ମଞ୍ଚେଶ୍ବର ଷ୍ଟେସନ୍ ବଜାର ହାଇମାସ୍କ ଲାଇଟ୍ ଅଚଳ, ଯାତ୍ରୀଙ୍କୁ ଲୁଟ୍

ମଞ୍ଚେଶ୍ବର ରେଲୱେ ଷ୍ଟେସନ୍ ବଜାର ହାଇମାସ୍କ ଲାଇଟ୍ ଗତ ଏକ ମାସ ହେଲାଣି ଅଚଳ ହୋଇ ପଡ଼ିଛି। ଫଳରେ ବଜାର ଛକରେ ଅନ୍ଧାର ହୋଇ ରହିଛି। ଯାହାର ସୁଯୋଗ ଉଠାଇ ଟ୍ରେନ୍‌ରୁ ଓହ୍ଲାଇ ଆସୁଥିବା ଯାତ୍ରୀମାନଙ୍କୁ ସ୍ଥାନୀୟ ଅଞ୍ଚଳ‌ର କିଛି ଅସାମାଜିକ ଯୁବକ ରିତିମତ ଲୁଟ୍ ପାଟ୍ କରୁଛନ୍ତି। ସ୍ଥାନୀୟ ବଜାର ବ୍ୟବସାୟୀମାନେ ଅଭିଯୋଗ କରୁଥିଲେ ମଧ୍ୟ ଉକ୍ତ ଲାଇଟ୍ ମରାମତି କାର୍ଯ୍ୟ ହେଉନଥିବା ଅଭିଯୋଗ ହୋଇଛି।

