ବିଦ୍ୟୁତ୍ କାମ ବେଳେ କର୍ମଚାରୀ ମୃତ : ଓମଟିଭି

ଆଜି ହିନ୍ଦୋଳ ଉପଖଣ୍ଡରେ  ଏନ୍. ଏ. ସି. ଅଞ୍ଚଳ ଚରଣ ପୁର୍ ବିଦ୍ୟୁତ୍ ଷ୍ଟ୍ରକଚର ରେ ବିଭାଗୀୟ କର୍ମଚାରୀ ସୁକାନ୍ତ ସାହୁ (30)ଉପରକୁ ଚଢି ଲାଇନ୍ ମରାମତି କରୁଥିବା ସମୟରେ ହଠାତ୍ କରେଣ୍ଟ ଲାଗି ମୃତ୍ୟୁ

ବିଦ୍ୟୁତ୍ କାମ ବେଳେ କର୍ମଚାରୀ ମୃତ : ଓମଟିଭି

ବିଦ୍ୟୁତ୍ କାମ ବେଳେ କର୍ମଚାରୀ ମୃତ : ଓମଟିଭି

ହିନ୍ଦୋଳ,୧/୭(ଓମ): ଆଜି ହିନ୍ଦୋଳ ଉପଖଣ୍ଡରେ  ଏନ୍. ଏ. ସି. ଅଞ୍ଚଳ ଚରଣ ପୁର୍ ବିଦ୍ୟୁତ୍ ଷ୍ଟ୍ରକଚର ରେ ବିଭାଗୀୟ କର୍ମଚାରୀ ସୁକାନ୍ତ ସାହୁ (30)ଉପରକୁ ଚଢି ଲାଇନ୍ ମରାମତି କରୁଥିବା ସମୟରେ ହଠାତ୍ କରେଣ୍ଟ ଲାଗି ମୃତ୍ୟୁ ବରଣ କରିବା ଦୁର୍ଘଟଣା ପ୍ରଚାରିତ ହେବା ପରେ ଶହ ଶହ ଜନସାଧାରଣ ଉପସ୍ଥିତ ହୋଇ କ୍ଷତି ପୂରଣ ଦାବିରେ ହିନ୍ଦୋଳ ଗୁଡ଼ିଆ କାଟେଣି ମୁଖ୍ୟ ରାସ୍ତାକୁ ଅବରୋଧ କରିଥିଲେ। ସକାଳ ନଅଟା ରୁ ଏହି ଦୁର୍ଘଟଣା ଘଟିବା ପରେ ରାସ୍ତା ଅବରୋଧ ହୋଇଥିଲା। ହିନ୍ଦୋଳ ପୁଲିସ ଘଟଣା ସ୍ଥଳ ରେ ପହଂଚି ଉତ୍ୟକ୍ତ ଲୋକ ମାନଙ୍କୁ ଆୟତ କରିଥିଲେ। ମୃତକ ସୁକାନ୍ତ ନିକଟ ଗ୍ରାମ ରାଜମୋହନପୁର ବାସିନ୍ଦା ହୋଇଥିବାରୁ ମୃତକ ପରିବାର କୁ ପଚାଶ  ଲକ୍ଷ ଟଙ୍କାର କ୍ଷତିପୂରଣ ଘୋଷାଣ ଦାବିରେ ଦିର୍ଘ ଆଠ ଘଣ୍ଟା ପର୍ଯ୍ୟନ୍ତ ଶବକୁ ଛାଡି ନଥିଲେ। ଉପଜିଲ୍ଲାପାଳ ଓ ବିଭାଗୀୟ କର୍ତ୍ତୃପକ୍ଷ କ୍ଷତିପୂରଣ ବାବଦକୁ ପନ୍ଦର ଲକ୍ଷ ଓ ପରିବାର ର ଜଣଙ୍କୁ ନିଯୁକ୍ତି ଦିଆଯିବ ବୋଲି ଘୋଷାଣ କରିବା ପରେ ଶବ ବ୍ୟବଚ୍ଛେଦ ପାଇଁ ପଠାଯାଇଛି। ବିଭାଗୀୟ ଜେ, ଇ, ଘଟଣା ସ୍ଥଳରେ ପହଁଞ୍ଚିବା ଦାବି ରେ ଅଧିକ ସମୟ ରାସ୍ତା ରୋକ କରାଯାଇଥିଲା। ( ରିପୋର୍ର: ରତିକାନ୍ତ ଗଡନାୟକ )