ ଟଙ୍କା ବ୍ୟୟରେ ନନ୍ଦନବିହାର ଲୋକନାଥ ମନ୍ଦିର ନିକଟରେ ଦୁଇଟି ଡ଼୍ରେନ୍ ପାଇଁ ଶୁଭଦିଆଗଲା। ଆଗାମି ଦିନରେ କଳାରାହାଙ୍ଗ ଗ୍ରାମକୁ ଏକ ସ୍ମାର୍ଟ ଗ୍ରାମରେ ପରିଣତ କରିବାନେଇ ବିଧାୟକ ଶ୍ରୀ ରାଉତ ମତପ୍ରକାଶକରିଥିଲେ। ଏହାସହିତ ବହୁପ୍ରତିକ୍ଷିତ ଆର.ଆଇ ଅଫିସ୍ ହେବାନେଇ ସ୍ଥାନୀୟଲୋକ ନିଜର ଖୁସିବ୍ୟକ୍ତିକରିଥିଲେ। ଆଜିର କାର୍ଯ୍ୟକ୍ରମରେ ବିଧାୟକ ଶ୍ରୀ ରାଉତଙ୍କ ସହ ମେୟର ସୁଲୋଚନା ଦାସ, କର୍ପୋରେଟର୍ ମିହିର ରାଉତ ଯୋଗଦେଇଥିଲେ। କାର୍ଯ୍ୟକ୍ରମରେ ପାଞ୍ଚ ପଞ୍ଚାୟତର ବୁଦ୍ଧିଜିବି, ମହିଳା ଗୋଷ୍ଠୀ, ଯୁବନେତା ଓ ସମାସେବୀ ଲୋକପ୍ରତିନିଧିମାନେ ଉପସ୍ଥିତଥିଲେ। #Bhubaneswar #Bmc #Word2 #OmmTv #OmTV #india #Odisha #NBPC #KalingaCineArts

OMM TV Kalarahang will become smart village and more. 
(Report: Manoj): In the name of Kalarahang Mauja, first Rangmatia and then Gadak, the RI office. Now there will be RI office in Kalarahang (Revenue Inspectorate Office). Two roads, two drains and a new Auditor's office under Bhubaneswar North Constituency, BMC ward no. 2 Kalarahang village and Nandanvihar under Bhubaneshar North Constituency has been inaugurated in the presence of local MLA Sushant Kumar Ro…
See more