Dhenkanal News

Dhenkanal

Dhenkanal News

 www.ommtv.in (ଢେଙ୍କାନାଳ ଶଶିକାନ୍ତ ଗଡନାୟକ)ରାଜ୍ୟ ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ପକ୍ଷରୁ ଆୟୋଜିତ ରାଜ୍ୟ ବିଦ୍ୟାଳୟ ଭଲିବଲ ଓ ସଫ୍ଟବଲ ପ୍ରତିଯୋଗୀତା ଦୁଇ ଦିନ ଧରି ବାଲେଶ୍ଵର ଠାରେ ଅନୁଷ୍ଠିତ ହୋଇଯାଇଛି। ଏଥିରେ ୧୪ ବର୍ଷରୁ କମ୍ ବାଳିକା ବିଭାଗରେ ଢେଙ୍କାନାଳ ଜିଲ୍ଲା ପ୍ରଥମ ଥର ପାଇଁ ଚାମ୍ପିଅନ୍ ହାସଲ କରିଥିବା ବେଳେ ୧୪ ବର୍ଷରୁ କମ୍ ବାଳକ ବିଭାଗରେ ଢେଙ୍କାନାଳ ଜିଲ୍ଲା ରନର୍ସଅପ୍ ହୋଇ ଜିଲ୍ଲାକୁ ଗୌରବାନ୍ୱିତ କରିଛନ୍ତି। ଢେଙ୍କାନାଳ ଜିଲ୍ଲା ଶିକ୍ଷା ବିଭାଗର ଶାରୀରିକ ଶିକ୍ଷା ଅଧିକାରୀ ଜ୍ୟୋତି ପ୍ରକାଶ ପରିଡା ଙ୍କ ପ୍ରତ୍ୟକ୍ଷ ତତ୍ତ୍ଵାବଧାନରେ ଓ ଟାଟା ଷ୍ଟିଲ ଭଲି ବଲ କୋଚ୍ ଆଶୁତୋଷ ପାତ୍ର ଓ ଦିୟା ମଜମୁଦାର ଙ୍କ ପ୍ରଚେଷ୍ଟାରେ ଜିଲ୍ଲା ରେ ଭଲିବଲ୍ କ୍ରୀଡ଼ାରେ ସଫଳତା ପାଇଥିବାରୁ ଜିଲ୍ଲା ମଧ୍ୟରୁ ଦୁଇ କୋଚ୍ ଙ୍କୁ ଶୁଭେଚ୍ଛା ବାର୍ତ୍ତା ମାନ ପହଞ୍ଚୁଛି। ଢେଙ୍କାନାଳ ଜିଲ୍ଲା ର ଏହି  ଚାମ୍ପିଅନ୍ ଦଳ ଗୋଟିକ ଜାତୀୟ ପ୍ରତିଯୋଗୀତାରେ ଭାଗ ନେବେ ଭଲିବଲ୍ ଟିମ୍ ଜାମୁ କାସ୍ମିର୍ ଠାରେ ହେବାକୁ ଥିବା ଜାତୀୟ ପ୍ରତିଯୋଗୀତା ପାଇଁ ମନୋନୀତ ହୋଇଛନ୍ତି।