୧୧ରୁ ଭାରତୀୟ କର୍ଣ୍ଣ ବିଜ୍ଞାନ ସଂଘର ୩୦ତମ ଜାତୀୟ ସମ୍ମିଳନୀ : Ommtv
KIMS to host 30th Annual National Conference of Indian Society of Otology ISOCON 2022
KIMS to host 30th Annual National Conference of Indian Society of Otology ISOCON 2022
The Kalinga Institute of Medical Sciences (KIMS), a constituent of KIIT Group of Institutions will co-host the first-ever Annual National Conference of Indian Society of Otology ISOCON 2022 in Odisha from November 11 to 13. About 800--1,000 Otologists (experts in ear surgery) will attend the event at the Temple City.
This unique event will also include live surgeries by faculties (experts) from countries like UK, Brazil, and other European nations, who are going to demonstrate new techniques in surgery and treatment processes in Otology.
Co-Organising Chairman of the conference and eminent Otolaryngologist Prof (Dr) Kabikanta Samantray, who is also the Head of the Department of Otolaryngology (ENT) and Additional Medical Superintendent of KIMS, said: “the conference will try to create awareness among doctors about new frontiers in Otology and among the government functionaries and general public as there has been a sea-change in the perceptions and developments in various otolaryngology or ENT disciplines. However, this conference will be specifically dealing with subjects and topics on the advancement of Otology.”
Dr. Samantray added that ISOCON 2022 will have a special focus on paediatric Otology as the hearing deficiencies in infants, if detected and treated early, could lead to better cure and management.
Odisha Health and Family Welfare Minister Nabakishore Das will attend the inaugural session as the chief guest. Founder of KIIT, KISS and KIMS Dr. Achyuta Samanta, will attend the conference as the Chief Patron for ISOCON 2022.
Organising Secretary and Prof of Otolaryngology (ENT) at KIMS Bhubaneswar Prof (Dr) Khageswar Rout said the issues related to vertigo, tinnitus and neonatal hearing defects, which have achieved advancement in Otology, would get a proper forum in presence of pan-Indian and international faculties.
The main conference will be held at Mayfair Lagoon. However, live surgeries and demonstrations will be performed at operation theatres (OTs) and auditoriums of KIMS.
Modern Otology has achieved distinct advancement and situations like pre-natal interventions through surgeries could also be possible now to manage situations. The conference, first-of-its-kind in Odisha, would definitely help the Otolaryngologists and especially Otologists to a great extent.
