କିମ୍‌ସରେ ବିଶ୍ୱ ହୃଦ୍‌ୟ ଦିବସ ପାଳିତ : Ommtv

କିମ୍‌ସରେ ବିଶ୍ୱ ହୃଦ୍‌ୟ ଦିବସ ପାଳିତ

କିମ୍‌ସରେ ବିଶ୍ୱ ହୃଦ୍‌ୟ ଦିବସ ପାଳିତ : Ommtv

କିମ୍‌ସରେ ବିଶ୍ୱ ହୃଦ୍‌ୟ ଦିବସ ପାଳିତ : Ommtv

 : କଳିଙ୍ଗ ଇନ୍‌ଷ୍ଟିଚ୍ୟୁଟ୍  ଅଫ୍ ମେଡିକାଲ ସାଇନ୍‌ସେସ୍ (କିମ୍‌ସ) ହୃଦରୋଗ ବିଭାଗ ପକ୍ଷରୁ ଆଜି ବିଶ୍ୱ ହୃଦୟ ଦିବସ ପାଳିତ ହୋଇଯାଇଛି । କିମ୍‌ସର ବରିଷ୍ଠ ଡାକ୍ତର, ହୃଦ୍‌ରୋଗ ବିଶେଷଜ୍ଞ ଓ ଅଧିକାରୀ ତଥା ଛାତ୍ରଛାତ୍ରୀଙ୍କ ଦ୍ୱାରା ଏକ ସଚେତନତା ପଦଯାତ୍ରା ଆୟୋଜନ କରାଯାଇଥିଲା । ଏଥିରେ ଲାୟନ୍ସ ଇଂଟରନ୍ୟାସନାଲ ଡିଷ୍ଟ୍ରିକ୍ଟ ୩୨୨ ସି ୪ ର ସଦସ୍ୟମାନେ ମଧ୍ୟ ୱାକାଥନରେ ସାମିଲ ଥିଲେ । ଅଂଶଗ୍ରହଣକାରୀମାନେ ହୃଦ୍ ରୋଗ ସଚେତନତା ଉପରେ ପ୍ଲାକାର୍ଡ ପ୍ରଦର୍ଶନ କରିବା ସହ ଜନସାଧାରଣଙ୍କୁ ସଚେତନ କରିବା ପାଇଁ ସ୍ଲୋଗାନ ଦେଇଥିଲେ । ଏହି ଅବସରରେ ବରିଷ୍ଠ ହୃଦ୍‌ରୋଗ ବିଶେଷଜ୍ଞ ଡାକ୍ତର ପଂଚାନନ ସାହୁ ଚଳିତବର୍ଷର ବିଷୟବସ୍ତୁ ଉପରେ କହିଲେ, ‘ହୃଦୟ ବ୍ୟବହାର କର, ହୃଦୟ ଜାଣ' ଅର୍ଥାତ୍ ସୁସ୍ଥ ହୃଦୟ ଥିବା ସୁସ୍ଥ ବ୍ୟକ୍ତିଙ୍କ ପାଇଁ ସଚେତନତା ସୃଷ୍ଟି କରିବାକୁ ପଡ଼ିବ । ଏହି ଅବସରରେ ସୂଚନା ଦେଇ କିମ୍‌ସ ବିଶିଷ୍ଟ ହୃଦ୍ ଶଲ୍ୟ ବିଶେଷଜ୍ଞ ଡା. ଅନୁପମ ଜେନା କହିଲେ, କିମ୍‌ସ ଖୁବ୍ ଶୀଘ୍ର ହୃଦ୍ ରୋଗର ଟ୍ରେଣ୍ଡ ଜାଣିବା ପାଇଁ ଆର୍ଟିଫିସିଆଲ ଇଂଟେଲିଜେନ୍ସ ବା କୃତ୍ରିମ ବୁଦ୍ଧିମତା (ଏଆଇ) ଉପକରଣ ବ୍ୟବହାର କରିବାକୁ ଯୋଜନା କରିଛି । କିଟ୍ ବିଶ୍ୱବିଦ୍ୟାଳୟରେ ସ୍ୱାସ୍ଥ୍ୟ ବିଜ୍ଞାନ, ଇଞ୍ଜିନିୟରିଂ, ସୂଚନା ପ୍ରଯୁକ୍ତି ବିଦ୍ୟା ଏବଂ ଗଣନା ବିଜ୍ଞାନରେ ଭଲ ଗବେଷକମାନେ ଅଛନ୍ତି । ସ୍ୱତନ୍ତ୍ର ଜ୍ଞାନକୌଶଳ ବ୍ୟବହାର କରି ଲୋକଙ୍କୁ ସାହାଯ୍ୟ କରାଯାଇପାରିବ ବୋଲି ସେ କହିଥିଲେ ।