ହିନ୍ଦୋଳ ବରିଷ୍ଠ ନାଗରିକ ମଞ୍ଚ ର ବାର୍ଷିକ ବନ୍ଧୁ ମିଳନ : Ommtv

ହିନ୍ଦୋଳ ବରିଷ୍ଠ ନାଗରିକ ମଞ୍ଚ ର ବାର୍ଷିକ ବନ୍ଧୁ ମିଳନ

ହିନ୍ଦୋଳ ବରିଷ୍ଠ ନାଗରିକ ମଞ୍ଚ ର ବାର୍ଷିକ ବନ୍ଧୁ ମିଳନ : Ommtv

{ ଢେଙ୍କାନାଳ ଶଶିକାନ୍ତ ଗଡନାୟକ) ଆଜି ହିନ୍ଦୋଳ ବରିଷ୍ଠ ନାଗରିକ ମଞ୍ଚ ର ବାର୍ଷିକ ବନ୍ଧୁ ମିଳନ କାର୍ଯ୍ଯକ୍ରମ ସହ ଏକ ବନ ଭୋଜିର ଆୟୋଜନ ସାତମାଇଲ ହାଟ ପଡିଆରେ ମହାସମାରୋହରେ ଅନୁଷ୍ଠିତ ହୋଇଥିଲା। ମଞ୍ଚ ସଭାପତି ଶ୍ରୀନିବାସ ମିଶ୍ର ଙ୍କ ସଭାପତିତ୍ବରେ ଅନୁଷ୍ଠିତ ସଭାରେ ମୁଖ୍ୟ ଅତିଥି ଭାବେ ମଞ୍ଚ ମୁଖ୍ୟ ଉପଦେଷ୍ଠା ତଥା ଢେଙ୍କାନାଳ ଜିଲ୍ଲା ବରିଷ୍ଠ ନାଗରିକ ପରିଷଦ ସଭାପତି ଅବସରପ୍ରାପ୍ତ ଜିଲ୍ଲା ଜଜ ମୁଖ୍ୟ ଅତିଥି ଓ ସ୍ଵତନ୍ତ୍ର ଅତିଥି ଭାବେ ଡଃ ସୁଜାତା ରଥ ଯୋଗ ଦେଇଥିଲେ। ପଣ୍ଡିତ ମାୟାଧର ପାଳ ସ୍ଵାଗତ ଭାଷଣ ଦେଇଥିବା ବେଳେ ବିଶିଷ୍ଠ ପାଲା ଗାୟକ ବିଚିତ୍ରାନନ୍ଦ ପଟ୍ଟନାୟକ। ମଙ୍ଗଳା ଚରଣ ସ୍ତୁତି ପାଠ କରିଥିଲେ। ଉପ ସଭାପତି ଛବିରାଜ ବିଶ୍ଵାଳ, ସମ୍ପାଦକ ବିନୟ ସାମଲ, କୋଷାଧ୍ୟକ୍ଷ ବ୍ରହ୍ମାନନ୍ଦ ପ୍ରଧାନ, ବରିଷ୍ଠ ପରାମର୍ଶଦାତା ଡଃ ଚୈତନ ସାହୁ, ନବ ରାଉତ, ଅନନ୍ତ ସାହୁ ପ୍ରମୂଖ ମଞ୍ଚାସୀନ ରହି ବରିଷ୍ଠ ମାନଙ୍କୁ ସମ୍ବୋଧିତ କରିଥିଲେ। ରତିକାନ୍ତ ଗଡନାୟକ ଙ୍କ ସଂଯୋଜନା ରେ ବରିଷ୍ଠ ନାଗରିକ ମାନଙ୍କ ଦ୍ଵାରା ସଙ୍ଗୀତ ନୃତ୍ୟ ପରିବେଷଣ ଖୁବ୍ ଚିତାକର୍ଶକ ହୋଇଥିଲା। ସମସ୍ତେ ଆନନ୍ଦିତ ହୋଇ ଉତ୍ସାହିତ ହୋଇଥିଲେ। ହିନ୍ଦୋଳ ର ପ୍ରତ୍ୟେକ ୩୫ ଗୋଟି ପଞ୍ଚାୟତ ମଧ୍ୟରୁ ୩୦୦ ରୁ ଉର୍ଦ୍ଧ ବରିଷ୍ଠ ନାଗରିକ ଯୋଗ ଦେଇଥିଲେ।ଜିଲ୍ଲା ପୁଲିସ ସମିତି ଦ୍ଵାରା ପ୍ରଦତ୍ତ ୩୦ ଜଣ ନୂତନ ସଭ୍ଯ ସଭ୍ୟା ମାନଙ୍କୁ ପରିଚୟ ପତ୍ର ପ୍ରଦାନ କରାଯାଇଥିଲା। ଢେଙ୍କାନାଳ କଲ୍ଚରାଲ୍ ଆସୋସିଏସନ୍ ସଭ୍ଯ ତଥା ହିନ୍ଦୋଳ ବରିଷ୍ଠ ନାଗରିକ ମଞ୍ଚ ର ନୂତନ ସଭ୍ଯ ଭାବେ ଅବସରପ୍ରାପ୍ତ ଓଏଏସ୍ ଅଧିକାରୀ ସଦାନନ୍ଦ ସେଠୀ ଙ୍କୁ ସଭାପତି ପରିଚୟ ପତ୍ର ପ୍ରଦାନ କରିଥିଲେ। ଆଗାମୀ ମାର୍ଚ୍ଚ ଶେଷ ସୁଦ୍ଧା ହିନ୍ଦୋଳ ବ୍ଲକ୍ ରେ ୭୦୦ ସଭ୍ଯ ସଭ୍ୟା ରୁ ଏକ ହଜାର ବରିଷ୍ଠ ନାଗରିକ ମାନଙ୍କୁ ସଙ୍ଗଠିତ କରିବା ପାଇଁ ଜିଲ୍ଲା ସଭାପତି ନିର୍ଦ୍ଦେଶ ଦେଇଥିଲେ। ସର୍ବଶେଷରେ ବରିଷ୍ଠ ସଂଗଠକ ରତିକାନ୍ତ ଗଡନାୟକ ଧନ୍ୟବାଦ ଅର୍ପଣ କରିଥିଲେ।