Puri Beach Life Guard Mahasangha New Staff Selection : Ommtv

The new officers of Puri Beach Life Guard Association have been elected. On the beach in front of the lighthouse on Tuesday, 5 life guard associations working for life protection in Puri beach namely Kalima Life Guard Association, Sagar Tarang Life Guard Association, Saraswati Life Guard Association, Harcharandi Life Guard Association and Golden Bee Ch 350 members of the Life Guard Association participated in this election and elected new officers

Puri Beach Life Guard Mahasangha New Staff Selection : Ommtv

ପୁରୀ ବିଚ୍ ଲାଇଫ ଗାର୍ଡ ମହାସଂଘ ର ନୂତନ କର୍ମକର୍ତା ଚୟନ : Ommtv
ପୁରୀ: ପୁରୀ ବିଚ୍ ଲାଇଫ ଗାର୍ଡ ମହସଂଘ୍ ର ନୂତନ କରମକର୍ତା ଚୟନ ହୋଇଛି।ମଙ୍ଗଳବାର ଲାଇଟ୍ ହାଉସ ସାମନା ବେଳାଭୂମିରେ ପୁରୀ ବେଳାଭୂମିରେ ଜୀବନ ସୁରକ୍ଷା ପାଇଁ କାର୍ଯ୍ୟ କରୁଥିବା ୫ଟି ଲ୍ଲାଇଫ ଗାର୍ଡ ଆସୋସିଏସନ୍ର ଯଥା କାଳିମା ଲାଇଫ ଗାର୍ଡ ଆସୋସିଏସନ୍,ସାଗର ତରଙ୍ଗ ଲାଇଫଗାର୍ଡ ଆସୋସିଏସନ୍,ସରସ୍ଵତୀ ଲାଇଫ ଗାର୍ଡ ଆସୋସିଏସନ୍, ହରଚର୍ଣ୍ଡି ଲାଇଫ ଗାର୍ଡ ଆସୋସିଏସନ୍ ଓ ଗୋଲ୍ଡେନ ବିଚ୍ ଲାଇଫ ଗାର୍ଡ ଆସୋସିଏସନ୍ ର ୩୫୦ ଜଣ ସଦସ୍ୟ ଏହି ନିର୍ବାଚନ ରେ ଅଂଶ ଗ୍ରହଣ କରି ନୂତନ କର୍ମକର୍ତ୍ତା ନିର୍ବାଚନ କରି ଥିଲେ ।ନୂତନ ସଭାପତି ଭାବେ ବାଡି ଶିବା ରାଓ, ଉପସଭାପତି ଭାବେ ବାଡି ଏରାୟା,ସଂପାଦକ ଭାବେ ହ୍ୟାରୀ ରାଓ,ସହ ସଂପାଦକ ଭାବେ ଗୋବିନ୍ଦ ରମେଶ, କୋଷାଧ୍ୟକ ଭାବେ ଏଲ ନାରାୟଣ ବେହେରା ସହ କୋଷାଧ୍ୟକ୍ଷ ଭାବେ ଅଙ୍କ ଶଙ୍କର ସର୍ବ ସମ୍ମତି କ୍ରମେ ନିର୍ବାଚିତ ହୋଇଛନ୍ତି। ୫ ଟି ଲାଇଫ ଗାର୍ଡ ଆସୋସିଏସନ୍ ର ୪ ଜଣ ଲେଖାଏଁ ମନୋନୀତ ସଦସ୍ୟ ମହସଂଘ୍ ର କାର୍ଯ୍ୟ କାରୀ ସଦସ୍ୟ ଭାବରେ ନିର୍ବାଚିତ ହୋଇ ଛନ୍ତି।ନୂତନ କରମକର୍ତା ମାନେ ଗୁରୁବାର ପୁରୀ ଜିଲ୍ଲାପାଳ ସମର୍ଥ ବର୍ମା ଓ ଅନ୍ୟ ପ୍ରଶାସନିକ ଅଧିକାରୀ ମାନଙ୍କ ସହିତ ସୌଜନ୍ୟ ମୂଳକ ସାକ୍ଷାତକାର କରିବା ସହିତ ରଥ ଯାତ୍ରା ରେ ଜିଲ୍ଲା ପ୍ରଶାସନକୁ ସମୂର୍ଣ ସହଯୋଗ କରିବା ପାଇଁ ପ୍ରତିଶ୍ରୁତି ଦେଇଛନ୍ତି।ସେହି ପରି ପାରମ୍ପରିକ ଜୀବନ ରକ୍ଷା କାରି ବ୍ୟବସ୍ଥା କୁ ପରିବର୍ତ୍ତିତ କରି ଯୁଗ ଉପଯୋଗୀ ନୂତନ ସରଞ୍ଜାମ ସହିତ କିପରି ଲାଇଫ ଗାର୍ଡ ମାନେ ଟ୍ରେନିଂ ନେଇ ପାରିବେ ଏବଂ ସେମାନଙ୍କ ଜୀବନ ଜୀବିକା ଓ ସାମାଜିକ ସୁରକ୍ଷା ଇତ୍ୟାଦି ସୁରକ୍ଷିତ ରହିବ ଏହା ମହାସଂଘର ପ୍ରଥମ ପ୍ରାଥମିକତା ରହିବ ବୋଲି ମହାସଂଘର ନବ ନିର୍ବାଚିତ ସଭାପତି ବଡି ଶିବା ରାଓ ସୂଚନା ଦେଇ ଛନ୍ତି। #Puri #Ommtv #Omtv #NBPC #Kalingacinearts #news