The joint pre-event press conference for ISOCON 2022, which was organized at a city hotel, was also addressed by distinguished Otolaryngologist and Founder and Advisor Indian Society of Otology (ISO) Prof K. K. Ramalingam, Vice-President Dr. Ravi Ramalingam and members of ISOCON 2022 Organising Committee, namely, Dr. S. N. Panda (Organizing Chairman) and Dr. Rajalaxmi Panigrahi, Dr. M. Ilambarathi and Dr. Appa Rao among others.
୧୧ରୁ ଭାରତୀୟ କର୍ଣ୍ଣ ବିଜ୍ଞାନ ସଂଘର ୩୦ତମ ଜାତୀୟ ସମ୍ମିଳନୀ : Ommtv
ଭୁବନେଶ୍ୱର,୧୦ ।୧୧: ଭାରତୀୟ କର୍ଣ୍ଣ ବିଜ୍ଞାନ ସଂଘ (ଇଣ୍ଡିଆନ୍ ସୋସାଇଟି ଅଫ୍ ଓଟୋଲୋଜି)ର ୩୦ତମ ଜାତୀୟ ସମ୍ମିଳନୀ ISOCON ଆସନ୍ତା ନଭେମ୍ବର୧୧ରୁ ନଭେମ୍ବର୧୩ ପର୍ଯ୍ୟନ୍ତ ଭୁବନେଶ୍ୱରରେ ଅନୁଷ୍ଠିତ ହେବ। କଳିଙ୍ଗ ଇନ୍ଷ୍ଟିଚ୍ୟୁଟ୍ ଅଫ୍ ମେଡିକାଲ୍ ସାଇନସେସ୍ ସହଯୋଗରେ ଏହି ସମ୍ମିଳନୀ ପ୍ରଥମ ଥର ଲାଗି ଓଡ଼ିଶାରେ ଅନୁଷ୍ଠିତ ହେବାକୁ ଯାଉଛି। ଏହି ସମ୍ମିଳନୀର ଉଦ୍ଘାଟନୀ ଉତ୍ସବରେ ଓଡ଼ିଶାର ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରୀ ନବ କିଶୋର ଦାସ ଏବଂ କିଟ୍ ଓ କିସ୍ ପ୍ରତିଷ୍ଠାତା ତଥା ସମ୍ମିଳନୀର ମୁଖ୍ୟ ପୃଷ୍ଠପୋଷକ ଅଚ୍ୟୁତ ସାମନ୍ତ ଅତିଥି ଭାବେ ଯୋଗଦେବେ ବୋଲି ସମ୍ମିଳନୀ ଆୟୋଜନ କମିଟିର ଯୁଗ୍ମ ଅଧ୍ୟକ୍ଷ ତଥା କିମ୍ସର କର୍ଣ୍ଣ, ନାଶା, ଗଳା ବିଭାଗ ମୁଖ୍ୟ ପ୍ରଫେସର ଡା. କବିକାନ୍ତ ସାମନ୍ତରାୟ ସୂଚନା ଦେଇଛନ୍ତି। ଆଜି ଏଠାରେ ଅନୁଷ୍ଠିତ ଏକ ସାମ୍ବାଦିକ ସମ୍ମିଳନୀରେ ସୂଚନା ଦେଇ ଡା.ସାମନ୍ତରାୟ କହିଲେ, ଏହି ସମ୍ମିଳନୀରେ ଦେଶ ବିଦେଶରୁ ହଜାରେରୁ ଊର୍ଦ୍ଧ୍ୱ କର୍ଣ୍ଣ ଅସ୍ତ୍ରୋପଚାର ବିଶେଷଜ୍ଞ (ଓଟୋଲୋଜିଷ୍ଟ) ଯୋଗଦେବେ। ସବୁଠାରୁ ଗୁରୁତ୍ୱପୂର୍ଣ୍ଣ ବିଷୟ ହେଉଛି ସମ୍ମିଳନୀରେ ଯୋଗ ଦେଉଥିବା ବ୍ରିଟେନ୍, ବ୍ରାଜିଲ୍ ଓ ଅନ୍ୟାନ୍ୟ ୟୁ୍ରୋପୀୟ ଦେଶର କର୍ଣ୍ଣ ଅସ୍ତ୍ରୋପଚାର ବିଶେଷଜ୍ଞଙ୍କ ଅସ୍ତ୍ରୋପଚାରର ସିଧା ପ୍ରସାରଣ ଦେଖିବାକୁ ମିଳିବ। ଏଥିରେ ସେମାନେ କର୍ଣ୍ଣ ଅସ୍ତ୍ରୋପଚାର ଓ ଚିକିତ୍ସା ପ୍ରକ୍ରିୟାରେ ନୂତନ କୌଶଳ ପ୍ରଦର୍ଶନ କରିବେ। ଏହି ସମ୍ମିଳନୀ ଡାକ୍ତର, ସରକାରୀ କାର୍ଯ୍ୟକର୍ତ୍ତା ଏବଂ ସାଧାରଣ ଲୋକଙ୍କ ମଧ୍ୟରେ କାନ ସମ୍ପର୍କିତ ବିଭିନ୍ନ ନୂତନ ଦିଗ ଉପରେ ସଚେତନତା ସୃଷ୍ଟି କରିବାରେ ସହାୟକ ହେବ ବୋଲି ସେ କହିଥିଲେ। କାରଣ କର୍ଣ୍ଣ, ନାଶା ଓ ଗଳା ରୋଗ ଓ ଚିକିତ୍ସା କ୍ଷେତ୍ରରେ ଅନେକ ବିକାଶ ଘଟିଥିବାବେଳେ ଏ ସମ୍ପର୍କିତ ଲୋକଙ୍କ ଧାରଣାରେ ଆଖିଦୃଶିଆ ପରିବର୍ତ୍ତନ ଘଟିଛି। ସମ୍ମିଳନୀରେ କାନରୋଗ ଚିକିତ୍ସା କ୍ଷେତ୍ରରେ ଅଗ୍ରଗତି ବିଶେଷକରି ଶିଶୁ କାନରୋଗ, ଶିଶୁମାନଙ୍କ ଶ୍ରବଣ ଶକ୍ତି ହ୍ରାସର ଚିକିତ୍ସା ଉପରେ ଆଲୋଚନା ହେବାର କାର୍ଯ୍ୟକ୍ରମ ରହିଛି ବୋଲି ଡା. ସାମନ୍ତରାୟ ସୂଚନା ଦେଇଥିଲେ। ଅନ୍ୟମାନଙ୍କ ମଧ୍ୟରେ ସମ୍ମିଳନୀ ଆୟୋଜନ କମିଟିର ସମ୍ପାଦକ ତଥା କିମ୍ସ କର୍ଣ୍ଣ, ନାସା ଓ ଗଳା ବିଭାଗ ପ୍ରଫେସର ଡା. ଖଗେଶ୍ୱର ରାଉତ, ସମ୍ମିଳନୀ ଆୟୋଜନ କମିଟି ଅଧ୍ୟକ୍ଷ ଡା. ଏସ୍.ଏନ୍. ପଣ୍ଡା, ଭାରତୀୟ ଅଟୋଲୋଜି ସଂଘର ପ୍ରତିଷ୍ଠାତା ତଥା ଉପଦେଷ୍ଟା ପ୍ରଫେସର କେ କେ ରାମଲିଂଗମ, ଡା. ରାଜଲକ୍ଷ୍ମୀ ପାଣିଗ୍ରାହୀ, ଡା. ଏମ୍. ଇଲାମ୍ବବର୍ତ୍ତି, ଡା. ଆପ୍ପା ରାଓ ଏବଂ ଡା. ରବି ରାମଲିଙ୍ଗମ ପ୍ରମୁଖ ଯୋଗଦେଇ ସମ୍ମିଳନୀର ବିଭିନ୍ନ ଦିଗ ଉପରେ ସାମ୍ବାଦିକମାନଙ୍କୁ ସୂଚନା ଦେଇଥିଲେ।