ଭୁବନେଶ୍ୱର ମହାନଗର ନିଗମ ଅନ୍ତର୍ଗତ ୧୨ ନମ୍ବର ଓାର୍ଡରେ କାର୍ଯ୍ୟରତ ବିଏମସି : Ommtv

ଭୁବନେଶ୍ୱର ମହାନଗର ନିଗମ ଅନ୍ତର୍ଗତ ୧୨ ନମ୍ବର ଓାର୍ଡରେ କାର୍ଯ୍ୟରତ ବିଏମସି

ଭୁବନେଶ୍ୱର ମହାନଗର ନିଗମ ଅନ୍ତର୍ଗତ ୧୨ ନମ୍ବର ଓାର୍ଡରେ କାର୍ଯ୍ୟରତ ବିଏମସି : Ommtv

ଭୁବନେଶ୍ୱର ମହାନଗର ନିଗମ ଅନ୍ତର୍ଗତ ୧୨ ନମ୍ବର ଓାର୍ଡରେ କାର୍ଯ୍ୟରତ ବିଏମସି : Ommtv
ସଫେଇ କର୍ମଚାରୀ ମାନଙ୍କୁ ଏକ ନିଆରା ଢଙ୍ଗରେ ପୂଜାଭେଟି ଦେଇଛନ୍ତି କର୍ପୋରେଟର ଜୟନ୍ତୀ ସାହୁ । ଆଜି
ସପ୍ତମ ବାଟାଲିୟନ ପରିସରରେ ଅନୁଷ୍ଠିତ ସମ୍ବର୍ଦ୍ଧନା ଉତ୍ସବରେ୧୫୦ ଜଣ ସଫେଇ କର୍ମଚାରୀଙ୍କୁ ସମ୍ବର୍ଦ୍ଧିତ
କରିବା ସହିତ ନୂତନ ବସ୍ତ୍ର ଓ ମିଠା ପ୍ୟାକେଟ ବନ କରିଛନ୍ତି । ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ
ଭୁବନେଶ୍ୱର ଉର ବିଧାୟକ ସୁଶାନ୍ତ କୁମାର ରାଉତ ଯୋଗଦେଇ କହିଥିଲେ ସ୍ୱଚ୍ଛ ସର୍ବକ୍ଷେଣରେ ଭୁବନେଶ୍ୱର
୧ ନମ୍ବର ହେଉଛି । ଏଥିରେ ସଫେଇ କର୍ମଚାରୀଙ୍କ ଭୂମିକା ଯଥେଷ୍ଠ ରହିଛି । ଭୁବନେଶ୍ୱରକୁ ସ୍ୱଚ୍ଛ ସୁନ୍ଦର
ରଖିବାରେ ବିଏମସି ସଫେଇ କର୍ମଚାରୀଙ୍କ ଭୂମିକା ଅତୁଳନୀୟ । ଖରା, ବର୍ଷା, ଶୀତ, କାକରକୁ ଖାତିରି ନକରି
କିମ୍ବା କରୋନା ଭଳି ମହାମାରୀ ସମୟରେ ନିଜ ଜୀବନକୁ ବାଜି ଲଗାଇ ଲୋକ ମାନଙ୍କୁ ସେବା ଯୋଗାଇ
ଦେଉଥିବା ସଫେଇ କର୍ମଚାରୀ ହେଉଛନ୍ତି ପ୍ରକୃତରେ ମହାନ । ସ୧ାନିତ ଅତିଥି ଭାବେ ମେୟର ସୁଲୋଚନା
ଦାସ, ଯୋଗଦେଇ କର୍ପୋରେଟରଙ୍କର ଏଭଳି ନିଆରା ପଦକ୍ଷେପକୁ ପ୍ରଶଂସା କରିବା ସହିତ କହିଥିଲେ ଆଗାମୀ
ଦିନରେ ଏହି ସମ୍ବର୍ଦ୍ଧନା ଆମ କର୍ମଚାରୀ ମାନଙ୍କୁ ଅଧିକ କାମ କରିବା ପାଇଁ ପ୍ରେରଣା ଯୋଗାଇବ । ଅନ୍ୟ ଅତିଥି
ମାନଙ୍କ ମଧ୍ୟରେ ଅତିରିକ୍ତ କମିଶନର ଲକ୍ଷ୍ମୀକାନ୍ତ ସେଠୀ, ବିଏମସି ଉର ଜୋନର ଡେପୁଟି କମିଶନର
ପୁରନ୍ଦର ନନ୍ଦ, ବରିଷ୍ଠ ମୁରବୀ ଜନକର ସାହୁ, କର୍ପୋରେଟର ଜୟନ୍ତୀ ସାହୁ, ଓାର୍ଡ ଅଧିକାରୀ ରବିନାରାୟଣ
ମିଶ୍ର, ସାନିଟାରୀ ଇନ୍ସପେକ୍ଟର ମନୋରଞ୍ଜନ ମହାପାତ୍ର, ବିଜେଡି ଜିଲ୍ଲା ସମ୍ପାଦକ ପ୍ରଶନ୍ନ କୁମାର ସାହୁ, ସିପାହୀ ଓ
ହାବିଲଦାର ସଂଘର ସଭାପତି ବିନୋଦ କୁମାର ବଳ ପ୍ରମୁଖ ଯୋଗଦେଇ ସଫେଇ କର୍ମଚାରୀଙ୍କୁ ଶାଢୀ, ପ୍ୟା
ସାର୍ଟ କପଡା ଓ ମିଠା ପ୍ୟାକେଟ ବନ କରିଥିଲେ । ଏହି ଅବସରରେ ସମାଜ ସେବା କ୍ଷେତ୍ରରେ ବିଶେଷ
ଅବଦାନ ପାଇଁ ପ୍ରତିଷ୍ଠିତ ସମାଜସେବୀ ଓ ସାମ୍ବାଦିକମାନଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା । ସୁକାନ୍ତ କୁମାର ରାଉତ
ସଭାପତିତ୍ୱ କରିଥିବା ବେଳେ ବାବୁ ଭାଇ ଟିମର ସଦସ୍ୟ ଚଗଲା ଜେନା, ମିଟୁ ପରିଡା, ଭଗବାନ ଦାସ, ବସନ୍ତ
ତ୍ରିପାଠୀ, ତପନ ରାଉତରାୟ, ଅଜିତ କୁମାର ଦାସ, ପ୍ରିତମ କୁମାର ସ୍ୱାଇଁ ପ୍ରମୁଖ ସହଯୋଗ କରିଥିଲେ ।