ହିନ୍ଦୋଳ ବରିଷ୍ଠ ନାଗରିକ ମଞ୍ଚ ସଭାପତି ଶ୍ରୀନିବାସ ମିଶ୍ର ଙ୍କ ସଭାପତିତ୍ବରେ ଏକ ପ୍ରସ୍ତୁତି ବୈଠକ : Ommtv

ହିନ୍ଦୋଳ ବରିଷ୍ଠ ନାଗରିକ ମଞ୍ଚ ସଭାପତି ଶ୍ରୀନିବାସ ମିଶ୍ର ଙ୍କ ସଭାପତିତ୍ବରେ ଏକ ପ୍ରସ୍ତୁତି ବୈଠକ

ହିନ୍ଦୋଳ ବରିଷ୍ଠ ନାଗରିକ ମଞ୍ଚ ସଭାପତି ଶ୍ରୀନିବାସ ମିଶ୍ର ଙ୍କ ସଭାପତିତ୍ବରେ ଏକ ପ୍ରସ୍ତୁତି ବୈଠକ : Ommtv

OMM TV ହିନ୍ଦୋଳ ରତିକାନ୍ତ ଗଡନାୟକ) ଆଜି ହିନ୍ଦୋଳ ବରିଷ୍ଠ ନାଗରିକ ମଞ୍ଚ ସଭାପତି ଶ୍ରୀନିବାସ ମିଶ୍ର ଙ୍କ ସଭାପତିତ୍ବରେ ଏକ ପ୍ରସ୍ତୁତି ବୈଠକ ଗଣେଶ୍ଵର କ୍ଲବ ପରିସରରେ ଅନୁଷ୍ଠିତ ହୋଇଯାଇଛି। ମୁଖ୍ୟ ଅତିଥି ଭାବେ ଢେଙ୍କାନାଳ ବରିଷ୍ଠ ନାଗରିକ ପରିଷଦ ସଭାପତି ଅବସରପ୍ରାପ୍ତ ଜିଲ୍ଲା ଜଜ ଦୁର୍ଗା ଚରଣ ମିଶ୍ର ଯୋଗ ଦେଇଥିଲେ। ସ୍ଵତନ୍ତ୍ର ଅତିଥି ଭାବେ ହିନ୍ଦୋଳ ରାଜା ସାହେବ ଶ୍ରୀ ଶୈଳେନ୍ଦ୍ର ନାରାୟଣ ସିଂହଦେଓ ଯୋଗଦାନ କରିଥିଲେ। ସମ୍ପାଦକ ବିନୟ କୁମାର ସାମଲ ସମ୍ପାଦକୀୟ ବିବରଣୀ ପାଠ କରିଥିଲେ। ଅନ୍ୟ ମାନଙ୍କ ମଧ୍ୟରେ ଉପ ସଭାପତି ଛବିରାଜ ବିଶ୍ଵାଳ, କୋଷାଧ୍ୟକ୍ଷ ବ୍ରହ୍ମାନନ୍ଦ ପ୍ରଧାନ, ଉପଦେଷ୍ଠା ଲଲିତ କୁମାର ଧର ଯୋଗ ଦେଇଥିଲେ। ବରିଷ୍ଠ ନାଗରିକ ମାୟାଧର ପାଣିଗ୍ରାହୀ ସଂଯୋଜନା କରିଥିଲେ। ଆଗାମୀ ସେପ୍ଟେମ୍ବର ମଧ୍ଯ ଭାଗରେ ମଞ୍ଚ ବାର୍ଷିକ ଉତ୍ସବ ଅନୁଷ୍ଠିତ ହେବାକୁ ସ୍ଥିର କରାଗଲା। ଏଥିପାଇଁ ସମସ୍ତ କମିଟି ଗଠନ କରାଗଲା। ବରିଷ୍ଠ ସଦସ୍ୟ ସମାଜସେବୀ ରତିକାନ୍ତ ଗଡନାୟକ ତାଳଚେର ଗୋପାଲପୁର ନୂତନ ରେଳପଥ ନିର୍ମାଣ ଉପରେ କେନ୍ଦ୍ର ରେଳମନ୍ତ୍ରୀ ଙ୍କୁ କେନ୍ଦ୍ର ଶିକ୍ଷା ଓ ଦକ୍ଷତା ବିକାଶ ମାନ୍ୟବର ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଙ୍କ ଜରିଆରେ ହିନ୍ଦୋଳ ବରିଷ୍ଠ ନାଗରିକ ମଞ୍ଚ ପକ୍ଷରୁ ମାନପତ୍ର ପ୍ରଦାନ କରିବା ପାଇଁ ସର୍ବ ସମ୍ମତି କ୍ରମେ ପ୍ରସ୍ଥାବ ଗୃହିତ ହୋଇଥିଲା। ଏଥିପାଇଁ ରତିକାନ୍ତ ଗଡନାୟକ ଓ ସୁବାଷ ଚନ୍ଦ୍ର ମିଶ୍ରଙ୍କୁ ଦସ୍ତଖତ ସଂଗ୍ରହ କରିବା ପାଇଁ ସଭାପତି ନିର୍ଦ୍ଦେଶ ଦେଇଥିଲେ। ହିନ୍ଦୋଳ ବିଭିନ୍ନ ଅଞ୍ଚଳ ମଧ୍ୟରୁ ଶତାଧିକ ବରିଷ୍ଠ ନାଗରିକ ଏହି କାର୍ଯ୍ୟକ୍ରମରେ ଯୋଗ ଦେଇଥିଲେ।