ପଲ୍ଲୀକବି ନନ୍ଦକିଶୋର ବଳଙ୍କ ୧୪୮ ତମ ଜୟନ୍ତୀ ପାଳିତ :Ommtv

ପଲ୍ଲୀକବି ନନ୍ଦକିଶୋର ବଳଙ୍କ ୧୪୮ ତମ ଜୟନ୍ତୀ ପାଳିତ :Ommtv

ପଲ୍ଲୀକବି ନନ୍ଦକିଶୋର ବଳଙ୍କ ୧୪୮ ତମ ଜୟନ୍ତୀ ପାଳିତ :Ommtv
ପଲ୍ଲୀକବି ନନ୍ଦକିଶୋର ବଳଙ୍କ ୧୪୮ ତମ ଜୟନ୍ତୀ ପାଳିତ :Ommtv
ଭୁବନେଶ୍ଵର, ଉତ୍କଳୀୟ ଜନଜୀବନ ସହିତ ଜଡ଼ିତ ଗାଆଁ ମାଟିର ନିଆରା ସଂସ୍କୃତି ଓ ପରମ୍ପରା ପଲ୍ଲୀକବି ନନ୍ଦକିଶୋର ବଳଙ୍କ ରଚନାରେ ରୁଦ୍ଧିମନ୍ତ ହୋଇଛି ବୋଲି ବିଶିଷ୍ଟ ସ୍ତମ୍ଭକାର ତଥା ସମାଜ ସଂଗଠକ ଅବନୀ ଚନ୍ଦ୍ର ଦାସ ମତବ୍ୟକ୍ତ କରିଛନ୍ତି ।
             ପ୍ରତିବର୍ଷ ପରି ଡିସେମ୍ବର ୨୨ ତାରିଖ ଗୁରୁବାର ସକାଳେ ପଲ୍ଲୀକବି ନନ୍ଦ କିଶୋର ବଳ ଙ୍କ ୧୪୮ ତମ ଜୟନ୍ତୀ ଉପଲକ୍ଷେ ମାହାଙ୍ଗା ମୈତ୍ରୀ ମଞ୍ଚ ପକ୍ଷରୁ ସ୍ଥାନୀୟ ଜୟଦେବ ବିହାର ସ୍ଥିତ ପଲ୍ଲୀକବିଙ୍କ ପ୍ରତିମୂର୍ତ୍ତି ରେ ମାଲ୍ୟାର୍ପଣ କରାଯାଇଛି । ଅନୁଷ୍ଠାନର ସଂପାଦକ ଶ୍ରୀ ଅବନୀ ଚନ୍ଦ୍ର ଦାସଙ୍କ ଅଧ୍ୟକ୍ଷତା ରେ ଅନୁଷ୍ଠିତ ଏହି ଶ୍ରଦ୍ଧାଞ୍ଜଳି କାର୍ଯ୍ୟକ୍ରମରେ ଅନ୍ୟ କର୍ମକର୍ତ୍ତାମାନଙ୍କ ସହିତ ରାଜଧାନୀ ଓ ମାହାଙ୍ଗା ଅଞ୍ଚଳର ବହୁ ଯୁବ ଛାତ୍ର ଓ ବୟସ୍କ ବ୍ୟକ୍ତି ଯୋଗ ଦେଇ କବିଙ୍କ ପ୍ରତି ଶ୍ରଦ୍ଧା ନିବେଦନ କରିଥିଲେ ।
    ଏଥି ସହିତ ଉତ୍କଳୀୟ ସାହିତ୍ୟ ସଂସ୍କୃତି ପରିଷଦ, ଶରତ କର ଓ ଅନିମା କର ଫାଉଣ୍ଡେସନ, ମାହାଙ୍ଗା ବରପୁତ୍ର ସ୍ମୃତି ସଂସଦ ଏବଂ ଗଣକବି ବୈଷ୍ଣବ ପାଣି ସ୍ମୃତି ସଂସଦ ଆଦି ବିଭିନ୍ନ ଅନୁଷ୍ଠାନ ମାନଙ୍କ ତରଫରୁ ମଧ୍ୟ ପଲ୍ଲୀକବି ନନ୍ଦ କିଶୋର ବଳଙ୍କ ସ୍ମୃତିରେ ଶ୍ରଦ୍ଧାଞ୍ଜଳି ଜ୍ଞାପନ କରାଯାଇଥିଲା ।  
ଅଜିତ କୁମାର ସାହୁ, ଅମୂଲ୍ୟ କୁମାର ସ୍ବାଇଁ, ମୈତ୍ରୀ ରଞ୍ଜନ ଦାସ, ଦିଲ୍ଲୀପ କୁମାର ମହାନ୍ତି, ଦେବଜ୍ୟୋତି ଦାସ, ତପନ କୁମାର ପଟ୍ଟନାୟକ, ପ୍ରମୋଦ କୁମାର ମିଶ୍ର, .….. ପ୍ରମୁଖ କାର୍ଯ୍ୟକ୍ରମ ସଂଯୋଜନା କରିଥିଲେ ।