କିଟ୍‍ ଓ କିସ୍‍ରେ ୧୦ମ ଆନ୍ତର୍ଜାତୀୟ ଯୋଗ ଦିବସ ପାଳିତ : Ommtv Round The Clock

କିଟ୍‍ ଓ କିସ୍‍ରେ ୧୦ମ ଆନ୍ତର୍ଜାତୀୟ ଯୋଗ ଦିବସ ପାଳିତ : Ommtv Round The Clock

କିଟ୍‍ ଓ କିସ୍‍ରେ ୧୦ମ ଆନ୍ତର୍ଜାତୀୟ ଯୋଗ ଦିବସ ପାଳିତ : Ommtv Round The Clock

କିଟ୍‍ ଓ କିସ୍‍ରେ ୧୦ମ ଆନ୍ତର୍ଜାତୀୟ ଯୋଗ ଦିବସ ପାଳିତ : Ommtv Round The Clock

ଭୁବନେଶ୍ୱର, ୨୧ ।୬: କିଟ୍‍ ଶିକ୍ଷାନୁଷ୍ଠାନ ସମୂହ ଓ କିସ୍‍ ପକ୍ଷରୁ୍‍ ୧୦ମ ଆନ୍ତର୍ଜାତୀୟ ଯୋଗ ଦିବସ ଶୁକ୍ରବାର ପାଳିତ ହୋଇଯାଇଛି । ଏହି ଅବସରରେ କିଟ୍‍ ବିଶ୍ୱବିଦ୍ୟାଳୟର ବିଜୁ ପଟ୍ଟନାୟକ ବହୁ ଉପଯୋଗୀ ଇନ୍‍ଡ଼ୋର ଷ୍ଟାଡ଼ିୟମ୍‍ରେ ଏକ କାର୍ଯ୍ୟକ୍ରମର ଆୟୋଜନ କରାଯାଇଥିଲା । ଏଥିରେ କିଟ୍‍ ଓ କିସ୍‍ର ୪ହଜାରରୁ ଊର୍ଦ୍ଧ୍ୱ ଛାତ୍ରଛାତ୍ରୀ,କର୍ମଚାରୀ,ଅଧ୍ୟାପକ ଅଧ୍ୟାପିକା ଅଂଶ ଗ୍ରହଣ କରିଥିଲେ ।ଏହି କାର୍ଯ୍ୟକ୍ରମରେ କିଟ୍‍ ଓ କିସ୍‍ ପ୍ରତିଷ୍ଠାତା ଯୋଗଦେଇ କହିଥିଲେ,ଭାରତୀୟ ସଂସ୍କୃତିରେ କାହିଁ କେଉଁ କାଳରୁ ଯୋଗାଭ୍ୟାସ ରହିଆସିଛି । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ପ୍ରୟାସ ଯୋଗୁଁ ଯୋଗ ଆଜି ବିଶ୍ୱବ୍ୟାପୀ ପ୍ରସିଦ୍ଧି ଲାଭ କରିଛି ବୋଲି ଶ୍ରୀ ସାମନ୍ତ କହିଥିଲେ । ଚଳିତ ବର୍ଷର ବିଷୟବସ୍ତୁ୍‍ ନିଜ ପାଇଁ ଓ ସମାଜ ପାଇଁ ଯୋଗ ବିଷୟବସ୍ତୁ ଉପରେ ଆଲୋକପାତ କରି ଶ୍ରୀ ସାମନ୍ତ ଯୋଗାଭ୍ୟାସ ନିମନ୍ତେ ବ୍ୟାପକ ଦୃଷ୍ଟିକୋଣ ପୋଷଣ କରିବା ସହ ସମାଜରେଏହାର ଆଖିଦୃଶିଆ ପ୍ରଭାବ ଉପରେ ଗୁରୁତ୍ୱାରୋପ କରିଥିଲେ । ଚଳିତ ବର୍ଷର ବିଷୟବସ୍ତୁ ସମସ୍ତଙ୍କୁ ସେମାନଙ୍କ ଦୈନନ୍ଦିନ ଜୀବନରେ ଯୋଗାଭ୍ୟାସ କରିବାକୁ ପ୍ରୋତ୍ସାହିତ କରିବ ଏବଂ ଏହା ସେମାନଙ୍କୁ ସୁସ୍ଥ ରଖିବା ସହ ସମାଜ ପ୍ରତି ସେମାନଙ୍କର ସକରାତ୍ମକ ଯୋଗଦାନ ରହି ପାରିବ ବୋଲି ଶ୍ରୀ ସାମନ୍ତ କହିଥିଲେ । ଏହି କାର୍ଯ୍ୟକ୍ରମରେ ଅନ୍ୟମାନଙ୍କ ମଧ୍ୟରେ କିଟ୍‍ ବିଶ୍ୱବିଦ୍ୟାଳୟର କୁଳପତି ପ୍ରଫେସର ଶରଣଜିତ୍‍ ସିଂହ, କିସ୍‍ ବିଶ୍ୱବିଦ୍ୟାଳୟ କୁଳପତି ପ୍ରଫେସର ଦୀପକ କୁମାର ବେହେରା, କିଟ୍‍ ବିଶ୍ୱବିଦ୍ୟାଳୟ କୁଳସଚିବ ପ୍ରଫେସର ଜ୍ଞାନ ରଞ୍ଜନ ମହାନ୍ତି ଓ କିସ୍‍ ବିଶ୍ୱବିଦ୍ୟାଳୟ କୁଳସଚିବ ଡ଼. ପି.କେ ରାଉତରାୟ ପ୍ରମୁଖ ଯୋଗଦେଇଥିଲେ । ଶେଷରେ ସମସ୍ତେ ଯୋଗାଭ୍ୟାସ କରିଥିଲେ ।