ଡାକ୍ତର ଙ୍କ ନର୍ସିଂହୋମ ପ୍ରୀତିଯୋଗୁଁ ଜୀବନ ହାରିଲେ ରଞ୍ଜିତା : Ommtv

ଡାକ୍ତର ଙ୍କ ନର୍ସିଂହୋମ ପ୍ରୀତିଯୋଗୁଁ ଜୀବନ ହାରିଲେ ରଞ୍ଜିତା

ଡାକ୍ତର ଙ୍କ ନର୍ସିଂହୋମ ପ୍ରୀତିଯୋଗୁଁ ଜୀବନ ହାରିଲେ ରଞ୍ଜିତା : Ommtv
ଡାକ୍ତର ଙ୍କ ନର୍ସିଂହୋମ ପ୍ରୀତିଯୋଗୁଁ ଜୀବନ ହାରିଲେ ରଞ୍ଜିତା : Ommtv
ସୁବର୍ଣ୍ଣପୁର : (ରିପୋର୍ଟ - ରଞ୍ଜନ ): ସୁବର୍ଣ୍ଣପୁର ରେ ଚାଲିଛି ଏବେ ବିଜୁ ସ୍ୱ।ସ୍ଥ୍ୟ କଲ୍ୟାଣ କାର୍ଡ଼ ର ଖୁଲମଖୋଲା ବେପାର। କେବଳ ନିଜ ରୋଜଗାର ବଢ଼ାଇ ବାକୁଯାଇ ପ୍ରସୂତି ଙ୍କୁ ବେସରକାରୀ ନର୍ସିଂହୋମ କୁ ଯିବାକୁ ବାଧ୍ୟକରିବାଭଳି ଏକ ସଙ୍ଗୀନ ମାମଲା ଯୋଗୁଁ ଜଣଙ୍କର ଜୀବନ ଚାଲିଯିବା ଭଳି ଏକ ସ୍ପର୍ଶ କାତର ପ୍ରସଙ୍ଗଘଟିଛି। ସଦର ମୁଖ୍ୟ ମାତୃ ଓ ଶିଶୁ ଡାକ୍ତରଖାନା ଟି ଏବେନୂତନ ଭାବେ ଖୁବ ସୁନ୍ଦର ପରିବେଶରେ ଅତ୍ୟାଧୁନିକ ଚିକିତ୍ସା ର ସମସ୍ତ ସାଧନ ସହ ମାତୃ ଓ ଶିଶୁ ଚିକିତ୍ସାକ୍ଷେତ୍ରରେ ଉତ୍ତମ ସେବା ଯୋଗାଇଦେବା ପରିବର୍ତ୍ତେ ସେଠାରେ କାର୍ଯ୍ୟ ରତ ଥିବା ଡାକ୍ତରମାନେ ଭର୍ତ୍ତି ହୋଇଥିବା ରୋଗୀକୁ ନିରୁତ୍ସାହିତ କରି ନର୍ସିଂହୋମ କୁ ଯିବାପାଇଁ ପ୍ରବର୍ତ୍ତାଇ ରୋଗୀର ଅବସ୍ଥା ଭଲନାହିଁ ଅପରେସନ ଲାଗିପାରେ ଏଠାରେ ସମସ୍ତ ସୁବିଧା ନାହିଁ ବରଂସେଠାରେ ତମକୁ ହାତରୁ ଟଙ୍କାଟିଏ ମଧ୍ୟ ନଲାଗି ସମସ୍ତ ଖର୍ଚ୍ଚ ବିଜୁସ୍ୱ।ସ୍ଥ୍ୟ କାର୍ଡ଼ ଦ୍ୱାରା ମାଗଣାରେ କରାଇଦେବି ଓ ତମେମଧ୍ୟ ଦୁଇ ପଇସା ପାଇ ସମସ୍ତ ପ୍ରକାର ସୁବିଧା ପାଇପାରିବ ବୋଲି କହିବାପରେ ନିଜ ଅନିଚ୍ଛା ସତ୍ତ୍ୱେ ଉପଯୁକ୍ତ ଚିକିତ୍ସା ଆଶା ତଥା ଡାକ୍ତର ଙ୍କ କଥାରେ ବେସରକାରୀ ନର୍ସିଂହୋମ ଯିବାକୁ ବାଧ୍ୟହେଉଛନ୍ତି । ଏମିତି ଏକ ଘଟଣା କ୍ରମରେ ଗତ ୬ତାରିଖରେ ବିନିକା ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର ରୁ ସିନ୍ଦୁରପୁର ଗ୍ରାମର ଏକ ଗର୍ଭବତୀ ମହିଳା ରଞ୍ଜିତା ବାଘ ( ୨୨)ଙ୍କୁ ଜିଲ୍ଲାର ମୁଖ୍ୟ ଡାକ୍ତରଖାନା ର ମାତୃଓ ଶିଶୁହସ୍ପିଟାଲରେ ଭର୍ତ୍ତି ପାଇଁ ପଠାଗଲା ତାଙ୍କୁ ଚିକିତ୍ସା କରୁଥିବା ଡାକ୍ତର ମନୋଜ ନାୟକ ନିଜେ ରାତିରେ ଆସି ପେସେଣ୍ଟ ର କଣ୍ଡିସନ୍ ଠିକନାହିଁ ଆମ ନର୍ସିଂହୋମ କୁ ନେଇ ଯା ଟଙ୍କାଟିଏ ମଧ୍ୟ ତମର ଖର୍ଚ୍ଚ ନହୋଇ ସବୁ କରାହେବ କହିବାପରେ ରଞ୍ଜିତା ର ସ୍ୱାମୀ ପରମେଶ୍ବର ବାଘ ଯଦି ସ୍ଥିତି ଠିକ୍ ନାହିଁ ଓ ଭଲ ଚିକିତ୍ସା ପାଇଁ ଯଦି ପଠାଇବେ ତାହେଲେ ବଲାଙ୍ଗୀର ବଡ଼ମେଡିକାଲ କୁ ପଠାନ୍ତୁ ବୋଲିକହିବାପରେ ସେତିକିଦୁର ନେଲେ ରୋଗୀଟି ବାଟରେ ମଧ୍ୟ କଣ ହୋଇଯାଇପାରେ ଏଣୁ ପାଖ ରେ ଥିବା ଆଶାନର୍ସିଂହୋମ କୁ ନେଲେ ସେଠାରେ ମୁଁ ନିଜେହିଁ ସବୁକରିଦେବି ବୋଲି କହିଲା ପରେ ଆମେ ବାଧ୍ୟହୋଇ ସେମାନଙ୍କ ଗାଡି ରେ ହିଁ ଯାଇଥିଲୁ ବୋଲି ଆମ ପ୍ରତିନିଧି ଙ୍କୁ ପରମେଶ୍ବର କହିଥିଲେ। ତାପରେ ହସ୍ପିଟାଲରେ ତାଙ୍କଠାରୁ ଅନେକ କାଗଜପତ୍ର ରେ ଦସ୍ତଖତ ନେବାସହ ଆମେ ନିଜ ସ୍ୱଇଚ୍ଛା ରେ ଏଇଠୁ ଚାଲିଯାଉଛୁ ବୋଲି ଏକ ଚିଠା ମଧ୍ୟ ଲେଖାଇନେଇଥିବା ରଂଜିତା ଙ୍କ ସ୍ୱାମୀ ପରମେଶ୍ବର ବାଘ ଅଭିଯୋଗ କରିଛନ୍ତି। ତାପରେ ସେମାନେ ନର୍ସିଂହୋମ କୁ ନେଇଗଲେ ସେଠାରେ ଡ଼ାକ୍ତର ମନୋଜ ନାୟକ ଅପରେସନ କଲେ ପ୍ରସୂତି ଜଣକ ସୁସ୍ଥ ଶିଶୁ କନ୍ୟା ଟେପ୍ରସବ ମଧ୍ୟ କଲେ ସିନା ହେଲେ ଓଟିରୁ ଅନେକ ସମୟଯାଏ ତାଙ୍କୁ ବାହାର ନକରିବାଯୋଗୁଁ ତାଙ୍କ ପରିବାର ସଦସ୍ୟଙ୍କ ମନରେ ଉଦବେଗ ବଢୁଥିଲା ପରେ ଡାକ୍ତର ତାଙ୍କ ର ରକ୍ତସ୍ରାବ ହେଉଛି ବୋଲିକହି ଗୋଟିଏ ଗୋଟିଏ କରି ୫ୟୁନିଟ ରକ୍ତ ଓ -ପୋଜିଟିଭ୍ ର ସ୍ଥାନୀୟ ରକ୍ତ ଭଣ୍ଡାର ରୁ ମଗାଇଥିଲେ ହେଲେ ମଧ୍ୟ ରୋଗୀ ର ଅବସ୍ଥାରେ ଉନ୍ନତି ନ ଆସିବାରୁ ଅପରାହ୍ନ ୪ଟାପରେ ଏକ ପ୍ରାଇଭେଟ ଆମ୍ବୁଲାନ୍ସ ମଗାଇ ତାଙ୍କୁ ବୁର୍ଲା ବଡ଼ମେଡିକାଲ କୁ ସ୍ଥାନାନ୍ତରଣ କଲେ ହେଲେ ବୁର୍ଲା ରେ ପହଂଚିବା ପରେ ରୋଗୀର ଜୀବନ ଚାଲିଯାଇଥିଲା। ଏମିତି ଏକ ହୃଦୟବିଦାରକ ଘଟଣା କ୍ରମରେ ମାଁ ଛେଉଣ୍ଡ ହୋଇଛି ନିରିହା ଶିଶୁକନ୍ୟା। ଆଖି ଖୋଲିଳା ବେଳକୁ ଆଶ୍ରୟ ଦାତା ମାଁ ତାର ପଣତକାନି ର ଛାୟାରେ ଶିଶୁ ଟିକୁ କୋଳେଇ ନନେଇ ଶ୍ମଶାନ ରେ ଜୁଇହେଇ ଜଳିଗଲା ସବୁଦିନ ପାଇଁ। ନିଷ୍ପାପ ଶିଶୁଟି ମାତୃହରା ହୋଇଗଲା ସବୁଦିନପାଇଁ । ସାମାନ୍ୟ କେତେ ଟଙ୍କାପାଇଁ ଡାକ୍ତର ବାବୁଙ୍କ ପ୍ରରୋଚନାରେ ମାଁ କୁ ତାର ନେଇ ଗଲେ ନର୍ସିଂହୋମ କୁ ଓ ଭୂଲ ଚିକିତ୍ସା କରି ଶ୍ମଶାନ ରେ ଦାହକରିଦେଲା ଶିଶୁ ଟିର ସମସ୍ତ ଭବିଷ୍ୟତ କୁ। ମାଁ ଛେଉଣ୍ଡ ହେଇଗଲା ଶିଶୁଟିର ସମସ୍ତ ଭାଗ୍ୟ ଓ ଭବିଷ୍ୟତ। ତେବେ ଘଟଣା ର ୩ଦିନପରେ ସଂପୃକ୍ତ ନର୍ସିଂହୋମ ର ଷ୍ଟାଫ୍ ଓ ନିଜେ ଡାକ୍ତର ଶ୍ରୀ ନାୟକ ମୃତ ରଞ୍ଜିତା ଙ୍କ ଗ୍ରାମ ସିନ୍ଦୁରପୁର ଘରରେ ପହଞ୍ଚି ଏମିତି ଘଟଣା କେବେ କେବେ ହୁଏ ହେଲେ ଶିଶୁଟିର ଲାଳନପାଳନ କଥା ଆମେ ବୁଝିବୁ ଆମେ ଏଡେ ଅବିବେକି ନୋହୁ ହେଲେ ଯଦି କେହି ମିଡିଆ ,ଟିଭିବାଲି କି ହସ୍ପିଟାଲ ଷ୍ଟାଫ୍ ଆସନ୍ତି ତେବେ ଏହା ଆମ ଭାଗ୍ୟରେ ଥିଲା ଡାକ୍ତରବାବୁ ତାଙ୍କର ସମସ୍ତ ଚେଷ୍ଟା କରିଥିଲେ ବୋଲି କହିବ ବୋଲି ତାଙ୍କ ପରିବାର ଲୋକଙ୍କୁ ପ୍ରବର୍ତ୍ତାଇଥିବା ପରିବାରଲୋକେ ଗଣମାଧ୍ୟମ ର ପ୍ରତିନିଧି ଙ୍କୁ କହିବା ସହ ଏ ସଂପର୍କିତ ଏକ ଓଡିଓ ଏବେ ସୋସିଆଲ ମିଡିଆ ରେ ବେଶ୍ ଭାଇରାଲ ହେଉଛି। ଯଦି ମାତୃ ଓ ଶିଶୁ ମୃତ୍ୟୁ ହାର ରୋକିବା ପାଇଁ ସରକାର କୋଟିକୋଟି ଟଙ୍କା ଖର୍ଚ୍ଚ କରିବାସହ ଏହାକୁ ରୋକିବା ପାଇଁ ଜିଲ୍ଲା ସ୍ତରରେ ଏକ ଉଚ୍ଚସ୍ତରୀୟ କମିଟି ମଧ୍ୟ ରହିଛି ତେବେ ରଂଜିତା ଙ୍କର ମୃତ୍ୟୁ କେଉଁପରିସ୍ଥିତିରେ ହେଲା ଏବେଯାଏ ଉକ୍ତ କମିଟି କଣ ଅନୁସନ୍ଧାନ କରି କଣ ପଦକ୍ଷେପ ନେଉଛନ୍ତି ଏହାକୁ ଜିଲ୍ଲାବାସୀ ଅପେକ୍ଷା କରିବାସହ ସଂପୃକ୍ତ ପରିବାରକୁ ସରକାରୀ ସାହାଯ୍ୟ ଯୋଗାଇ ଦେବାକୁ ତଥା ଦୋଷୀ ବିରୁଦ୍ଧରେ ଉପଯୁକ୍ତ କାର୍ଯ୍ୟାନୁଷ୍ଠାନ ଗ୍ରହଣକରିବାକୁ ଜିଲ୍ଲାର ସଚେତନ ବର୍ଗ ଦାବି କରିଛନ୍ତି। #sonpur #Crime #crimepatrol #CrimeNews #Ommtv #Omtv #Odisha #Kalingacinearts #NBPC