ନୃତ୍ୟଧାମ ଭୁବନେଶ୍ୱରର ୬ଷ୍ଠ ସର୍ବ ଭାରତୀୟ ନୃତ୍ୟ ପର୍ବ ଉଦ୍ଘାଟିତ, ପଦ୍ମଶ୍ରୀ କୁମ୍ କୁମ୍ ମହାନ୍ତି ନୃତ୍ୟଧାମ ସମ୍ମାନରେ ସମ୍ମାନିତ : ଓମଟିଭି
ନୃତ୍ୟଧାମ ଭୁବନେଶ୍ୱରର ୬ଷ୍ଠ ସର୍ବ ଭାରତୀୟ ନୃତ୍ୟ ପର୍ବ ଉଦ୍ଘାଟିତ, ପଦ୍ମଶ୍ରୀ କୁମ୍ କୁମ୍ ମହାନ୍ତି ନୃତ୍ୟଧାମ ସମ୍ମାନରେ ସମ୍ମାନିତ : ଓମଟିଭି
ନୃତ୍ୟଧାମ ଭୁବନେଶ୍ୱରର ୬ଷ୍ଠ ସର୍ବ ଭାରତୀୟ ନୃତ୍ୟ ପର୍ବ ଉଦ୍ଘାଟିତ, ପଦ୍ମଶ୍ରୀ କୁମ୍ କୁମ୍ ମହାନ୍ତି ନୃତ୍ୟଧାମ ସମ୍ମାନରେ ସମ୍ମାନିତ : ଓମଟିଭି
ଭୁବନେଶ୍ୱର: ଭୁବନେଶ୍ୱରର ଓଡ଼ିଶୀ ରିସର୍ଚ୍ଚ ସେଂଟରଠାରେ ନୃତ୍ୟଧାମ ଭୁବନେଶ୍ୱରର ୬ଷ୍ଠ ସର୍ବ ଭାରତୀୟ ଶାସ୍ତ୍ରୀୟ ନୃତ୍ୟ ପର୍ବ
ଏବଂ ଗୁରୁ ନମନ ନୃତ୍ୟ ଓ ସଂଗୀତ ଉତ୍ସବ ୨୦୨୩ ଆରମ୍ଭ ହୋଇଯାଇଛି । ଏହି ଉତ୍ସବ ଚଳିତ ଜାନୁଆରୀ ୩୦ ଓ ୩୧
ତାରିଖ ଦୁଇଦିନ ଧରି ଆୟୋଜିତ ହେଉଛି । ଉତ୍ସବର ପ୍ରଥମ ଦିନରେ ପଦ୍ମ ବିଭୂଷଣ ସୁଦର୍ଶନ ସାହୁ ମୁଖ୍ୟ ଅତିଥି ଭାବେ ପ୍ରଦୀପ
ପ୍ରଜ୍ୱଳନ କରିଥିବାବେଳେ, ଗୁରୁ ଶ୍ରୀଯୁକ୍ତ ଦୁର୍ଗାଚରଣ ରଣବୀର, ଗରୁ ଡା. ସଂଗୀତା ଗୋସାଇଁ ଓ ଗୁରୁ ଡା. ଗଜେନ୍ଦ୍ର ପଣ୍ଡା ଅତିଥି
ଭାବେ ଯୋଗ ଦେଇଥିଲେ । ଏହି ଅବସରରେ ପଦ୍ମଶ୍ରୀ କୁମ୍ କୁମ୍ ମହାନ୍ତିଙ୍କୁ ନୃତ୍ୟଧାମ ସ୧ାନରେ ସ୧ାନିତ କରାଯାଇଥିଲା ।
ଉତ୍ସବର ପ୍ରଥମ ଦିନରେ ଓଡ଼ିଶାର ବିଶିଷ୍ଟ ନୃତ୍ୟାଙ୍ଗନା ଡା. ଶୁଭଶ୍ରୀ ପଟନାୟକ କୁନ୍ତୀ ଅଭିନୟ ମାଧ୍ୟମରେ ଦର୍ଶକଙ୍କୁ ବିମୋହିତ
କରିଥିଲେ । ମହାଭାରତରେ ବର୍ଣ୍ଣିତ ପାଣ୍ଡବଙ୍କ ମାତା ଥିଲେ କୁନ୍ତି, ଯେକି ପଂଚକନ୍ୟାଙ୍କ ମଧ୍ୟରୁ ଥିଲେ ଅନ୍ୟତମ । କୁନ୍ତିଙ୍କ
