ଶ୍ରୀ ଶ୍ରୀ ଚନ୍ଦ୍ରଶେଖର ଜିଉ ଙ୍କ କପିଳାସ ପିଠର ସର୍ବାଙ୍ଗୀନ ଉନ୍ନତି ପାଇଁ : Ommtv

ଶ୍ରୀ ଶ୍ରୀ ଚନ୍ଦ୍ରଶେଖର ଜିଉ ଙ୍କ କପିଳାସ ପିଠର ସର୍ବାଙ୍ଗୀନ ଉନ୍ନତି ପାଇଁ

ଶ୍ରୀ ଶ୍ରୀ ଚନ୍ଦ୍ରଶେଖର ଜିଉ ଙ୍କ କପିଳାସ ପିଠର ସର୍ବାଙ୍ଗୀନ ଉନ୍ନତି ପାଇଁ : Ommtv

ଶ୍ରୀ ଶ୍ରୀ ଚନ୍ଦ୍ରଶେଖର ଜିଉ ଙ୍କ କପିଳାସ ପିଠର ସର୍ବାଙ୍ଗୀନ ଉନ୍ନତି ପାଇଁ : Ommtv

(ଢେଙ୍କାନାଳ ରତିକାନ୍ତ ଗଡନାୟକ) ଢେଙ୍କାନାଳ ର ଆରାଧ୍ଯ ଦେବତା ପ୍ରଭୁପାଇଁ ଆଜି କପିଳାସ ପିଠ ଠାରେ ଜିଲ୍ଲାପାଳ ସରୋଜ କୁମାର ସେଠୀ ଙ୍କ ଅଧ୍ୟକ୍ଷତାରେ ଏକ ବୈଠକ ଅନୁଷ୍ଠିତ ହୋଇଥିଲା। ଏଥିରେ ସଦର ବିଧାୟକ ସୁଧୀର କୁମାର ସାମଲ ଯୋଗ ଦେଇ ପିଠର ଭିତ୍ତିଭୂମି ଓ ସୌନ୍ଦର୍ଯ୍ଯକରଣ ପାଇଁ ସେବାୟତ ମାନଙ୍କ ପ୍ରସ୍ତାବ ଦେବାକୁ ଅନୁରୋଧ କରିଥିଲେ। ଭିତ୍ତିଭୂମିର ବିକାଶ ଓ ଆନୁସାଙ୍ଗୀକ ନିର୍ମାଣ ପାଇଁ ଆବଶ୍ୟକ ହେଲେ ଭାରତୀୟ ପ୍ରତ୍ନତତ୍ତ୍ଵ ବିଭାଗ ର ସ୍ୱୀକୃତି ଆଣିବାକୁ କହିଥିଲେ। ପିଠରେ ସମସ୍ତ ବିକାଶ ହେଲେ ରାଜ୍ୟରେ ତଥା ଦେଶରେ ଏହାର ଖ୍ୟାତି ଅର୍ଜନ ହୋଇ ପାରିବ ବୋଲି କହିଥିଲେ। ପିଠରେ ସର୍ବଦା ସ୍ଵଚ୍ଛତା ପରିଷ୍କାର ପରିଚ୍ଛନ୍ନ ରଖିବା ଉପରେ ଗୁରୁତ୍ୱାରୋପ କରିଥିଲେ। ପିଠରେ ସର୍ବାଙ୍ଗୀନ ଉନ୍ନତି କରାଯାଇ ରୂପାନ୍ତରଣ କରାଯିବ ବୋଲି ଜିଲ୍ଲାପାଳ ପ୍ରକାଶ କରିଥିଲେ। ଏଥିପାଇଁ ଏକ ୫ ଜଣିଆ ବୈଷୟିକ କମିଟି ଗଠନ ହୋଇ ୩ ଦିନ ମାଧରେ ପ୍ରୋଜେକ୍ଟ ରିପୋର୍ଟ ପ୍ରଦାନ କରିବାକୁ କହିଥିଲେ। ଯୋରନ୍ଦା ମଠ ରେ ମହିମା ଧର୍ମର ପ୍ରଚାର ପ୍ରସାର ପାଇଁ ରାଜ୍ୟ ସରକାର ୧୧୨ କୋଟି ଟଙ୍କା ମଞ୍ଜୁର କରିଛନ୍ତି କପିଳାସ ପିଠର ସର୍ବାଙ୍ଗୀନ ଉନ୍ନତି ପାଇଁ ସରକାର ଆବଶ୍ୟକୀୟ ଅର୍ଥ ମଞ୍ଜୁର କରିବେ ବୋଲି ପ୍ରକାଶ କରିଥିଲେ। ପିଠର ଉନ୍ନତି ପାଇଁ ବିଭିନ୍ନ ପ୍ରକାର ପ୍ରୋଜେକ୍ଟ ଉପରେ ଯୋରନ୍ଦା ସରପଞ୍ଚ ବିଜୟ କୁମାର ଦେହୁରୀ ପ୍ରସ୍ତାବ ମାନ ଅବଗତ କରିଥିଲେ। ରାଜ୍ଯ ପର୍ଯ୍ୟଟନ ବିଭାଗ ପକ୍ଷରୁ ୪ କୋଟି ୭୩ ଲକ୍ଷ ୫୭ ହଜାର ଟଙ୍କା ଖର୍ଚ ହେବ ବୋଲି ପର୍ଯ୍ୟଟନ ଅଧିକାରୀ ଜଗଦୀଶ ରାୟ ପ୍ରକାଶ କରିଛନ୍ତି। ଜିଲ୍ଲା ବନଖଣ୍ଡ ଅଧିକାରୀ ସୁମିତ୍ କୁମାର କର, ପ୍ରତ୍ନତତ୍ତ୍ଵ ବିଭାଗ ପର୍ଯ୍ୟବେକ୍ଷକ ଶୁଭେନ୍ଦୁ କୁମାର ଖୁଣ୍ଟିଆ, ଗଁଦିଆ ବ୍ଲକ୍ ଅଧ୍ୟକ୍ଷା ରିନାରାଣୀ ଖଟୁଆ,ବିଭାଗୀୟ ଅଧିକାରୀ ଗଣ, ପୁଲିସ ଅଧିକାରୀ, ସେବାୟତ ମାନେ ଉପସ୍ଥିତ ଥିଲେ। ସଦର ଉପ ଜିଲ୍ଲାପାଳ ସ୍ନିଗ୍ଧାରାଣୀ ଧଳ ବୈଠକ ପରିଚାଳନା କରିଥିଲେ ଓ ମୁଖ୍ୟ ସେବାୟତ ନିରଞ୍ଜନ ମହାପାତ୍ର ଧନ୍ୟବାଦ ଅର୍ପଣ କରିଥିଲେ। #Dhenkanal #Ommtv #Omtv #Kalingacinearts #NBPC #kapilashtemple