ବିଶ୍ୱକପ୍ ହକି ବିରୁଦ୍ଧରେ, ଉଠାଦୋକାନୀମାନଙ୍କ ପେଟ ଗର୍ଜନ ସମାବେଶ : Ommtv

ବିଶ୍ୱକପ୍ ହକି ବିରୁଦ୍ଧରେ, ଉଠାଦୋକାନୀମାନଙ୍କ ପେଟ ଗର୍ଜନ ସମାବେଶ : Ommtv

ବିଶ୍ୱକପ୍ ହକି ବିରୁଦ୍ଧରେ, ଉଠାଦୋକାନୀମାନଙ୍କ ପେଟ ଗର୍ଜନ ସମାବେଶ : Ommtv
ବିଶ୍ୱକପ୍ ହକି ବିରୁଦ୍ଧରେ, ଉଠାଦୋକାନୀମାନଙ୍କ ପେଟ ଗର୍ଜନ ସମାବେଶ : Ommtv
କାଲିଠାରୁ ଉଠାଦୋକାନୀ ଉଚ୍ଛେଦ ବନ୍ଦ ରହିଲା : ଉମେଶ ଚନ୍ଦ୍ର ଲେଙ୍କା
ଭୁବନେଶ୍ୱର, ୨୩.୧୨ : ବିଶ୍ୱକପ୍ ହକି ଖେଳର ଆଳ ଦେଖାଇ ବିଏମ୍‌ସି, ବିଡ଼ିଏ ଓ ପୋଲିସ୍ ପ୍ରଶାସନ ତରଫରୁ ଯେଉଁଭଳି ଭାବରେ ରାଜଧାନୀ ଭୁବନେଶ୍ୱରେ ଉଠାଦୋକାନୀମାନଙ୍କୁ ଉଚ୍ଛେଦ କରାଯାଇଛି ତାହା ୧୫ ହଜାର ଉଠାଦୋକାନୀ ପରିବାରଙ୍କ ପେଟକୁ ଲାତ ମାରିଛି । ପେଟ ପାଟଣା ପାଇଁ ଗାଁ ଗହଳିରୁ ଆସି ରାଜଧାନୀରେ ଜୀବିକା ନିର୍ବାହ କରୁଥିବା ଉଠାଦୋକାନୀମାନଙ୍କୁ କୌଣସି ସୂଚନା ନଦେଇ ସମ୍ବିଧାନାର ଧାରା ‘୨୨, ୧୯ (୧)ଛ’କୁ ନମାନି ଅତର୍କିତ ଭାବେ ଉଚ୍ଛେଦ କରିବା ପରେ ଉଠାଦୋକାନୀମାନେ ସର୍ବସ୍ୱ ହରାଇ ରାଜଧାନୀର ରାଜରାସ୍ତାରେ ଆଶ୍ରୟ ନେଇଛନ୍ତି । 
ଶୁକ୍ରବାର ଦିନ ଉଠାଦୋକନ ଉଚ୍ଛେଦ ପ୍ରତିବାଦରେ ନିଖିଳ ଓଡ଼ିଶା ରାସ୍ତାପାଶ୍ୱର୍ ଉଠାଦୋକାନୀ ମହାସଂଘର ରାଜ୍ୟ ସଭାପତି ପ୍ରତାପ କୁମାର ସାହୁଙ୍କ ଡ଼ାକରାରେ ଉର ନିର୍ବାଚନ ମଣ୍ଡଳୀର ୫୫ଟି ସଂଘର ହଜାର ହଜାର ଉଠାଦୋକାନୀ ସାମିଲ ହୋଇ ପଟିଆ ଛକରୁ ଏକ ବିରାଟ ଶୋଭାଯାତ୍ରାରେ ବାହାରି କଳିଙ୍ଗ ହସ୍ପିଟାଲ ଛକ ନିକଟରେ ଥିବା ଉର ବିଏମ୍‌ସି କାର୍ଯ୍ୟାଳୟ ଘେରାଉ କରିଥିଲେ । ଖେଳ ନୁହେଁ ଭାତ ଚାହୁଁ, ସ୍ମାର୍ଟସିଟି ନୁହେଁ ରୋଟି ଚାହୁଁ, ହକି ଖେଳ ନାମରେ ଉଠାଦୋକାନ ଉଚ୍ଛେଦ ଚଳିବ ନାହିଁ, ବିଏମ୍‌ସି, ବିଡ଼ିଏ, ଜିଏର ଗୁଣ୍ଡାଗରୀ ଚଳିବ ନାହିଁ, ଗରିବ ଆଖିରେ ଲୁହ ଦେଇ ବିଶ୍ୱ ହକିଖେଳ କାହା ପାଇଁ ଆଦି ସ୍ଲୋଗାନ ଦେଇ ଉର ବିଏମ୍‌ସି ଅଫିସ୍ ଆଡ଼କୁ ମାଡ଼ି ଆସିବା