ମହାନଦୀ  ପ୍ରାମାଣିକ ଚଳଚ୍ଚିତ୍ର ପ୍ରଦର୍ଶିତ : Ommtv

ମହାନଦୀ  ପ୍ରାମାଣିକ ଚଳଚ୍ଚିତ୍ର ପ୍ରଦର୍ଶିତ : Ommtv

ମହାନଦୀ  ପ୍ରାମାଣିକ ଚଳଚ୍ଚିତ୍ର ପ୍ରଦର୍ଶିତ : Ommtv

ମହାନଦୀ  ପ୍ରାମାଣିକ ଚଳଚ୍ଚିତ୍ର ପ୍ରଦର୍ଶିତ : Ommtv

(Ommtv )- ମହାନଦୀ ଉପରେ ନିର୍ମିତ ପ୍ରାମାଣିକ ଚଳଚିତ୍ର'ମହାନଦୀ - ଏ ରିଭର ଇନ୍‌ ଦ ଆଇଜ୍‌ ଅଫ୍‌ ଏ ପୋଏଟ୍‌' କୁ ରାଜଧାନୀର ଗୁରୁ କେଳୁ ଚରଣ ମହାପାତ୍ର ଓଡିଶୀ ଗବେଷଣା କେନ୍ଦ୍ରରେ ପ୍ରଥମ କରି ପ୍ରଦର୍ଶିତ କରାଯାଇଛି । ଏହି ଅବସରରେ ଓଡିଶା ଉଚ୍ଚ ନ୍ୟାୟାଳୟର ମୁଖ୍ୟ ବିଚାରପଚି ଡକ୍ଟର ଏସ୍‌ ମୁରଲୀଧର, କଂଗ୍ରେସ ବିଧାୟକ ଦଳ ନେତା ନରସିଂହ ମିଶ୍ର, ଅତିରିକ୍ତ ମୁଖ୍ୟ ଶାସନ ସଚିବ ସତ୍ୟବ୍ରତ ସାହୁ ପ୍ରମୁଖ ଉପସ୍ଥିତ ଥିଲେ । କବିର କଳ୍ପାନରେ ମହାନଦୀ । ଏହା କିପରି ଛତିଶଗଡ ସିହଓ୍ୱା ପାର୍ବତ୍ୟାମାଳରୁ ଓଡିଶା ଭିତର ଦେଇ ବଙ୍ଗୋପସାଗରରେ ମିଶିଛି , ତାହକୁ ନେଇ କବିର କବିତାର ବର୍ଣ୍ଣନାକୁ ଏହି ଚଳଚ୍ଚିତ୍ରରେ ପ୍ରଦର୍ଶିତ କରାଯାଇଛି । ମହାନଦୀ ଓଡିଶାର ଜୀବନ ଧାରା , ଏହା ନାରୀ ସହ ତୁଳନୀୟ , ନଦୀ ଅବବାହିକା ଗଢି ଉଠିଛି ଅନେକ ସଭ୍ୟତା, ପୂର୍ବ ଏବଂ ପଶ୍ଚିମ ସଂସ୍କୃତିର ମିଳନ ବୋଲି ଏହି ଚଳଚ୍ଚିତ୍ରରେ ପ୍ରଦର୍ଶନ କରାଯାଇଛି । କବି ଗଙ୍ଗାଧର ମେହେର, ମାୟାଧର ମାନସିଂ, ସଚ୍ଚି ରାଉତରାୟ, ଲୋଚନ ପ୍ରସାଦ ପାଣ୍ଡେୟାଙ୍କ ସମେତ ସୀତାକାନ୍ତ ମହାପାତ୍ର, ରମାକାନ୍ତ ରଥ, ହଳଧର ନାଗ, ଅଶ୍ୱନୀ କୁମାର ମିଶ୍ର, ଫଣି ମହାନ୍ତିପରି ଅନେକ ବିଶିଷ୍ଟ କବିଙ୍କ କବିତାରେ ମହାନଦୀର ବର୍ଣ୍ଣନାକୁ ଏଥିରେ ଦର୍ଶାଯାଇଛି । ମୁଖ୍ୟବିଚାରପତିଙ୍କ ସମେତ ଉପସ୍ଥିତ ଅନ୍ୟ ଅତିଥିବୃନ୍ଦ ଚଳଚ୍ଚିତ୍ରକୁ ଉଚ୍ଚ ପ୍ରଶଂସା କରିଥିଲେ । ଏହି ପ୍ରାମାଣିକ ଚଳଚ୍ଚିତ୍ରକୁ ମହାନଦୀ ହେରିଟେଜ୍‌ ଫାଉଣ୍ଡେସନ ଦ୍ୱାରା ନିର୍ମାଣ କରାଯାଇଛି । ଜୁବନାଶ୍ୱ ମିଶ୍ର ଏହାର ନିର୍ଦ୍ଦେଶନା ଦେଇଥିବା ଓଡିଶା ସାହିତ୍ୟ ଏକାଡେମୀର ପୂର୍ବତନ ସମ୍ପାଦକ ଅଶ୍ୱନୀ କୁମାର ମିଶ୍ରଙ୍କ ତତ୍ୱାବଧାନରେ ନିର୍ମାଣ କରାଯାଇଛି ।