BK Shadhis New Shirt Brand Nautical Miles Market Entry: Ommtv

The leading cotton (cotton) shawl brand in India and Odisha market 'B.K. Shadiraj has launched its new shirt brand 'Nautical Miles' in the market today. It has been launched with the support of prominent textile tycoon, TM Yogesh.

BK Shadhis New Shirt Brand Nautical Miles Market Entry: Ommtv
‘ବି କେ ଶାଢିଜ୍‌’ର ନୂତନ ସାର୍ଟ ବ୍ରାଣ୍ଡ ‘ନଟିକାଲ ମାଇଲ୍ସ’ ର ବଜାର ପ୍ରବେଶ : Ommtv
ଭୁବନେଶ୍ୱର :  ଭାରତ ତଥା ଓଡ଼ିଶା ବଜାରର ଅଗ୍ରଣୀ କଟନ(ସୂତା) ଶାଢି ବ୍ରାଣ୍ଡ ‘ବି.କେ. ଶାଢିଜ୍‌’ ଏହାର ନୂତନ ସାର୍ଟ ବ୍ରାଣ୍ଡ ‘ନଟିକାଲ ମାଇଲ୍ସ’ର ଆଜି ବଜାର ପ୍ରବେଶ କରାଇଛି । ବିଶିଷ୍ଟ ଟେକ୍ସଟାଇଲ ଟାଇକୁନ, ଟି ଏମ ଯୋଗେଶ ଙ୍କ ସହଯୋଗରେ ଏହାର ଶୁଭାରମ୍ଭ ହୋଇଛି । ଓଡ଼ିଶାର ସର୍ବବୃହତ ଖୁଦୁରା ବ୍ୟବସାୟୀ “ମା ତାରିଣୀ ବସ୍ତ୍ରାଳୟ”ର ସହଯୋଗରେ ନଟିକାଲ ମାଇଲ୍ସର ଶୁଭାରମ୍ଭ ଉତ୍ସବ ଅବସରରେ ସହ-ପ୍ରତିଷ୍ଠାତା ଦେବଦତ୍ତ ପାତ୍ର, ଶିବଦତ୍ତ ପାତ୍ର ଓ ବିଭୁଦତ୍ତ ପାତ୍ରଙ୍କ ଉପସ୍ଥିତିରେ ଫ୍ୟାସନ, କାରିଗରୀ ଏବଂ ସହଯୋଗର ବେଶ ସମ୍ମିଳିତ ଆକର୍ଷଣ ସୃଷ୍ଟି ହୋଇଥିଲା । ଏହି ନୂତନ ବ୍ରାଣ୍ଡର ଟ୍ୟାଗଲାଇନ “ଯେଉଁଠାରେ ଷ୍ଟାଇଲ୍ ହିଁ ଜଳଯାତ୍ରାର ଶୁଭାରମ୍ଭ କରେ” ନଟିକାଲ ମାଇଲ୍ସର ଅନ୍ତର୍ନିହିତ ବୈଶିଷ୍ଟ୍ୟକୁ ସୂଚାଇଥାଏ । ଉଦ୍ୟେକ୍ତା ମାନଙ୍କର କହିବାନୁଯାୟୀ ଏହି ନୂତନ ବ୍ରାଣ୍ଡ ହେଉଛି ସଂକ୍ଷିପ୍ତରେ ତିନୋଟି ଗୁଣ-ଷ୍ଟାଇଲ, ଗୁଣବତ୍ତା ଓ ସୁଲଭ ମୂଲ୍ୟର ଏକ ସଂକ୍ଷିପ୍ତ ସମାହାର ।
ସୂତା ଶାଢି ପ୍ରସ୍ତୁତିରେ ପାଖାପାଖି ୩୫ ବର୍ଷର ବିଶେଷ ଜ୍ଞାନ ଓ ଦକ୍ଷତା ରଖିଥିବା ବି.କେ.ଶାଢିଜ୍ ଉତ୍ପାଦ ବିତରଣ ରେ ସବୁଦିନେ ବୈଶିଷ୍ଟ୍ୟ, ଶୋଭା ଓ ଭରସାକୁ ନେଇ ନିଜର ଖ୍ୟାତି ବଜାୟ ରଖିବା ସହିତ ଏହି କ୍ଷେତ୍ରରେ ଏକ ସ୍ୱତନ୍ତ୍ର ପରିଚୟ ସୃଷ୍ଟି କରି ସାରିଛନ୍ତି । ଏହି ଉତ୍ତରାଧିକାର ଓ ପରମ୍ପରାର ବିସ୍ତାରିତ ଅଂଶ ହେଉଛି ‘ନଟିକାଲ ମାଇଲ୍ସ’ ଯାହାକି ଗ୍ରାହକଙ୍କୁ ଅନୁପମ ଗୁଣବତ୍ତା ବିଶିଷ୍ଟ ସାର୍ଟ ଗୁଡ଼ିକୁ ସୁଲଭ ମୂଲ୍ୟରେ ଭେଟି ଦେବାକୁ ଲକ୍ଷ୍ୟ ରଖିଛି ।
