ସରସ୍ଵତୀ ଶିଶୁ ବିଦ୍ୟାମନ୍ଦିର ପରିଡା ସାହି ଶଙ୍କରପୁରର ଚତୁର୍ଦଶ ତମ ବାର୍ଷିକ ଉତ୍ସବ : ଓମଟିଭି

ସରସ୍ଵତୀ ଶିଶୁ ବିଦ୍ୟାମନ୍ଦିର ପରିଡା ସାହି ଶଙ୍କରପୁରର ଚତୁର୍ଦଶ ତମ ବାର୍ଷିକ ଉତ୍ସବ : ଓମଟିଭି

ସରସ୍ଵତୀ ଶିଶୁ ବିଦ୍ୟାମନ୍ଦିର ପରିଡା ସାହି ଶଙ୍କରପୁରର ଚତୁର୍ଦଶ ତମ ବାର୍ଷିକ ଉତ୍ସବ : ଓମଟିଭି

ସରସ୍ଵତୀ ଶିଶୁ ବିଦ୍ୟାମନ୍ଦିର ପରିଡା ସାହି ଶଙ୍କରପୁରର ଚତୁର୍ଦଶ ତମ ବାର୍ଷିକ ଉତ୍ସବ : ଓମଟିଭି

(କଟକ ପ୍ରତିନିଧି : କାବୁଲିଙ୍କ ରିପୋର୍ଟ) : ସରସ୍ଵତୀ ଶିଶୁ ବିଦ୍ୟାମନ୍ଦିର ପରିଡା ସାହି ଶଙ୍କରପୁରର ଚତୁର୍ଦଶ ତମ ବାର୍ଷିକ ଉତ୍ସବ ସହିଦ୍ ଭବନ ଠାରେ ପାଳିତ ହୋଇଯାଇଛି। ବିଦ୍ୟାମନ୍ଦିର ସଭାପତି ଶ୍ରୀଯୁକ୍ତ କୃଷ୍ଣଚନ୍ଦ୍ର ପରିଡା ଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି ଉତ୍ସବରେ ପ୍ରଧାନ ଆଚାର୍ଯ୍ଯ ଶ୍ରୀଯୁକ୍ତ ଧରଣୀଧର ବେହେରା ସ୍ଵାଗତ ଭାଷଣ ଓ ଅତିଥିମାନଙ୍କର ପରିଚୟ ପ୍ରଦାନ କରିବା ସହ ବାର୍ଷିକ ବିବରଣୀ ପାଠ କରିଥିଲେ। ଉଦଘାଟକ ଭାବେ କଟକ ଚୌଦ୍ଵାର ର ମାନ୍ୟବର ବିଧାୟକ ଶ୍ରୀଯୁକ୍ତ ସୌଭିକ ବିଶ୍ଵାଳ ଯୋଗଦେଇ ଆଦର୍ଶ ଶିଶୁଙ୍କ ଲକ୍ଷଣ ସମ୍ପର୍କରେ ଆଲୋକପାତ କରିଥିଲେ। ମୁଖ୍ୟ ଅତିଥି ଭାବେ ଯୋଗଦେଇ କଟକ ମହାନଗର ନିଗମ ର ମାନ୍ୟବର ମେୟର ଶ୍ରୀଯୁକ୍ତ ସୁବାସ ଚନ୍ଦ୍ର ସିଂହ ଶିକ୍ଷା ଓ କ୍ରୀଡା ପରସ୍ପର ପରିପୂରକ ବୋଲି କହିଥିଲେ। ମୁଖ୍ୟ ବକ୍ତା ଭାବେ ଭାରତୀୟ ଶିକ୍ଷା ବିକାଶ ସଂସ୍ଥାନର ମହାସଚିବ ଡଃ କରୁଣାକର ପ୍ରଧାନ ଶିଶୁ ର ଶୈକ୍ଷିକ ବିକାଶରେ ସଂସ୍ଥାନ ପକ୍ଷରୁ ଗ୍ରହଣ କରାଯାଇଥିବା ବିଭିନ୍ନ ପଦକ୍ଷେପ ସମ୍ପର୍କରେ ସୂଚନା ଦେଇଥିଲେ। ସମ୍ମାନିତ ଅତିଥି ଭାବେ ଶିକ୍ଷାବିତ ଅବସର ପ୍ରାପ୍ତ ପ୍ରଧାନ ଶିକ୍ଷକ ଶ୍ରୀଯୁକ୍ତ ଦୈତାରୀ ସାହୁ, ସିନେ ତାରକା ଓ ସାମାଜସେବି ଶ୍ରୀଯୁକ୍ତ ଶ୍ରୀତମ ଦାସ, କର୍ପୋରେଟର ଶ୍ରୀଯୁକ୍ତ ପ୍ରଦୀପ୍ତ କୁମାର ଖୁଣ୍ଟିଆ ଯୋଗଦେଇ ଶିଶୁଙ୍କ ଶାରୀରିକ, ମାନସିକ ଓ ଆଧ୍ୟାତ୍ମିକ ବିକାଶ ପାଇଁ ଶିଶୁ ବିଦ୍ୟାମନ୍ଦିର ର ଭୂମିକା ସମ୍ପର୍କରେ ଆଲୋଚନା କରିଥିଲେ। ଅତିଥି ମାନଙ୍କ ସହିତ ଉପ ସଭାପତି ଶ୍ରୀ ରବିନ୍ଦ୍ର କୁମାର ବେହେରା ଓ ନବୋଦୟ ବିଦ୍ୟାଳୟର ଅବସରପ୍ରାପ୍ତ ଶିକ୍ଷୟିତ୍ରୀ ଶ୍ରୀମତୀ ଚିନ୍ମୟୀ ପ୍ରଭା କର ବିଜ୍ଞାନ ମେଳା, ଶିଶୁ ବାଟିକା, ମୀନା ବଜାର, ନୃତ୍ୟ ପ୍ରତିଯୋଗିତା , ପ୍ରବନ୍ଧ ପ୍ରତିଯୋଗିତା, ପଦ୍ୟାବୃତ୍ତି ପ୍ରତିଯୋଗିତା,ସୁନ୍ଦର ହସ୍ତାକ୍ଷର ପ୍ରତିଯୋଗିତା, କ୍ରୀଡା ଚାମ୍ପିଆନ୍, ସଙ୍ଗୀତ ଚୌକି ପ୍ରତିଯୋଗିତା, କୃଷ୍ଣ ବେଶ ପ୍ରତିଯୋଗିତାରେ ପ୍ରଥମ ଦ୍ଵିତୀୟ ତୃତୀୟ ସ୍ଥାନ ଅଧିକାର କରିଥିବା ଶିଶୁ ମାନଙ୍କୁ ପୁରସ୍କୃତ କରାଯାଇଥିଲା। ସଙ୍ଗୀତ ଚୌକି ପାଇଁ ଅଭିଭାବକ ମାନେ ପୁରସ୍କୃତ ହୋଇଥିଲେ। ଏହି ଅବସରରେ ଚଳିତ ଶିକ୍ଷା ବର୍ଷରେ ମାଟ୍ରିକ ପରୀକ୍ଷାରେ A1 ଓ A2 ଗ୍ରେଡ ରଖିଥିବା ଆo ଜଣ ଶିଶୁ ଓ ସରକାରୀ ବୃତ୍ତି ପାଇ ଥିବା ତିନି ଜଣ ଶିଶୁ ଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା। ବିଦ୍ୟାମନ୍ଦିର ଗୁରୁମା ମାନଙ୍କ ସହଯୋଗ ଓ ନୃତ୍ୟ ଗୁରୁ ସଙ୍ଗୀତା ରାଉତରାୟ ଙ୍କ ତତ୍ତ୍ଵାବଧାନରେ ଶିଶୁମାନଙ୍କ ଦ୍ଵାରା ରଙ୍ଗା ରଙ୍ଗ ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ କରାଯାଇଥିଲା।