ନୃତ୍ୟମାଧ୍ୟମରେ ପୁସ୍ତକ ‘ଦକ୍ଷତା’ର ଉନ୍ମୋଚନ : Ommtv Round The Clock

ନୃତ୍ୟମାଧ୍ୟମରେ ପୁସ୍ତକ ‘ଦକ୍ଷତା’ର ଉନ୍ମୋଚନ : Ommtv Round The Clock

ନୃତ୍ୟମାଧ୍ୟମରେ ପୁସ୍ତକ ‘ଦକ୍ଷତା’ର ଉନ୍ମୋଚନ : Ommtv Round The Clock

ନୃତ୍ୟମାଧ୍ୟମରେ ପୁସ୍ତକ ‘ଦକ୍ଷତା’ର ଉନ୍ମୋଚନ : Ommtv Round The Clock

: ରାଜ୍ୟର ଲୁକାହିତ ପ୍ରତିଭାଗୁଡ଼ିକୁ ପତ୍ରିକା ମାଧ୍ୟମରେ ଲୋକାଭିମୁଖିକରିବା ଓ ସେମାନଙ୍କ ଦକ୍ଷତାକୁ ଏକ ପରିଚୟ ପ୍ରଦାନ କରିବା ଉଦ୍ୟେଶରେ ଉନ୍ମୋଚିତ ହୋଇଯାଇଛି ଦକ୍ଷତା ପୁସ୍ତକ। ଗୁରୁକେଳୁଚରଣ ମହାପାତ୍ର ଓଡ଼ିଶୀ ଗବେଷଣା କେନ୍ଦ୍ର ପ୍ରେକ୍ଷାଳୟରେ ଓଡ଼ିଶୀ ନୃତ୍ୟ କଳାକାରଙ୍କ ହାତରେ ଏହି ପୁସ୍ତୁକ ଏକ ଅଭିନବ ଶୈଳୀରେ ଉନ୍ମୋଚନ ହୋଇଛି। ଏହି ପୁସ୍ତକର ପ୍ରଥମ ସଂସ୍କରଣକୁ ଓଡ଼ିଶୀ ନୃତ୍ୟଗୁରୁ ଶାସ୍ବତ ଜୋସି , ଗୁରୁ ରୁବି ପ୍ରଧାନ, ତପଶ୍ବନୀ ପ୍ରଧାନ ଏବଂ ପୁସ୍ତକର ସଂମ୍ପାଦିକା ସଂଘମିତ୍ରା ଦୁବେ ଅତିଥିଭାବେ ଯୋଗଦେଇ ଉନ୍ମୋଚନ କରିଥିଲେ। ପ୍ରଥମ ଭାଗରେ ଏହି ପୁସ୍ତକରେ ରାଜ୍ୟର ୯ଜଣ ସୁଗୃହୀଣିଙ୍କ ପ୍ରତିଭା ବିଷୟରେ ଲେଖାଯାଇଛି। ଆଗାମି ଦିନରେ ଏହାର ଅନ୍ୟାନ ଭାଗମାନ ପ୍ରକାଶ ପାଇବା ସହ ପାଠକମାନଙ୍କ ମଧ୍ୟରେ ଏକ ନୂଆ ଉତ୍ସାହ ସୃ‌ଷ୍ଟିକରିବ ବୋଲି ସଂମ୍ପାଦିକା ଶ୍ରୀମତୀ ଦୁବେ ମତପ୍ରକାଶକରିଥିଲେ। କାର୍ଯ୍ୟକ୍ରମ ଶେଷରେ ସାଂସ୍କୃତିକ କାର୍ଯ୍ୟକ୍ରମ ଓଡ଼ିଶୀ ନୃତ୍ୟ ଅନୁଷ୍ଠିତ ହୋଇଥିଲା।

Ommtv ପାଇଁ ପ୍ରତିନିଧି ଆବଶ୍ୟକ ଯୋଗାଯୋଗ : ୯୪୩୯୧୭୭୬୩୦ (ଓମଟିଭି ଭୁବନେଶ୍ବର)