ଚଖଣା ପାଇଁ ହତ୍ୟାକାଣ୍ଡ….ତନ୍ଦୁରୀ ମିସ୍ତ୍ରୀକୁ ପନିକିରେ ହାଣିଲା ହୋଟେଲର ଆମିଷ ମିସ୍ତ୍ରୀ : Ommtv

ଚଖଣା ପାଇଁ ହତ୍ୟାକାଣ୍ଡ….ତନ୍ଦୁରୀ ମିସ୍ତ୍ରୀକୁ ପନିକିରେ ହାଣିଲା ହୋଟେଲର ଆମିଷ ମିସ୍ତ୍ରୀ : Ommtv

ଚଖଣା ପାଇଁ ହତ୍ୟାକାଣ୍ଡ….ତନ୍ଦୁରୀ ମିସ୍ତ୍ରୀକୁ ପନିକିରେ ହାଣିଲା ହୋଟେଲର ଆମିଷ ମିସ୍ତ୍ରୀ : Ommtv

ଚଖଣା ପାଇଁ ହତ୍ୟାକାଣ୍ଡ….ତନ୍ଦୁରୀ ମିସ୍ତ୍ରୀକୁ ପନିକିରେ ହାଣିଲା ହୋଟେଲର ଆମିଷ ମିସ୍ତ୍ରୀ : Ommtv

ଚନ୍ଦ୍ରଶେଖରପୁର, ୩୦/୧୦ (Ommtv): ନିଶା ପୁଣି ଏକ ବିଭଶ୍ଚ ହତ୍ୟାକାଣ୍ଡର କାରଣ ପାଲଟିଛି। ନିଶା ସହ ଚଖଣା ନପାଇବାରୁ ଅଭିଯୁକ୍ତ ହୋଇଉଠିଥିଲା ରକ୍ତମୁଖା। ଫଳରେ ସବୁ ଆମିଷ ତରକାରୀ ଖାଇଦେଇଥିବା ଯୁବକଙ୍କୁ ଆମିଷକଟା ପନିକିରେ ୩ ଚୋଟମାରି ବିଭଚ୍ଛଭାବେ ହତ୍ୟାକରିଛି। ଗତକାଲି ବିଳମ୍ବିତ ରାତିରେ ଏପରି ହତ୍ୟାକାଣ୍ଡ ଡ଼ମଣା ଛକରେଥିବା ହୋଟଲେ ମା’ତାରାଦେଇରେ ଘଟିଛି। ସୂଚନା ପାଇ ଚନ୍ଦ୍ରଶେଖରପୁର ଥାନା ପୁଲିସ୍ ଭୋର ପ୍ରାୟ ସାଢ଼େ ଚାରିଟାରେ ହୋଟେଲେ ଭିତରୁ ଅଭିଯୁକ୍ତ ବିନୋଦ କୁମାର ସାହୁ ଓରଫ ଛୋଟା (୪୪)କୁ କାବୁକରି ଥାନାକୁ ଆଣି ଅଟକରଖି ଘଟଣାର ତଦନ୍ତ ଆରମ୍ଭ କରିଛି। ଅନ୍ୟ ପକ୍ଷରେ ହୋଟେଲେ ଭିତିରେ ପଡ଼ିଥିବା ପିତାମ୍ବର ଜେନା(୫୫)ର ମୃତ ଦେହକୁ ସାଇଣ୍ଟିଫିକ୍ ଦଳ ପଞ୍ଚନାମା କରି ପରିବାରଲୋକଙ୍କ ଉପସ୍ଥିତିରେ ଆଜି ମଧ୍ୟାହ୍ନରେ ପୁଲିସ୍ ଶବକୁ ଜବତକରି ବ୍ୟବଚ୍ଛେଦପାଇଁ କ୍ୟାପିଟାଲ ହସ୍ପିଟାଲକୁ ପଠାଇଥିଲା। ମୃତକ ପରିବାରଲୋକ ଥାନାରେ ଅଭିଯୁକ୍ତ ନାମରେ ହତ୍ୟା ଅଭିଯୋଗ ଦେବାପରେ ପୁଲିସ୍ ଆସନ୍ତା କାଲି ଟିଆଇ ପରେଟକରି ଅଭିଯୁକ୍ତକୁ କୋର୍ଟ ଚାଲଣ କରିବବୋଲି ଚନ୍ଦ୍ରଶେଖରପୁର ଥାନା ପୁଲିସ୍ ପ୍ରକାଶଚନ୍ଦ୍ର ମାଝୀ ମତପ୍ରକାଶକରିଛନ୍ତି। ଅଭିଯୁକ୍ତ ଥାନାରେ ନିଜର ଦୋଷ ସ୍ବକାର କରିଥିବା ଜେରାରୁ ଜଣାପଡ଼ିଛି।

