Literature is the parallel history of present society : Ommtv
Literature is the parallel history of present society : Ommtv
Literature is the parallel history of present society : Ommtv
ଡିଏଭି ଚନ୍ଦ୍ରଶେଖରପୁର ‘ଲିଟରେଚର କନ୍କ୍ଲେଭ୍’
ନୂତନ ଆଶା ଓ ବିଶ୍ୱାସ ସଞ୍ଚାର କରେ ସାହିତ୍ୟ
ଭୁବନେଶ୍ୱର – ୫/୧୧ ପୁସ୍ତକ ଭିତରେ ସଂଗୁପ୍ତରେ ରହିଛି ଅସଂଖ୍ୟ ମଣିଷଙ୍କ ହୃଦୟ । ଅଧ୍ୟୟନ ଜରିଆରେ ସେସବୁର ଉନ୍ମୋଚନ ସମ୍ଭବପର । ସମସ୍ତ ପ୍ରତିକୂଳ ପରିସ୍ଥିତିରେ ଥାଇ ସାହିତ୍ୟ ଆମ ପାଇଁ ସର୍ବଦା ନୂତନ ଆଶା ଓ ବିଶ୍ୱାସ ସଞ୍ଚାର କରିପାରେ ବୋଲି ସ୍ଥାନୀୟ ଡିଏଭି ପବ୍ଲିକ୍ ସ୍କୁଲ, ଚନ୍ଦ୍ରଶେଖରପୁରରେ ଆୟୋଜିତ ‘ଲିଟରେଚର କନ୍କ୍ଲେଭ୍’ର ତୃତୀୟ ସଂସ୍କରଣରେ ମତପ୍ରକାଶ ପାଇଛି । ଜୀବନରେ ଘଟୁଥିବା କ୍ଷୁଦ୍ରାତିକ୍ଷୁଦ୍ର ଘଟଣାମାନ କଳାତ୍ମକ ଭାବରେ ବିଶାଳ ସର୍ଜନାର ଭିତ୍ତିଭୂମି ପାଲଟିଯାଏ ଏବଂ ସାହିତ୍ୟ ଶୋଇପଡିଥିବା ଦେବତାଙ୍କୁ ମଧ୍ୟ ନିଦରୁ ଉଠାଇଦେଇପାରେ ବୋଲି ବିଶିଷ୍ଟ ସାହିତ୍ୟିକ ଡ.ଗୌରହରି ଦାସ ତା’ଙ୍କ ବକ୍ତବ୍ୟରେ କହିଥିଲେ । ପୂର୍ବାହ୍ଣ ଅଧିବେଶନରେ ଡ.ଦାସଙ୍କ ସମେତ ପ୍ରଧ୍ୟାପକ ଅଭିଷେକ ଶର୍ମା, ପଲ୍ଲବ ଦାସ ଅତିଥିରୂପେ ଯୋଗଦେଇ ସାହିତ୍ୟମନସ୍କ ହେବାପାଇଁ ଛାତ୍ରଛାତ୍ରୀଙ୍କୁ ପ୍ରୋତ୍ସାହିତ କରିଥିଲେ । ବିଦ୍ୟାଳୟର ଅଧ୍ୟକ୍ଷା ଡ.ସୁଜାତା ସାହୁ ସ୍ୱାଗତ ଭାଷଣ ପ୍ରଦାନ ଅବସରରେ ସାହିତ୍ୟର ଅଖଣ୍ଡ ପ୍ରଭାବ ସମସ୍ତଙ୍କ ଜୀବନକୁ ସକ୍ରିୟ ଓ ସଫଳ କରିପାରିବ ବୋଲି କହିଥିଲେ । ଅପରାହ୍ଣ ଅଧିବେଶନରେ ଡିଏଭି ଆଞ୍ଚଳିକ ନିର୍ଦ୍ଦେଶକ ଡ. କେ.ସି.ଶତପଥୀ ‘ଡିଏଭି ଚନ୍ଦ୍ରଶେଖରପୁର ଟକ୍ସ’ ଶୀର୍ଷକ ବକ୍ତୃତାରେ ମୂଲ୍ୟବୋଧର ପୁନଃପ୍ରତିଷ୍ଠା ଉପରେ ଗୁରୁତ୍ୱ ଦେଇ ସାହିତ୍ୟ ଆମକୁ କର୍ତ୍ତବ୍ୟନିଷ୍ଠ ଓ ସମାଜ ସଚେତନ କରିଥାଏ ବୋଲି ମତ ରଖିଥିଲେ । ଅନ୍ୟତମ ବକ୍ତା ଗୁରୁ ସଂଗ୍ରାମଜିତ ଦାସ ସଫଳ ବ୍ୟକ୍ତିତ୍ୱଗଠନର ଦିଗବିଦିଗ ଉପରେ ଆଲୋକପାତ କରିଥିଲେ । ଏହି ଅବସରରେ ଦଶମଶ୍ରେଣୀ ଛାତ୍ର ପ୍ରିୟାଂଶ ପ୍ରତୀକ ମହାନ୍ତିଙ୍କ ପୁସ୍ତକ ଉନ୍ମୋଚିତ ହୋଇଥିଲା ଓ ୩ୟ ଶ୍ରେଣୀ ଛାତ୍ରୀ ମନୁଶ୍ରୀ ପତି ଗଳ୍ପ ଉପସ୍ଥାପନ କରିଥିଲେ । ଛାତ୍ରୀ ରିଷା ମିଶ୍ର ଓ ଶୁଭଙ୍କର ଦାସ କାର୍ଯ୍ୟକ୍ରମ ସଂଯୋଜନା କରିଥିଲେ । ଭାଷା ସାହିତ୍ୟ ବିଭାଗର ଶିକ୍ଷକଶିକ୍ଷୟିତ୍ରୀଗଣ ସକ୍ରିୟ ଭାବରେ ସମସ୍ତ କାର୍ଯ୍ୟକ୍ରମ ପରିଚାଳନା କରିଥିଲେ । ବିଦ୍ୟାଳୟ ଅଧ୍ୟକ୍ଷା ଡ.ସାହୁ ଅତିଥିମାନଙ୍କୁ ଅଙ୍ଗବସ୍ତ୍ର ଓ ଉପଢୌକନ ପ୍ରଦାନ ସହ ସମ୍ବର୍ଦ୍ଧିତ କରିଥିଲେ । ଏକାଡେମିକ୍ ସୁପରଭାଇଜର ଭାରତୀ ପ୍ରଧାନ ଧନ୍ୟବାଦାର୍ପଣ କରିଥିଲେ ।