ସହ ଏକଘା ପାଇଁ କଳିଙ୍ଗ ହସ୍ପିଟାଲ ଛକକୁ ବନ୍ଦ କରି ରଖିଥିଲେ । ସେଠାରେ ଜୋନ୍‌-୬ ଏସିପି ପôହ ଉଠାଦୋକାନୀ ମାନଙ୍କୁ ବୁଝାସୁଝା କରିବା ପରେ ରାସ୍ତାରୋକକୁ ପ୍ରତ୍ୟାହାର କରାଯାଇଥିଲା । ପରେ ଏକ ୧୧ଜଣିଆ ପ୍ରତିନିଧି ମଣ୍ଡଳୀ ମହାସଂଘର ସାଧାରଣ ସମ୍ପାଦକ ଅନୁଜ ପ୍ରଧାନଙ୍କ ନେତୃତ୍ୱରେ ଯାଇ ବିଏମ୍‌ସି ଉପ ସଚିିବ ଶ୍ରୀଯୁକ୍ତ ଉମେଶ ଚନ୍ଦ୍ର ଲୋକଙ୍କୁ ଭେଟି ଉଚ୍ଛେଦ ହୋଇଥିବା ଦୋକାନୀମାନଙ୍କୁ କ୍ଷତିପୂରଣ ଦେବା ସହ ଭେଣ୍ଡିଂଜୋନ ମାଧ୍ୟମରେ ଥଇଥାନ କରିବା, ଉଚ୍ଛେଦ ସମୟରେ ଗାଳି ଗୁଲଜ କରୁଥିବା ଅଧିକାରୀମାନଙ୍କୁ ଅପରାଧିକ ଆଇନ ଅନୁଯାୟୀ ଗିରଫ କରିବା, ସମ୍ବିଧାନର ଧାରା ୨୨, ୧୯ (୧) ଛ କୁ ସମ୍ମାନ ଦେବା, ଉଚ୍ଛେଦ ସମୟରେ ମାନବିକତା ଅବଲମ୍ବନ କରିବା, ହକି ଖେଳ ପାଇଁ ଉଚ୍ଛେଦ ହୋଇଥିବା ଦୋକାନୀମାନଙ୍କୁ ମାସକୁ ୨୦ ହଜାର ଟଙ୍କା ଆର୍ଥିକ ଅନୁଦାନ ଦେବା, ଉଚ୍ଛେଦ ହୋଇଥିବା ଦୋକାନୀମାନଙ୍କର ତାଲିକା ଅନୁଯାୟୀ ସେମାନଙ୍କୁ ଏକମାସ ମଧ୍ୟରେ ଥଇଥାନ କରିବା ଆଦି ଦାବି ଉପସ୍ଥାପନ କରିଥିଲେ । ଶ୍ରୀଯୁକ୍ତ ଲେଙ୍କ ଦାବି ଗୁଡ଼ିକ ପଢିସାରିବା ପରେ ସମସ୍ତ ଦାବିଗୁଡ଼ିକ ଯୁକ୍ତିଯୁକ୍ତ । କାଲିଠାରୁ ଆଉ ଉଠାଦୋକାନ ଉଚ୍ଛେଦ ହେବ ନାହିଁ ଏବଂ ୭ ଦିନ ମଧ୍ୟରେ ବିଏମ୍‌ସି କମିଶନଙ୍କ ସହିତ ଆଲୋଚନା କରାଯାଇ ସବୁ ସମସ୍ୟାର ସମାଧାନ କରାଯିବ ବୋଲି ପ୍ରତିଶ୍ରୁତି ଦେଲା ପରେ ଆନ୍ଦୋନ ପ୍ରତ୍ୟାହୃତ ହୋଇଥିଲା । ଏହି ବିକ୍ଷୋଭ କାର୍ଯ୍ୟକ୍ରମରେ ଜଗବନ୍ଧୁ ବେହେରା, କରୁଣାକର ରାଉତ, ଏସ୍‌.କେ. ଗୁହୁ, ଲାଲଟ କୁମାର ଓଝା, ସନ୍ତୋଷ କୁମାର ନାୟକ, ସରୋଜ କୁମାର କର, ସତ୍ୟଶ୍ରୀ ସୌମ୍ୟସୁନ୍ଦର ମହାନ୍ତି, ଭାସ୍କର ଚନ୍ଦ୍ର ସୁନ୍ଦରାୟ, ବିଳାସ ଦାସ, ବିନାୟକ ନାୟକ, ମନୋରଞ୍ଜନ ନାୟକ, ଅନୁ ମିଶ୍ର, ଶୁଭଶ୍ରୀ ମହାନ୍ତି, ସୁରେଶ ପଟ୍ଟନାୟକ, ବିପିନ ବିହାରୀ ଜେନା ଓ ମଇନ ବାବୁ ପ୍ରମୁଖ ସାମିଲ ହୋଇ ନେୃତ୍ୱ ନେଇଥିଲେ ।