Excited promotion to Kis students who have received OCS : Ommtv
Excited promotion to Kis students who have received OCS : Ommtv
Excited promotion to Kis students who have received OCS : Ommtv
One day I was grazing goats. Today, after getting higher education like 2nd, 3rd, MBA for KIS, he has finally succeeded in the Odisha Civil Service Exam. For this, I am grateful to KIS and its founder Achut Samantha.' This was the response of Kis student and recent OCS exam passer Jagjivan Majhi from Balangir district. He thanked Kish for this success. Not only Jagjivan, 12 successful students who participated in the enrichment program organized for successful students in OCS examination this year expressed their gratitude to Kis. Today, Chief Administrative Secretary of Scheduled Castes and Tribes, Minorities and Backward Classes, Odisha Language, Literature and Culture, Social Department, and Social Justice, Social Security and Empowerment of Disabilities Department of Odisha Government attended the program as the chief guest and congratulated the students. On this occasion, Mr. Sethi gave a motivational speech to the students and said that success is achieved through hard work and faith in God and Karma. He advised the students to make good use of the time without getting distracted during the time of danger. Raising the morale of the 12 thousand students of Kis who were present in this program, Mr. Samantha said that all arrangements have been made in Kis so that the students of Kis can succeed in the Indian Administrative Service Examination. Apart from this, Mr. Samantha announced that KISR will extend all possible support to the talented students of KISR who are willing to stay in cities like Delhi and prepare themselves for the Indian Civil Service Examination. On this occasion, Bishnupad Sethi's book 'The Collector's Mother' was unveiled by the guests. Kis advisor Prof. Shasha's final book Bishnupad Sethi and his book 'The Collector's Mother' gave information. In this program, Director General of Lectures Dr. Kanhu Charan Mahali, Kish University Chancellor Professor Deepak Behera and Chancellor Dr. Prashant Kumar Rautarai was the chief guest.