ଘଟଣାଅନୁଯାୟୀ ଡ଼ମଣା ଛକରେ ଥିବା ହୋଟେଲ ମା’ତାରାଦେଇ ପ୍ରାୟ କୋଡ଼ିଏ ବର୍ଷର ହୋଟେଲ। ଯେଉଁଠାରେ ଗଞ୍ଜାମ ଜିଲ୍ଲାର ସୋରୋଡ଼ା ଲାଠିପଡ଼ା ଗ୍ରାମର ପିତାମ୍ବର ଗତ ୧୨ବର୍ଷ ହେବ ତନ୍ଦୁରୀ ଓ ନାନ୍ ମିସ୍ତ୍ରୀଭାବେ କାମ କରୁଥିଲେ। ସେ ହୋଟେଲର ପୁରୁଣାକର୍ମଚାରୀ ହୋଇଥିବାରୁ ତାଙ୍କୁ ହୋଟେଲ ରୋଷେଇ କାର୍ଯ୍ୟର ସମସ୍ତ ପରିଚାଳନା ଦାୟୀତ୍ବ ଦିଆଯାଇଥିଲା। ଅଭିଯୁକ୍ତ ଢ଼େଙ୍କାନାଳ ଜିଲ୍ଲା ପରଜଙ୍ଗର ବିନୋଦ ଗତ ସାତ ମାସ ହେବ ସେହି ହୋଟଲରେ ଆମିଷ ଆଇଟମ ମିସ୍ତ୍ରୀଭାବେ କାମକରୁଥିଲା। ପ୍ରତିଦିନ ରାତିରେ ହୋଟେଲ ବନ୍ଦହେବାପରେ ନିଶା ପାନକରି ସେ ହୋଟେଲରେ ବଳିଥିବା ଆମିଷକୁ ଚଖଣାଭାବେ ଖାଉଥିଲା। ଯାହା‌ପରେ ସେ ବିଳମ୍ବିତ ରାତିପର୍ଯ୍ୟନ୍ତ ନଶୋଇ ଉତ୍ପାତକରୁଥିଲା। ଯାହାକୁ ପିତାମ୍ବର ତାଗିଦକରୁଥିଲେ। ଗତ ୪ ଦିନ ହେବ ଲଗାତାର ଅଭିଯୁକ୍ତ ବିନୋଦ ନିଶା ସହ ଚଖଣା ଖାଇବାପାଇଁ ଲୁଚାଇ ରଖୁଥିବା ଆମିଷ ତରକାରୀକୁ ପିତାମ୍ବର ନିଜେ ଖାଇଦେଉଥିଲେ ଓ ହୋଟେଲରେ କାମ କରୁଥିବା ଅନ୍ୟ ଦୁଇ ଜଣ ସହଯୋଗୀ କର୍ମଚାରୀଙ୍କ ମଧ୍ୟରେ ବାଣ୍ଟିଦେଉଥିଲେ। ‌ଯେଉଁ କାରଣରୁ ଗତ ୪ଦିନ ହେଲା ରାଗିଯାଇ କ୍ରୋଧରେ ପ୍ରତିଶୋଧ ନେବାପାଇଁ ଅଭିଯୁକ୍ତ ବିନୋଦ ବାଟ ଖୋଜୁଥିଲା। ଗତକାଲି ରାତିରେ ହୋଟେଲ ବନ୍ଦ ହେବାପରେ ମାଲିକ ଘରକୁ ଚାଲିଯାଇଥିଲେ। ସବୁଦିନ ଭଳି ହୋଟେଲର ୨ଜଣ ସହଯୋଗୀ ଏବଂ ପିତାମ୍ବର ଓ ବିନୋଦ ହୋଟେଲ ଭିତିରେ ପୃଥକ ପୃଥକ ସ୍ଥାନରେ ଶୋଉଥିଲେ। ପିତାମ୍ବର ଏକ ଅଲଗା ‌ସ୍ଥାନରେ ଶୋଇଥିବା ଦେଖି ନିଶାରେ ଚୁରଥିବା ବିନୋଦ ରୋଷେଇ ଘରୁ ମାଛକଟା ଧାରୁଆ ପନିକି ଆଣି ପିତାମ୍ବର ବେକ, ଛାତି, ପେଟକୁ ହାଣିଦେଇଥିଲା। ଫଳରେ ପିତାମ୍ବରର ଅନ୍ତବୁଜୁଳା ବାହାରି ପଡ଼ିଥିଲା। ସେ ଘଟଣାସ୍ଥଳରେ ଛଟପଟ ହୋଇ ମରିଯିବାପରେ ଅଭିଯୁକ୍ତ ହୋଟେଲରୁ ପଳାଇଯିବାପାଇଁ ଚେଷ୍ଟାକରିଥିଲା।‌ସଟର୍ ବନ୍ଦ ଥିବାରୁ ଏବଂ ନିଶାରେ ଟଳମଳ ହେଉଥିବାରୁ ଖସି ଯାଇପାରିନଥିଲା। ଅନ୍ୟପଟେ ଘଟଣାପରେ ମୃତକର ଚିତ୍କାର ଶୁଣି ଅନ୍ୟ ଦୁଇ ଜଣ ସହଯୋଗୀ ଉଠିପଡ଼ି ଦେଖିଥିଲେ ରକ୍ତ ଝୁଡ଼ୁବୁଡ଼ୁ ହୋଇ ଅଭିଯୁକ୍ତ ବିନୋଦ ହେଡ଼ ମିସ୍ତ୍ରୀ ପିତାମ୍ବର ମୃତ ଦେହ ପାଖରେବସିଛି। ସେମାନେ ହେଟେଲ ତାଲା ଖୋଲି ବାହାରକୁଆସି ଫାଟକ ବନ୍ଦକରିଦେଇଥିଲେ ଏବଂ ମାଲିକଙ୍କୁ ସୂଚନାଦେଇଥିଲେ। ସୂଚନାପାଇ ମାଲିକ ତୁରନ୍ତ ଘଟଣାସ୍ଥଳରେ ପହଞ୍ଚି ଥାନାକୁ ସୂଚନାଦେଇଥିଲେ। ପୁଲିସ୍ ଘଟଣାସ୍ଥଳରେ ପହଞ୍ଚି ସଟର ଖୋଲି ଅଭିଯୁକ୍ତକୁ ଥାନାକୁ ନେଇଯାଇଥିଲା।  ଘଟଣାବିଷୟରେ ଜାଣିବାପାଇଁ ପୁଲିସ୍ ହ‌ୋଟେଲର ଦୁଇ ସହଯୋଗୀ ଯୁବକ ଓ ମାଲିକଙ୍କୁ ପଚରା ଉଚରା କରୁଛି। ହୋଟେଲରେ ଲାଗିଥିବା ସିସିଟିଭି ଫଟେଜକୁ ସଂଗ୍ରହକରି ଘଟଣାର ତଦନ୍ତ ଆରମ୍ଭକରିଛି। ଅନ୍ୟପକ୍ଷରେ ଶବ ବ୍ୟବଚ୍ଛେଦପରେ ପରିବାରଲୋକଙ୍କୁ ମୃତଦେହ ହସ୍ଥାନ୍ତର କରିଦିଆଯାଇଛି। ନ୍ୟାୟ ପାଇବା ଆଶାରେ ମୃତକ ପରିବାର‌ଲୋକ ଥାନାବାବୁଙ୍କୁ ନେହୁରାହୋଇ ଲିଖିତ ହତ୍ୟା ଅଭିଯୋଗ ଦେଇଛନ୍ତି।