ଶିକ୍ଷାନୁଷ୍ଠାନରେ ଓବିସି ପିଲାଙ୍କ ନାମଲେଖାରେ ୨୭% ସିଟ ସଂରକ୍ଷଣ ପାଇଁ ରାଜ୍ୟପାଳଙ୍କୁ ଭେଟି ଦାବୀ ଜଣାଇଲା ଓଡିଶା ଅଭିଭାବକ ମହାସଂଘ : ଓମଟିଭି

ଜାତୀୟ ସ୍ତରରେ ସବୁ ଶିକ୍ଷାନୁଷ୍ଠାନରେ ନାମ ଲେଖା ପାଇଁ ଓବି ସି  ପିଲାଙ୍କ ପାଇଁ 27% ସ୍ଥାନ ସଂରକ୍ଷଣର ବ୍ୟବସ୍ଥା ରହିଛି l ଆଇ ଆଇ ଟି,ଆଇ ଆଇ ଏମ, ଏମ୍ସ, ନବୋଦୟ ବିଦ୍ୟାଳୟ, କେନ୍ଦ୍ରୀୟ ବିଦ୍ୟାଳୟ ଏପରିକି ସୈନିକ ସ୍କୁଲରେ ମଧ୍ୟ ଓ ବି ସି ପାଇଁ ସଂରକ୍ଷଣ ବ୍ୟବସ୍ଥା ରହିଛି l

ଶିକ୍ଷାନୁଷ୍ଠାନରେ ଓବିସି ପିଲାଙ୍କ ନାମଲେଖାରେ ୨୭% ସିଟ ସଂରକ୍ଷଣ ପାଇଁ ରାଜ୍ୟପାଳଙ୍କୁ ଭେଟି ଦାବୀ ଜଣାଇଲା ଓଡିଶା ଅଭିଭାବକ ମହାସଂଘ : ଓମଟିଭି

ଶିକ୍ଷାନୁଷ୍ଠାନରେ ଓବିସି ପିଲାଙ୍କ ନାମଲେଖାରେ ୨୭% ସିଟ ସଂରକ୍ଷଣ ପାଇଁ ରାଜ୍ୟପାଳଙ୍କୁ ଭେଟି ଦାବୀ ଜଣାଇଲା ଓଡିଶା ଅଭିଭାବକ ମହାସଂଘ