ଓସିଏସ୍ ପାଇଥିବା କିସ୍ ଛାତ୍ରଛାତ୍ରୀଙ୍କୁ ଉଚ୍ଛ୍ୱସିତ ସମ୍ବର୍ଦ୍ଧନା : ଓମଟିଭି
‘ଦିନେ ଛେଳି ଚରାଉଥିଲି । ଆଜି କିସ୍ ପାଇଁ ଯୁକ୍ତ ଦୁଇ, ଯୁକ୍ତ ତିନି, ଏମବିଏ ଭଳି ଉଚ୍ଚଶିକ୍ଷା ଲାଭକରି ଶେଷରେ ଓଡ଼ିଶା ସିଭିଲ ସର୍ଭିସ୍ ପରୀକ୍ଷାରେ କୃତକାର୍ଯ୍ୟ ହୋଇପାରିଛି । ଏଥିପାଇଁ କିସ୍ ଓ ଏହାର ପ୍ରତିଷ୍ଠାତା ଅଚ୍ୟୁତ ସାମନ୍ତଙ୍କ ନିକଟରେ କୃତଜ୍ଞତା ଜଣାଉଛି ।’ ଏହା ଥିଲା କିସ୍ ଛାତ୍ର ତଥା ନିକଟରେ ଓସିଏସ୍ ପରୀକ୍ଷାରେ କୃତକାର୍ଯ୍ୟ ହୋଇଥିବା ବଲାଙ୍ଗୀର ଜିଲ୍ଲାର ଜଗଜ୍ଜୀବନ ମାଝୀଙ୍କ ପ୍ରତିକ୍ରିୟା । ଏହି ସଫଳତା ପାଇଁ ସେ କିସ୍କୁ କୃତଜ୍ଞତା ଜଣାଇଥିଲେ । କେବଳ ଜଗଜ୍ଜୀବନ ନୁହନ୍ତି, ଚଳିତବର୍ଷ ଓସିଏସ୍ ପରୀକ୍ଷାରେ କୃତକାର୍ଯ୍ୟ କିସ୍ର ଛାତ୍ରଛାତ୍ରୀଙ୍କ ପାଇଁ ଆୟୋଜିତ ସମ୍ବର୍ଦ୍ଧନା କାର୍ଯ୍ୟକ୍ରମରେ ଯୋଗ ଦେଇଥିବା ୧୨ଜଣ ସଫଳ ଛାତ୍ରଛାତ୍ରୀ କିସ୍ ପ୍ରତି ସେମାନଙ୍କର କୃତଜ୍ଞତା ଜଣାଇଥିଲେ । ଆଜି କାର୍ଯ୍ୟକ୍ରମରେ ଓଡ଼ିଶା ସରକାରଙ୍କ ତଫସିଲଭୁକ୍ତ ଜାତି ଓ ଜନଜାତି, ସଂଖ୍ୟାଲଘୁ ଓ ପଛୁଆବର୍ଗ କଲ୍ୟାଣ, ଓଡ଼ିଶା ଭାଷା, ସାହିତ ଓ ସଂସ୍କୃତି, ସାମାଜିକ ବିଭାଗ, ତଥା ସାମାଜିକ ନ୍ୟାୟ, ସାମାଜିକ ସୁରକ୍ଷା ଓ ଭିନ୍ନକ୍ଷମ ସଶକ୍ତିକରଣ ବିଭାଗ ପ୍ରମୁଖ ଶାସନ ସଚିବ ବିଷ୍ଣୁପଦ ସେଠୀ ମୁଖ୍ୟ ଅତିଥି ଭାବେ ଯୋଗଦେଇ କୃତି ଛାତ୍ରଛାତ୍ରୀଙ୍କୁ ସମ୍ବର୍ଦ୍ଧିତ କରିଥିଲେ । ଏହି ଅବସରରେ ଶ୍ରୀ ସେଠୀ ଛାତ୍ରଛାତ୍ରୀଙ୍କୁ ପ୍ରେରଣାଦାୟୀ ଭାଷଣ ପ୍ରଦାନ କରି କହିଲେ, କଠିନ ଅଧ୍ୟବସାୟ ଓ ଈଶ୍ୱର ତଥା କର୍ମ ଉପରେ ବିଶ୍ୱାସ ରଖିଲେ ସଫଳତା ମିଳିଥାଏ । ବିପଦ ସମୟରେ ବିଚଳିତ ନ ହୋଇ ସେହି ସମୟର ସଦୁପଯୋଗ କରିବା ପାଇଁ ସେ ଛାତ୍ରଛାତ୍ରୀଙ୍କୁ ପରାମର୍ଶ ଦେଇଥିଲେ । ଏହି କାର୍ଯ୍ୟକ୍ରମରେ ଉପସ୍ଥିତ କିସ୍ର ୧୨ ହଜାର ଛାତ୍ରଛାତ୍ରୀଙ୍କ ମନୋବଳ ବୃଦ୍ଧି କରିବା ସହ ଶ୍ରୀ ସାମନ୍ତ କହିଲେ, କିସ୍ ଛାତ୍ରଛାତ୍ରୀମାନେ ଯେଭଳି ଭାରତୀୟ ପ୍ରଶାସନିକ ସେବା ପରୀକ୍ଷାରେ କୃତକାର୍ଯ୍ୟ ହୋଇପାରିବେ ସେଥିପାଇଁ କିସ୍ରେ ସମସ୍ତ ବନ୍ଦୋବସ୍ତ କରାଯାଇଛି । ଏହା ବ୍ୟତୀତ କିସ୍ର ଯେଉଁ ମେଧାବୀ ଛାତ୍ରଛାତ୍ରୀମାନେ ଦିଲ୍ଲୀ ଭଳି ସହରରେ ରହି ନିଜକୁ ଭାରତୀୟ ପ୍ରଶାସନିକ ସେବା ପରୀକ୍ଷା ପାଇଁ ପ୍ରସ୍ତୁତ କରିବା ଲାଗି ଇଚ୍ଛୁକ ଥିବେ ସେମାନଙ୍କୁ ମଧ୍ୟ କିସ୍ ପକ୍ଷରୁ ସମସ୍ତ ସହଯୋଗ ଯୋଗାଇ ଦିଆଯିବ ବୋଲି ଶ୍ରୀ ସାମନ୍ତ ଘୋଷଣା କରିଥିଲେ । ଏହି ଅବସରରେ ବିଷ୍ଣୁପଦ ସେଠୀଙ୍କ ଲିଖିତ ପୁସ୍ତକ ‘ଦି କଲେକ୍ଟର୍ସ ମଦର’ ଅତିଥିମାନଙ୍କ ଦ୍ୱାରା ଉନ୍ମୋଚିତ ହୋଇଥିଲା । କିସ୍ ଉପଦେଷ୍ଟା ପ୍ରଫେସର ଶଶାଙ୍କ ଚୂଡ଼ାମଣୀ ବିଷ୍ଣୁପଦ ସେଠୀ ଓ ତାଙ୍କ ଲିଖିତ ‘ଦି କଲେକ୍ଟର୍ସ ମଦର’ ପୁସ୍ତକ ସମ୍ପର୍କରେ ସୂଚନା ଦେଇଥିଲେ । ଏହି କାର୍ଯ୍ୟକ୍ରମରେ କିସ୍ର ପ୍ରାକ୍ତନ ମହାନିର୍ଦ୍ଦେଶକ ଡ. କାହ୍ନୁ ଚରଣ ମହାଲି, କିସ୍ ବିଶ୍ୱବିଦ୍ୟାଳୟ କୁଳପତି ପ୍ରଫେସର ଦୀପକ ବେହେରା ଓ କୁଳସଚିବ ଡ. ପ୍ରଶାନ୍ତ କୁମାର ରାଉତରାୟ ପ୍ରମୁଖ ଉପସ୍ଥିତ ଥିଲେ ।