ଏହି ଅବସରରେ ଟି ଏମ ଯୋଗେଶ ଟେକ୍ସଟାଇଲ୍ସର ପ୍ରାଣ-ପ୍ରତିଷ୍ଠାତା ଶ୍ରୀଯୁକ୍ତ ମେହନଲାଲ ଜୈନ କହିଛନ୍ତି ଯେ “ଆମେ ଆମର ଗ୍ରାହକ, ଯେଉଁମାନେ କି ଆମକୁ ତିରିଶ ବର୍ଷରୁ ଅଧିôକ କାଳ ଧରି ସର୍ବାଧିôକ ଭରସା କରି ଆସିଛନ୍ତି, ସେମାନଙ୍କୁ ଆମର ନୂତନ ବ୍ରାଣ୍ଡ ନଟିକାଲ ମାଇଲ୍ସକୁ ଭେଟି ଦେବାକୁ ନେଇ ଆମେ ବେଶ୍ ଉତ୍ସାହିତ । ଆଶା ଏହି ନୂତନ ବ୍ରାଣ୍ଡ ଜରିଆରେ ଆମେ ଆମର ଗ୍ରାହକ ମାନଙ୍କର ଭରସାକୁ ଅତୁଟ ରଖି ପାରିବୁ ।
ନଟିକାଲ ମାଇଲ୍ସ ସାର୍ଟ ଗୁଡ଼ିକ ଏହାର ଏକ ସ୍ୱତନ୍ତ୍ର ତଥା ବିଶିଷ୍ଟ ସ୍ତର ପାଇଁ ଗର୍ବିତ ଯେହେତୁ ଏହା ବଚ୍ଛା ବଛ୍‌ା କପଡ଼ାରୁ ଜୀବନର ପ୍ରତ୍ୟେକ ଉତ୍ସବରେ ଖାପ ଖୁଆଇବା ପାଇଁ ଡିଜାଇନ କରାଯାଇଛି । ଏଥିରେ ବିଭିନ୍ନ ଷ୍ଟାଇଲ ଯଥା କ୍ଲାସିକ ରୁ କଂଟେମ୍ପୋରାରୀ ବା ସମସାମୟିକ ତଥା ୬୯୯ ଟଙ୍କାରୁ ଆରମ୍ଭ କରି ୮୪୯ ଟଙ୍କା ପର୍ଯ୍ୟନ୍ତ ମୂଲ୍ୟରେ ସବୁ ଶ୍ରେଣୀର ଗ୍ରାହକଙ୍କୁ ସୁହାଇବା ପରି ପ୍ରସ୍ତୁତ କରାଯାଇଛି ।
ଏ ବିଷୟରେ ବି.କେ.ସାଢିଜ୍‌ର ପରିଚାଳନା ନିର୍ଦ୍ଦେଶକ (ଏମଡି) ସଞ୍ଜୟ ଡୋକାନିଆ କହନ୍ତି ଯେ “ଆମେ ସମ୍ପୂର୍ଣ୍ଣ ନିଶ୍ଚିତ ଯେ ନଟିକାଲ ମାଇଲ୍ସ ବଜାରରେ ସାର୍ଟ କ୍ଷେତ୍ରରେ ଗେମ୍ସ-ଚେଞ୍ଜର ସାଜି ନିଶ୍ଚିତ ଖେଳକୁ ବଦଳାଇ ଦେବ । କାରଣ ଏହାର ଉତ୍ପାଦନରେ ଉଭୟ ବି କେ. ଶାଢିଜର ଅନୁଭବୀ ଦକ୍ଷତା ଏବଂ ଟି ଏମ ଯୋଗେଶ ଟେକ୍ସଟାଇଲ୍ସର ସର୍ବୋତ୍ତମ କପଡା ପ୍ରସ୍ତୁତି ଶକ୍ତିର ୁ ଉପଯୋଗ କରାଯାଇଛି । ଯାହା ଫଳରେ କମ୍ପାନୀ ଏକ ବେିଶିଷ୍ଟ୍ୟଭରା ସାର୍ଟକୁ ବେଶ ସୂଲଭ ମୂଲ୍ୟରେ ଗ୍ରାହକମାନଙ୍କୁ ଭେଟି ଦେଇ ପାରିଛନ୍ତି ।
ଇତ୍ୟବସରରେ ଉଦଘାଟନୀ ଉତ୍ସବରେ ଉପସ୍ଥିତ ଶ୍ରୀ ଯୋଗେଶ ଜୈନ ଏବଂ ଶ୍ରୀ ବିନୟ ଜୈନ ଯିଏକି ସହ-ପ୍ରତିଷ୍ଠାତା ମେହନଲାଲ ଜୈନଙ୍କ ଦୁଇ ସୁପୁତ୍ର କହିଥିଲେ ଯେ “ ଏହି ମହାର୍ଘ୍ୟ ଉତ୍ସବରେ ସାମିଲ ହୋଇ ଆମେ ନିଜକୁ ବେଶ ଗର୍ବିତ ଅନୁଭବ କରୁଛୁ । ନଟିକାଲ ମାଇଲ୍ସ ନିକଟରେ ସେ ସମସ୍ତ ଗୁଣ ରହିଛି ଯେଉଁଥିପାଇଁ ଏହା ଖୁବ ଶୀଘ୍ର ବଜାରରେ ଏହାର ଏକ ସ୍ୱତନ୍ତ୍ର ପରିଚୟ ସୃଷ୍ଟି କରିବ ।”
ଅଧିକ ସୂଚନା ପାଇଁ nfo.nauticalmiles@gmail.com ରେ ଯୋଗାଯୋଗ କରିବାକୁ ଅନୁରୋଧ #Bksadhi #Ommtv #OmTV #NBPC #Kalingacinearts

The leading cotton (cotton) shawl brand in India and Odisha market 'B.K. Shadiraj has launched its new shirt brand 'Nautical Miles' in the market today. It has been launched with the support of prominent textile tycoon, TM Yogesh.