hindol news : ommtv

hindol news

hindol news : ommtv

ଢେଙ୍କାନାଳ ଶଶିକାନ୍ତ ଗଡନାୟକ)ଢେଙ୍କାନାଳ ଜିଲ୍ଲା ଜିଲ୍ଲା କିନ୍ନର ସଂଘ ପକ୍ଷରୁ ଆଜି ହିନ୍ଦୋଳ ବ୍ଲକ୍ ଅନ୍ତର୍ଗତ ନୂଆବଗ ଗ୍ରାମ ପଞ୍ଚାୟତ ର ବାହାଲୁଣ୍ଡା ସରକାରୀ ପ୍ରାଥମିକ ବିଦ୍ୟାଳୟ ଠାରେ ବାର୍ଷିକ ଉତ୍ସବ ଜିଲ୍ଲା ସଭାପତି ଲିଜା ବେହେରା ଙ୍କ ସଭାପତିତ୍ବରେ ଅନୁଷ୍ଠିତ ହୋଇଥିଲା। ସ୍ଥାନୀୟ ସରପଞ୍ଚ ମାନସ ରଞ୍ଜନ ଦେହୁରୀ ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ପ୍ରଦୀପ ପ୍ରଜ୍ଜ୍ଵଳନ ସହ ଆନୁଷ୍ଠାନିକ ଭାବେ ଉଦଘାଟନ କରିଥିଲେ। ସମ୍ମାନିତ ଅତିଥି ଭାବେ ହିନ୍ଦୋଳ ଏନ୍ଏସି ପୂର୍ବତନ ଅଧ୍ୟକ୍ଷା ରିନା ବେହେରା, ଯୁବ ନେତା ଶାନ୍ତନୁ କୁମାର ସାହୁ ପ୍ରମୂଖ ଯୋଗ ଦେଇଥିଲେ। ମଞ୍ଚରେ ସମସ୍ତ ଅତିଥି ମାନଙ୍କୁ ଉପଢୌକନ ପ୍ରଦାନ କରି ସମ୍ବର୍ଦ୍ଧିତ କରିଥିଲେ। ମାଆ ମୃଗୀଦେବୀ ଙ୍କ ପୂଜାର୍ଚନା ପରେ ସଭା କାର୍ଯ୍ୟ ଆରମ୍ଭ ହୋଇଥିଲା। କାର୍ଯ୍ୟକ୍ରମରେ ଆଖ ପାଖ ଅଞ୍ଚଳର ବହୁ ଦର୍ଶକ ଯୋଗ ଦେଇ କିନ୍ନର ମାନଙ୍କ ଦ୍ଵାରା ଆୟୋଜିତ ସାଂସ୍କୃତିକ କାର୍ଯ୍ୟକ୍ରମ ଉପଭୋଗ କରିଥିଲେ। ସମସ୍ତ ଦର୍ଶକ ମାନଙ୍କ ପାଇଁ ଅନ୍ନ ପ୍ରସାଦ ସେବନ ବ୍ୟବସ୍ଥା ହୋଇଥିଲା। ଏହି ଉତ୍ସବ ସନ୍ଧ୍ୟା ପର୍ଯ୍ୟନ୍ତ ଚାଲି ମାଆ ଙ୍କ ମୂର୍ତ୍ତୀ ଏକ ବିରାଟ ଶୋଭାଯାତ୍ରାରେ ଯାଇ ବିସର୍ଜନ ହୋଇଥିଲା। ଆଇନ୍ ଶୃଙ୍ଖଳା ପରିସ୍ଥିତି ପାଇଁ ହିନ୍ଦୋଳ ଥାନା ପକ୍ଷରୁ ପୁଲିସ ମୁତୟନ କରାଯାଇଥିଲେ। ସଂଘ ସମ୍ପାଦିକା ଦେବଜାନୀ ପଟ୍ଟନାୟକ ସମସ୍ତ କାର୍ଯ୍ୟକ୍ରମ ପରିଚାଳନା କରିଥିଲେ।