କଥାଦେଇ କଥା ରଖିଲେନି ଦଇତାରୀ ପଣ୍ଡା: ଓମଟିଭି

ଯାତ୍ରା ଅଭିନେତା ଖଳନାୟକ ଚରିତ୍ରର ମୁଖିଆ ଦଇତାରୀ ପଣ୍ଡାଙ୍କୁ କଡ଼ାକରି ତାଗିଦ କରାଯାଇଛି। ପଣ୍ଡା ବାବୁଙ୍କୁ ତାଗିଦ କରିଛନ୍ତି ତୁଳଶୀ ଗଣନାଟ୍ୟ ପରିଚାଳନା କମିଟି। ଅଭିଯୋଗ ଅନୁଯାୟୀ ପଣ୍ଡା ବାବୁ ତାଙ୍କ ସହିତ ଯାତ୍ରା କରିବାନେଇ ୬୦ ଭାଗ ଅର୍ଥ ଆଡ଼ଭାନସ୍ ବାବଦକୁ ନେଇଯାଇଛନ୍ତି।

କଥାଦେଇ କଥା ରଖିଲେନି ଦଇତାରୀ ପଣ୍ଡା: ଓମଟିଭି

କଥାଦେଇ କଥା ରଖିଲେନି ଦଇତାରୀ ପଣ୍ଡା: ଓମଟିଭି

ଭୁବନେଶ୍ବର: ୬.୭.୨୨(ଓମ): ଯାତ୍ରା ଅଭିନେତା ଖଳନାୟକ ଚରିତ୍ରର ମୁଖିଆ ଦଇତାରୀ ପଣ୍ଡାଙ୍କୁ କଡ଼ାକରି ତାଗିଦ କରାଯାଇଛି। ପଣ୍ଡା ବାବୁଙ୍କୁ ତାଗିଦ କରିଛନ୍ତି ତୁଳଶୀ ଗଣନାଟ୍ୟ ପରିଚାଳନା କମିଟି। ଅଭିଯୋଗ ଅନୁଯାୟୀ ପଣ୍ଡା ବାବୁ ତାଙ୍କ ସହିତ ଯାତ୍ରା କରିବାନେଇ ୬୦ ଭାଗ ଅର୍ଥ ଆଡ଼ଭାନସ୍ ବାବଦକୁ ନେଇଯାଇଛନ୍ତି। ଏବେ ଆଉ ଯାତ୍ରାର ଆକଡ଼ାକୁ ନଆସି ଧରାଛୁଆଁ ଦେଉ ନାହାଁନ୍ତି। ଯାହାନେଇ ଯାତ୍ରା ମାଲିକ ତାଙ୍କ ନାମରେ ଏକ ଖବର ନାମା ପ୍ରକାଶ କରିଛନ୍ତି। ଦଇତାରୀ ତାଙ୍କ ଦୁଇଟି ବାସ ଭବନରେ ନଥିବାରୁ ଯାତ୍ରା ମାଲିକ ତାଙ୍କୁ ଖୋଜି ପାଉ ନଥିବା ପ୍ରକାଶ କରିଛନ୍ତି। ଦଇତାରୀ ଅସୁବିଧା ସମୟରେ ଅର୍ଗିମ ଅର୍ଥ ଆଣି କାମ କରିବେ ବୋଲି ଚୁକ୍ତି କରିଥିଲେ।

ଯାହାନେଇ ପାର୍ଟି ଅନେକ ସ୍ଥାନରେ ଯାତ୍ରା କରିବବୋଲି ଲୋକଙ୍କଠାରୁ ଅର୍ଥ ଆଣିଛି। ହେଲେ ଏପଟେ ଦଇତାରି ବାବୁ ଆଉ ‌ଧରା ଛୁଆଁ ଦେଉ ନାହାଁନ୍ତି। ଏନେଇ କମିଟି ତୁରନ୍ତ ତାଙ୍କୁ କାର୍ଯ୍ୟରେ ଯୋ‌ଗଦେବାପାଇଁ ତାଗିଦ କରିଛି। ନହେଲେ ଆଇନଗତ କାର୍ଯ୍ୟାନୁ‌ଷ୍ଠାନ ନିଆଯିବ ବୋଲି ସୂଚନା ମିଳିଛି। ସୂଚନା ଅନୁଯାୟୀ ଦଇତାରି ପୂର୍ବରୁ ନିଜ ପାରିବାରିକ ସମସ୍ୟାରେ ମଧ୍ୟ ଛନ୍ଦିହୋଇ ସମସ୍ୟାରେ ପଡ଼ିଥିଲେ। ବିଗତ ଦିନରେ ତାଙ୍କ ପତ୍ନୀ ପୁଅର ଅଧିକାରନେଇ ଥାନାର ଦ୍ବାରସ୍ତ ହୋଇଥିଲେ। ଯାତ୍ରା ଚରିତ୍ରର ଖଳନାୟକ ରଅଲ ଜୀବନରେ ଏପରି ଖଳନାୟକ କାମକଲେ କେମିତି ହେବ ପଣ୍ଡା ବାବୁ। କଥାଦେଇ କଥା ରଖ ନହେଲେ ଦର୍ଶକ ଖଳନାୟକଙ୍କ ହିରୋପନତି ଛଡ଼ାଇଦେବେ। (ସିନେ ସମିକ୍ଷକ : ବିଦ୍ୟାଧର ବାରିକ)