ଟାଇମ୍ସ ହାଇଅର ଏଜୁକେସନ୍ ଏସିଆ ୟୁନିଭର୍ସିଟି ର୍ୟାଙ୍କିଂ ୨୦୨୩
ଭାରତର ଶ୍ରେଷ୍ଠ ୧୩ତମ ବିଶ୍ୱବିଦ୍ୟାଳୟ କିଟ୍
: ଦି ଟାଇମ୍
ସ ହାଇଅର ଏଜୁକେସନ୍
ଏସିଆ ୟୁନିଭର୍
ସିଟି ର୍ୟାଙ୍କିଂ ୨୦୨୩ରେ କିଟ୍
ବିଶ୍ୱବିଦ୍ୟାଳୟ ଯଥେଷ୍ଟ ଉତ୍କୃଷ୍ଟ ପ୍ରଦର୍ଶନ କରିପାରିଛି । ‘ଦି ଟାଇମ୍
ସ ହାଇଅର ଏଜୁକେସନ୍
’ ପକ୍ଷରୁ ଗୁରୁବାର ପ୍ରକାଶିତ ବିଶ୍ୱସ୍ତରୀୟ ଏସିଆ ୟୁନିଭର୍
ସିଟି ର୍ୟାଙ୍କିଂରେ ଉଲ୍ଲେଖନୀୟ ପ୍ରଦର୍ଶନ କରି ଦେଶର ଶ୍ରେଷ୍ଠ ବିଶ୍ୱବିଦ୍ୟାଳୟ ମଧ୍ୟରେ କିଟ୍
୧୩ତମ ସ୍ଥାନରେ ରହିଥିବା ବେଳେ ଏସିଆର ଶ୍ରେଷ୍ଠ ବିଶ୍ୱବିଦ୍ୟାଳୟ ତାଲିକାରେ ୧୪୭ ତମ ସ୍ଥାନରେ ରହିଛି । କିଟ୍
ଉଲ୍ଲେଖନୀୟ
ପ୍ରଦର୍ଶନ କରି ଆଇଆଇଏସ୍
, ଆଇଆଇଟି ଓ ଆଇଆଇଆଇଟି ଭଳି ଦେଶର ଖ୍ୟାତି ସମ୍ପନ୍ନ ଉଚ୍ଚତର ଶିକ୍ଷାନୁଷ୍ଠାନ ମଧ୍ୟରେ ସ୍ଥାନ ପାଇ ପାରିଛି । ପୂର୍ବବର୍ଷ କିଟ୍
ଏସିଆ ର୍ୟାଙ୍କିଂର ୨୦୧+ ସ୍ଥାନରେ ରହିଥିଲା । ଟାଇମ୍
ସ ହାଇଅର ଏଜୁକେସନ୍
ପକ୍ଷରୁ ଶିକ୍ଷାଦାନ, ଗବେଷଣା, ଜ୍ଞାନର ଆଦାନ ପ୍ରଦାନ, ଅନ୍ତର୍ଜାତୀୟ ଦୃଷ୍ଟିକୋଣ ଆଦି ବିଭିନ୍ନ ମାନଦଣ୍ଡକୁ ନେଇ ବିଶ୍ୱବିଦ୍ୟାଳୟଗୁଡ଼ିକର ର୍ୟାଙ୍କିଂ କରାଯାଇଛି ।
କିଟ୍ ବିଶ୍ୱବିଦ୍ୟାଳୟରେ ବ୍ୟାପକ କାର୍ଯ୍ୟକ୍ରମ ସହ ୨ଶହରୁ ଊର୍ଦ୍ଧ୍ୱ ବିଭିନ୍ନ ପାଠ୍ୟକ୍ରମ ରହିଥିବା ବେଳେ ଏହାକୁ ବିଚାରକୁ ନେଲେ ଦେଶର ସମସ୍ତ ସରକାରୀ ଓ ଘରୋଇ ବିଶ୍ୱବିଦ୍ୟାଳୟ ମଧ୍ୟରେ କିଟ୍ ଯଥେଷ୍ଟ ଉନ୍ନତ ପ୍ରଦର୍ଶନ କରିଛି ।
ଟାଇମ୍
ସ ହାଇଅର୍
ଏଜୁକେସନ୍
ପକ୍ଷରୁ ଗତ ୫୦ବର୍ଷ ମଧ୍ୟରେ ପ୍ରତିଷ୍ଠିତ ଏସିଆର ଲବ୍
ଧ ପ୍ରତିଷ୍ଠିତ ବିଶ୍ୱବିଦ୍ୟାଳୟଗୁଡ଼ିକୁ ଏହି ଚୟନ ପ୍ରକ୍ରିୟାରେ ସାମିଲ୍
କରାଯାଇଛି । ସୂଚନାଯୋଗ୍ୟ, କିଟ୍
୨୫ ବର୍ଷର ଅନୁଷ୍ଠାନ ହୋଇଥିବା ବେଳେ ମାତ୍ର ୧୯ବର୍ଷର ବିଶ୍ୱବିଦ୍ୟାଳୟ ଭାବେ ଉପରୋକ୍ତ ସମସ୍ତ ମାନଦଣ୍ଡକୁ ପୂରଣ କରି ସମଗ୍ର ଦେଶରେ ୧୩ତମ ଓ ଏସଆରେ ୧୪୭ତମ ସ୍ଥାନରେ ରହି ରାଜ୍ୟ ଓ ଦେଶରର ଗୌରବ ବୃଦ୍ଧି କରିପାରିଛି । ଏହି ସଫଳତା ପାଇଁ କିଟ୍
ଓ କିସ୍
ର ପ୍ରତିଷ୍ଠାତା ଅଚ୍ୟୁତ ସାମନ୍ତ କିଟ୍
ଓ କିସ୍
ର ସମସ୍ତ ଶିକ୍ଷକ, ଶିକ୍ଷୟିତ୍ରୀ, ଅଧ୍ୟାପକ ଅଧ୍ୟାପିକା ଓ କର୍ମଚାରୀଙ୍କୁ ଶୁଭେଚ୍ଛା ଜଣାଇଛନ୍ତି । ଏହା ସହ ଆଗାମୀ ଦିନରେ କିଟ୍
ଆହୁରି ଭଲ ପ୍ରଦର୍ଶନ କରିବ ବୋଲି ଆଶା ପୋଷଣ କରିଛନ୍ତି ।
#Times #Kiituniversity #Kissuniversity #AchyutaSamanta #Education #Ommtv #Omtv #KalingaCineArts #NBPC