କିମ୍‌ସ ହସ୍ପିଟାଲରେ ମକ୍‌ଡ଼୍ରିଲ.. ପ୍ରଶିକ୍ଷଣ ମାଧ୍ୟମରେ ଅଗ୍ନିକାଣ୍ଡର କଡ଼ା ମୁକାବିଲା : Ommtv Round The Clock

: ସମୟ ପ୍ରାୟ ମଧ୍ୟାହ୍ନ‌ ହେବ। କିମ୍‌ସ ହସ୍ପିଟାଲରେ ହଠାତ୍ ପହଞ୍ଚିଲା ଚନ୍ଦ୍ରଶେଖରପୁର ଦମକଳ। କେହି କିଛି ଜାଣିବା ପୂର୍ବରୁ ଦମକଳ ଯବାନମାନେ ଦମକଳ ପାଇଁ ନେଇ ହସ୍ପିଟାଲ ବିଲଡ଼ିଂ ଉପରେ ପାଣିମାଡ଼କଲେ। ଏହାପରେ କିଛି ସୁରକ୍ଷାରକର୍ମି ହସ୍ପିଟାଲ ଭିତରୁ ତୁରନ୍ତ କିଛି ରୋଗୀଙ୍କୁ ‌ଷ୍ଟ୍ର‌େଚରରେ ପକାଇ ଉଦ୍ଧାର କରିବା ଆରମ୍ଭ କଲେ। ଏପରି ଦୃର୍ଶ୍ୟ ଦେଖି ଆଖପାଖ ଲୋକ ଦେଖଣାହାରି ହସ୍ପିଟାଲ ମୁଖ୍ୟ ଫାଟକ ନିକଟରେ ଜମାହୋଇଗଲେ। ଦେଖୁଦେଖୁ ସବୁ ସତକଥା ଜଣାପଡ଼ିଗଲା। ଏହି ଦୃର୍ଶ୍ୟଥିଲା ଅଗ୍ନିସମ ବିଭାଗ ପକ୍ଷରୁ ଏକ ପ୍ରଶିକ୍ଷଣ କାର୍ଯ୍ୟକ୍ରମର। ଲୋକମାନେ କିମ୍‌ସ ସୁରକ୍ଷା ବିଭାଗରେ କାର୍ଯ୍ୟରତ କର୍ମଚାରୀଙ୍କ ସାହାସିକତା ପ୍ରଶିକ୍ଷଣକୁ ଦେଖି ବେଶ ପ୍ରଶଂସା କରିଥିଲେ। ଆଜି ରାଜ୍ୟ ଅଗ୍ନିସମ ବିଭାଗ ପକ୍ଷରୁ ଚନ୍ଦ୍ରଶେଖରପୁର ଅଗ୍ନିମସ ସହାୟତାରେ କିମ୍‌ସରେ ଅନୁଷ୍ଠିତ ହୋଇଥିଲା ମକ୍ଡ଼୍ରିଲ। ଯେଉଁଥିରେ ହସ୍ପିଟାଲର ସୁରକ୍ଷାକର୍ମୀମାନଙ୍କୁ ଆପାତକାଳିନ ଅଗ୍ନିକାଣ୍ଡର ମୁକାବିଲା କରିବା ପାଇଁ ପ୍ରଶିକ୍ଷଣ ଦିଆଯାଇଥି‌ଲା। ଏହା ସହିତ ଅଘଟଣା ସମୟରେ କିପରି ସୁରକ୍ଷିତଭ‌ାବରେ ବିଲିଂଭିତରୁ ରୋଗୀମାନଙ୍କୁ ବାହାରକୁ ଅଣାଯିବ ତାହାନେଇ ପ୍ରଶିକ୍ଷଣ ଦିଆଯାଇଥିଲା। ବିଲଡ଼ିଂରେ ଅଗ୍ନିସମ ସୁରକ୍ଷା ବନ୍ଦବସ୍ତକୁ ସେନସର୍ର ମାଧ୍ୟମରେ ଆକ୍ଟିଭକରି ଅଘଟଣକୁ କିପରି ଦୂରେଇ ଦିଆଯାଇ ପାରିବ ତାହାନେଇ ମଧ୍ୟ ପ୍ରଶିକ୍ଷଣ ଦିଆଯାଇଥିଲା। ହସ୍ପିଟାଲରେ ଥିବା ସ୍ବତନ୍ତ୍ର ଦମକଳ ବିଭାଗ ଓ ସୁରକ୍ଷା ବିଭାଗର କର୍ମଚାରୀମାନେ ଏହି ପ୍ରଶିକ୍ଷଣରେ ଯୋଗଦେଇ ଆପାତକାଳିନ ସମୟରେ ଦୃଢ଼ତାର ସହ ସମ୍ମୁଖୀନହେବାପାଇଁ ଉପାୟମାନ ଶିକ୍ଷାପାଇଥିଲେ। ଯେଉଁ ଦକ୍ଷତାମୂଳକ କାର୍ଯ୍ୟକୁ ଦେଖି ଅନୁଷ୍ଠାନର ବରିଷ୍ଠ ଅଧିକାରୀମାନେ ପ୍ରଶିକ୍ଷଣ ଦେଉଥିବା ରାଜ୍ୟ ଅଗ୍ନିସମ ବିଭାଗ ଯବାନ ଓ ପ୍ରଶିକ୍ଷଣ ନେଉଥିବା କର୍ମଚାରୀମାନଙ୍କୁ ପ୍ରଶଂସା କରିବା ସହ ସାଧୁବାଦ ଜଣାଇଥିଲେ।