ସେବାରେ ସନ୍ତୁଷ୍ଟ ହୋଇ ଦୁର୍ବାଶାଋଷି ତାଙ୍କୁ ଏକ ମବ ପ୍ରଦାନ କରିଥିଲେ । ଏହି ବିଷୟବସ୍ତୁକୁ ନିଜର ଲାଳିତ୍ୟ ଅଙ୍ଗଭଙ୍ଗୀ ଓ
ଆକର୍ଷଣୀୟ ମୁଖାଭିନୟ ସହିତ ବେଶ ଚମତ୍କାର ଭାବେ ପରିବେଷଣ କରିଥିଲେ ଡା. ଶୁଭଶ୍ରୀ ପଟନାୟକ । ଏହାର ନୃତ୍ୟ
ନିର୍ଦ୍ଦେଶନା ଦେଇଥିଲେ ଗୁରୁ ଦୁର୍ଗାଚରଣ ରଣବୀର, ସଂଗୀତ ନିର୍ଦ୍ଦେଶନାରେ ଗୁରୁ ସୁକାନ୍ତ କୁମାର କୁଣ୍ଡୁ ଓ ମର୍ଦ୍ଦଳରେ ଗୁରୁ
ଧନେଶ୍ୱର ସ୍ୱାଇଁ ରହିଥିଲେ । ଏହାପରେ ଅନୁଷ୍ଠାନର ନୃତ୍ୟଶିଳ୍ପୀମାନଙ୍କ ଦ୍ୱାରା ଗୀତଗୋବିନ୍ଦ ଓଡ଼ିଶୀ ନୃତ୍ୟ କି ଶୋଭା ଗୋ ଗୁଞ୍ଜେ ମଦନ ମୋହନ ପରିବେଷଣ
କରାଯାଇଥିଲା । ଏଠାରେ ନୃତ୍ୟ ନିର୍ଦ୍ଦେଶନା ଦେଇଥିଲେ ପଦ୍ମଶ୍ରୀ କୁମ୍ କୁମ୍ ମହାନ୍ତି । ଏହାପରେ ଡା. ଗଜେନ୍ଦ୍ର ପଣ୍ଡାଙ୍କ ନୃତ୍ୟ
ନିଦ୍ଦେର୍ଶନାରେ ମହାଲକ୍ଷ୍ମୀ ଅଣୁକମ ତ୍ରିଧରା ଅନୁଷ୍ଠାନ ନୃତ୍ୟ ପରିବେଷଣ କରିଥିଲେ । ରାଗ-ରାଗ ମାଳିକା ଓ ତାଳ-ତାଳ
ମାଳିକାରେ ଆଧାରିତ ଏହି ନୃତ୍ୟର ସଂଗୀତ ଗୁରୁ ଥିଲେ ଡା. ଗୋପାଳ ଚନ୍ଦ୍ର ପଣ୍ଡା ଓ ତାଳ ସଂଯୋଗ କରିଥିଲେ ଗୁରୁ ସଚିତା
ନନ୍ଦ ଦାସ । ଏହାପରେ ସମ୍ପ୍ରଦା ଅନୁଷ୍ଠାନର ନୃତ୍ୟଶିଳ୍ପୀ ଝୁଲଣ କୁଞ୍ଜ ପରିବେଷଣ କରିଥିଲେ । ନୃତ୍ୟ ସଂଯୋଜନା ଦେଇଥିଲେ ଗୁରୁ ସୁହାଗ
ନଳିନୀ ଦାସ, ରାଗ ଶଙ୍କରାଚରଣ ଓ ଏହା ତାଳ ରୂପକରେ ଆଧାରିତ । ସଂଗୀତ ଗୁରୁ ପ୍ରଫେସର ରାମହରି ଦାସ ଓ ତାଳ
ସଂଯୋଜନା କରିଥିଲେ ଗୁରୁ ଧନେଶ୍ୱର ସ୍ୱାଇଁ ଏବଂ ନୃତ୍ୟ ନିର୍ଦ୍ଦେଶନା ଦେଇଥିଲେ ଗୁରୁ ଶରତ ଦାସ ।