ଭୁବନେଶ୍ୱର ୪/୭(ଓମ): ଜାତୀୟ ସ୍ତରରେ ସବୁ ଶିକ୍ଷାନୁଷ୍ଠାନରେ ନାମ ଲେଖା ପାଇଁ ଓବି ସି  ପିଲାଙ୍କ ପାଇଁ 27% ସ୍ଥାନ ସଂରକ୍ଷଣର ବ୍ୟବସ୍ଥା ରହିଛି l ଆଇ ଆଇ ଟି,ଆଇ ଆଇ ଏମ, ଏମ୍ସ, ନବୋଦୟ ବିଦ୍ୟାଳୟ, କେନ୍ଦ୍ରୀୟ ବିଦ୍ୟାଳୟ ଏପରିକି ସୈନିକ ସ୍କୁଲରେ ମଧ୍ୟ ଓ ବି ସି ପାଇଁ ସଂରକ୍ଷଣ ବ୍ୟବସ୍ଥା ରହିଛି l ହେଲେ ଓଡିଶାରେ ଶିକ୍ଷାନୁଷ୍ଠାନ ରେ ଓବିସି ପିଲାଙ୍କ ପାଇଁ ସ୍ଥାନ ସଂରକ୍ଷଣ ବ୍ୟବସ୍ଥା ନାହିଁ l ଆମ ପଡୋଶୀ ରାଜ୍ୟ ପଶ୍ଚିମବଙ୍ଗ,ବିହାର ତେଲେଙ୍ଗାନା, ମହାରାଷ୍ଟ୍ର, କେରଳ, କର୍ଣ୍ଣାଟକ, ତାମିଲନାଡୁ ରେ ମଧ୍ୟ ଓବିସି ପାଇଁ ସଂରକ୍ଷଣ ରହିଛି l କର୍ଣ୍ଣାଟକ  ରେ 32%, କେରଳ ରେ 40%,ମହାରାଷ୍ଟ୍ର ଓ ତେଲେଙ୍ଗାନା ରେ 29%,ତାମିଲନାଡୁ ରେ ପାଖାପାଖି 50% ଓ ବିହାର ରେ 34% ସିଟ ଓବି ସି ପିଲାଙ୍କ ପାଇଁ ସଂରକ୍ଷଣ ରହିଛି l ଶିକ୍ଷା ଅଧିକାର ଆଇନ ରେ ମଧ୍ୟ କେନ୍ଦ୍ରୀୟ ଶିକ୍ଷାନୁଷ୍ଠାନ ରେ 15%ସିଟ ହରିଜନ ଓ ଆଦିବାସୀ ପିଲା ଙ୍କ ପାଇଁ 7.5 % ସିଟ, ତଥା 27% ସିଟ ଓବି ସି ପିଲାଙ୍କ ପାଇଁ ସଂରକ୍ଷିତ କରାଯାଉଛି l ଓଡିଶାରେ ପ୍ରାୟ 70% ଲୋକ ଚାଷ, ଖୁଦ୍ର ବ୍ୟବସାୟ ଓ ଅନ୍ୟାନ୍ୟ ସେବା କରି ଚଳୁଛନ୍ତି l ତେଲି, ଗୁଡ଼ିଆ, ଚଷା, କମlର, କୁମ୍ଭାର, ବାରିକ ଆଦି ଅନେକ ସମ୍ପ୍ରଦାୟ l ସେମାନେ ମଧ୍ୟ ସାମାଜିକ ଓ ଅର୍ଥନୈତିକ ସ୍ତରରେ ବେସ ପଛରେ ଅଛନ୍ତି l ଯେପରି ଆଦିବାସୀ ଓ ହରିଜନ ପିଲାଙ୍କୁ ସଂରକ୍ଷଣ ଦେଇ ଆମେ ସେମାନଙ୍କୁ ମୁଖ୍ୟ ସ୍ରୋତରେ ସାମିଲ ସହ ବିକାଶ ର ଭାଗିଦାରୀ କରିପାରିଛନ୍ତି ଠିକ ସେହିପରି ଅନ୍ୟାନ୍ୟ ପଛୁଆ ବର୍ଗ ପିଲାଙ୍କୁ ମଧ୍ୟ ଶିକ୍ଷାନୁଷ୍ଠାନ ମାନଙ୍କରେ ନାମଲେଖl
ରେ ସଂରକ୍ଷଣ ଦେଲେ ସେମାନେ ମଧ୍ୟ ଉଚ୍ଚ ଶିକ୍ଷିତ ହୋଇ ସାମାଜିକ ବିକାଶ ପଥ ରେ ଅଗ୍ରସର ହେବେ l ତେଣୁ ଓଡିଶା ରେ ମଧ୍ୟ କେନ୍ଦ୍ରୀୟ ଶିକ୍ଷାନୁଷ୍ଠାନ ଭଳି ଓବିସି ପିଲାଙ୍କ ନାମଲେଖା ପାଇଁ 27% ସିଟ ସଂରକ୍ଷଣ କରିବାର ଆବଶ୍ୟକତା ରହିଛି l ତେଣୁ ରାଜ୍ୟରେ ଉଭୟ ସରକାରୀ ଓ ବେସରକାରୀ ସବୁ ଶିକ୍ଷାନୁଷ୍ଠାନ ରେ ଓବିସି ପିଲାଙ୍କୁ 27% ସିଟ ରେ ନାମଲେଖା ପାଇଁ ସଂରକ୍ଷଣ ର ବ୍ୟବସ୍ଥା କରିବାକୁ ମାନ୍ୟବର ରାଜ୍ୟପାଳ ଙ୍କୁ ଭେଟିଛି ଓଡିଶା ଅଭିଭାବକ ମହାସଂଘ lଏହି ଗୁରୁତ୍ୱ ପୂର୍ଣ୍ଣ ପ୍ରସଙ୍ଗ ରେ ଦାବୀ ଉପସ୍ଥାପନା ପାଇଁ ଆଜି ଓଡିଶା ଅଭିଭାବକ ମହାସଂଘ ଅଧକ୍ଷ ବାସୁଦେବ ଭଟ୍ଟଙ୍କ ନେତୃତ୍ୱରେ ସହ ଅଧକ୍ଷ ପ୍ରସନ୍ନ ବିଷୋୟୀ, ରଶ୍ମିରଂଜନ କାନୁନଗୋ, ସତ୍ୟଜିତ ଦାସ ରାଜ୍ୟପାଳଙ୍କୁ ଭେଟି ଆଲୋଚନା କରିବା ସହିତ ସ୍ମାରକ ପ୍ରଦାନ ସହିତ ତୁରନ୍ତ ଲାଗୁ କରିବାକୁ ଦାବୀ ଜଣାଇଥିଲେ l କାରଣ ବର୍ତମାନ ମ୍ୟାଟ୍ରିକ ଓ +2 ଆଦି ପରୀକ୍ଷା ଫଳ ପ୍ରକାଶ ପାଇବ ଓ ଶିକ୍ଷାନୁଷ୍ଠାନ ମାନଙ୍କରେ ନାମଲେଖା ପ୍ରକ୍ରିୟା ଆରମ୍ଭ ହୋଇଯିବ l ଯେତେଶୀଘ୍ର କାର୍ଯ୍ୟକାରୀ ହେବ ଲକ୍ଷ ଲକ୍ଷ ଅନ୍ୟାନ୍ୟ ପଛୁଆ ବର୍ଗ ଶ୍ରେଣୀର ପିଲାମାନେ ଏହି ସୁବିଧା ଉପଲବ୍ଧ କରି ଉଚିତ ଶିକ୍ଷା ପାଇପାରିବେ l ଆଲୋଚନା ପରେ ଏହି ସମସ୍ୟାର ଆବଶ୍ୟକତା କୁ ଉପଲବ୍ଧି କରି ମାନ୍ୟବର ରାଜ୍ୟପାଳ ପ୍ର, ଗଣେସୀ ଲାଲ ତୁରନ୍ତ ସରକାରଙ୍କୁ ରିପୋର୍ଟ ପ୍ରଦାନ ସହ କାର୍ଯ୍ୟାନୁଷ୍ଠାନ ପାଇଁ ତାଙ୍କର ଦପ୍ତର ର ପଦାଧିକାରୀଙ୍କୁ ନିର୍ଦେଶ ଦେଇଛନ୍ତି l
ପ୍ରସନ୍ନ ବିଷୋୟୀ
ସହ ଅଧକ୍ଷ, ଓଡିଶା ଅଭିଭାବକ ମହାସଂଘ