ମଞ୍ଚେଶ୍ବର ଷ୍ଟେସନ୍ ବଜାର ହାଇମାସ୍କ ଲାଇଟ୍ ଅଚଳ, ଯାତ୍ରୀଙ୍କୁ ଲୁଟ୍

ମଞ୍ଚେଶ୍ବର ଷ୍ଟେସନ୍ ବଜାର ହାଇମାସ୍କ ଲାଇଟ୍ ଅଚଳ, ଯାତ୍ରୀଙ୍କୁ ଲୁଟ୍

ଭୁବନେଶ୍ବର, ୨୦।୬ (ଓମ): ମଞ୍ଚେଶ୍ବର ରେଲୱେ ଷ୍ଟେସନ୍ ବଜାର ହାଇମାସ୍କ ଲାଇଟ୍ ଗତ ଏକ ମାସ ହେଲାଣି ଅଚଳ ହୋଇ ପଡ଼ିଛି। ଫଳରେ ବଜାର ଛକରେ ଅନ୍ଧାର ହୋଇ ରହିଛି। ଯାହାର ସୁଯୋଗ ଉଠାଇ ଟ୍ରେନ୍‌ରୁ ଓହ୍ଲାଇ ଆସୁଥିବା ଯାତ୍ରୀମାନଙ୍କୁ ସ୍ଥାନୀୟ ଅଞ୍ଚଳ‌ର କିଛି ଅସାମାଜିକ ଯୁବକ ରିତିମତ ଲୁଟ୍ ପାଟ୍ କରୁଛନ୍ତି। ସ୍ଥାନୀୟ ବଜାର ବ୍ୟବସାୟୀମାନେ ଅଭିଯୋଗ କରୁଥିଲେ ମଧ୍ୟ ଉକ୍ତ ଲାଇଟ୍ ମରାମତି କାର୍ଯ୍ୟ ହେଉନଥିବା ଅଭିଯୋଗ ହୋଇଛି। ବଜାର ଅନ୍ଧାର ରହୁଥିବାରୁ ଏଠାରେ ଦୁର୍ବୃତମାନେ କେବେ ଯାତ୍ରୀଙ୍କ ମୋବାଇଲ୍ ଫୋନ୍ ଛଡ଼ାଇ ନେଉଛନ୍ତି ତ ପୁଣି କେବେ ଅନ୍ଧାରରେ ମାରଣାସ୍ତ୍ରଦେଖାଇ ଚେନ୍ ଓ ହାତରେ ଥିବା ଲଗେଜ୍ ବ୍ୟାଗ୍ ଛଡ଼ାଇନେଉଛନ୍ତି। ପ୍ରତିବାଦ କଲେ ଆକ୍ରମଣ କରିବାପାଇଁ ମଧ୍ୟ ପଛାଉ ନାହାଁନ୍ତି ଦୁର୍ବୃତ। ଷ୍ଟେସନ୍ ବଜାର ଛକରେ ଥିବା ହାଇମାସ୍କ ଲାଇଟ୍ ଅଚଳ ହୋଇଯିବାରୁ ସଂଧ୍ୟାହେଲେ ଏଠାରେ ଅସାମାଜିକ ଯୁବକଙ୍କ ଖଟି ଜମୁଛି। ସେହି ଅସାମାଜିକ ଯୁବକମାନେ ରାତିରେ ଷ୍ଟେସନ୍‌ରୁ ଓହ୍ଲାଉଥିବା ଯାତ୍ରୀଙ୍କୁ ଲୁଟ୍ କରୁଥିବା ଅଭିଯୋଗ ହୋଇଛି। ନିକଟରେ ରେଲୱେ କଲୋନିର ଦେବେନ୍ଦ୍ର ନାଥ ନାମକ ଜଣେ ଯୁବକଙ୍କୁ ଦୁଇ ଜଣ ଅଟୋ ଚାଳକ ଯାତ୍ରୀ ଖଡ଼ାକୁନେଇ ବଚସାକରିବାପରେ ତାଙ୍କୁ ମାଡ଼ ମାରିଥିଲେ। ଯାହାନେଇ ଯୁବକ ଜଣଙ୍କ ମଞ୍ଚେଶ୍ବର ଥାନାରେ ଅଭିଯୋଗ ଦେଇଥିଲେ। ମାତ୍ର ଅଟୋ ଚାଲକ ଦୁଇ ଜଣ ତାଙ୍କ ମାଡ଼ମାରିବାପରେ ପିସିଆର୍ ଆସିବାସୁ ସେଠାରୁ ଫେରାର ହୋଇଯାଇଥିଲେ। ସେହିଭଳି ଆଜି ସଂଧ୍ୟାରେ ‌ମଞ୍ଚେଶ୍ବର ‌ଷ୍ଟେସନ୍ ନିକଟରେ ମୋ’ବସରେ ଯାତ୍ରା କରିବା ପାଇଁ ଅପେକ୍ଷାକରିଥିବା ଜଣେ ଯୁବତୀଙ୍କୁ ସ୍ଥାନୀୟ ଅଞ୍ଚଳର ଜଣେ ଅଟୋ ଚାଳକ ବସରେ ଯାତ୍ରା କରିବାପାଇଁ ବାରଣକରି ଗଣ୍ଡଗୋଳ କରିଥିଲେ। ଯାହାନେଇ ସ୍ଥାନୀୟଲୋକ ଘଟଣାର ବୁଝାବୁଝିକରିଥିଲେ। ଏହି ଘଟଣାଭିତରେ ଅଟୋ ଚାଳକ ଜଣଙ୍କ ତାଙ୍କ ଏକ ବ୍ୟାଗ ଚୋରାଇନେଇଥିବା ଯୁବତୀ ଜଣଙ୍କ ଅଭିଯୋଗ କରିଛନ୍ତି। ଏନେଇ ସ୍ଥାନୀୟ ପୁଲିସ୍ ଘଟଣାର ତଦନ୍ତକରିବା ସହ ଦୁଇ ଜଣ ଅଟୋ ଚାଳକଙ୍କୁ ଖୋଜୁଥିବା ଜଣାପଡ଼ିଛି।