ଭୁବନେଶ୍ୱରରେ ଦ୍ୱିତୀୟ ‘ହ୍ୟାଚିଂ ହୋପ୍ ସମ୍ମିଳନୀ’ ଅନୁଷ୍ଠିତ : Ommtv

ଭୁବନେଶ୍ୱରରେ ଦ୍ୱିତୀୟ ‘ହ୍ୟାଚିଂ ହୋପ୍ ସମ୍ମିଳନୀ’ ଅନୁଷ୍ଠିତ : Ommtv

ଭୁବନେଶ୍ୱରରେ ଦ୍ୱିତୀୟ ‘ହ୍ୟାଚିଂ ହୋପ୍ ସମ୍ମିଳନୀ’ ଅନୁଷ୍ଠିତ : Ommtv
ଭୁବନେଶ୍ୱରରେ ଦ୍ୱିତୀୟ ‘ହ୍ୟାଚିଂ ହୋପ୍ ସମ୍ମିଳନୀ’ ଅନୁଷ୍ଠିତ : Ommtv
ଗ୍ରାମୀଣ ମହିଳାଙ୍କ ସଶକ୍ତିକରଣ ଉପରେ ଉପମୁଖ୍ୟମନ୍ତ୍ରୀ କନକ ବର୍ଦ୍ଧନ ସିଂହଦେଓଙ୍କ ଗୁରୁତ୍ୱ ଆରୋପ
ଓଡ଼ିଶାରେ କ୍ଷୁଦ୍ର କୃଷକ ଜୀବିକାକୁ ରୂପାନ୍ତର କରିବା ଅଗଣା କୁକୁଡା ଚାଷ ମଡେଲ ନୂଆ ସମ୍ଭାବନା ସୃଷ୍ଟି କରିଛି
ଭୁବନେଶ୍ୱର, ନଭେମ୍ବର ତା ୬ ।୧୧ । ୨୦୨୪: ଓଡ଼ିଶାରେ ମହିଳାଚାଷୀମାନେ ରାଜ୍ୟର ଅର୍ଥନୀତିକୁ ସୁଦୃଢ କରିବାରେ ବେଶ୍ ଗୁରତ୍ୱପୂର୍ଣ୍ଣ ଭୂମିକା ନିର୍ବାହ କରୁଛନ୍ତି । ସମ୍ପତି ରାଜ୍ୟର ଅନେକ ମହିଳାଚାଷୀମାନେ ଯେଉଁଭଳି ଭାବରେ ବିଜ୍ଞନ ସମ୍ମତ ତଥା କାରୀଗରୀ କୌଶଳ ପ୍ରୟୋଗ କରି ଦେଶୀ କୁକୁଡା ଚାଷ କରି ଲାଭବାନ ହୋଇପାରୁଛନ୍ତି, ତାହା ଆଗାମୀ ଦିନରେ ସେମାନଙ୍କ ଆର୍ଥିକ ଓ ସାମାଜିକ ସ୍ଥିତିରେ ଢେର ସୁଧାର ଆଣିପାରିବ ବୋଲି ଉପମୁଖ୍ୟମନ୍ତ୍ରୀ କନକ ବର୍ଦ୍ଧନ ସିଂହଦେଓ କହିଛନ୍ତି ।
ବୁଧବାର ଦିନ ଭୁବନେଶ୍ୱର ଠାରେ ଦ୍ୱିତୀୟ ‘ପାସିଂ ଗିଫ୍ଟ’ ଦ୍ୱାରା ଆୟୋଜତି ‘ହ୍ୟାଚିଂ ହୋପ୍‌’ ଗ୍ରାଉଣ୍ଡବ୍ରେକିଂ ସମ୍ମିଳନୀକୁ ଉଦ୍ଘାଟନ କରିବା ଅବସରରେ ଶ୍ରୀ ସିଂହଦେଓ କହିଲେ ଯେ ସମ୍ପ୍ରତି କେନ୍ଦୁଝର ଓ ମୟୁରଭଂଜରେ ଯେଉଁଭଳି ଭାବରେ ମହିଳାମାନେ ଅଗଣା ଦେଶୀ କୁକୁଡା ଚାଷ ମଡେଲ ଆପଣାଇ ସ୍ୱାବଲମ୍ବୀ ହୋଇପାରିଛନ୍ତି, ତାହା ବେଶ୍ ପ୍ରଶଂସନୀୟ ତଥା ଅନୁକରଣୀୟ । ଏହି ‘ଅଗଣା ମଡେଲ ଦେଶୀ କୁକୁଡା ଚାଷ’ ଅନ୍ୟ ଜିଲ୍ଲାମାନଙ୍କରେ ପ୍ରୟୋଗାତ୍ମକ ଭାବେ କାର୍ଯ୍ୟକାରୀ କରାଯାଇପାରିବ, ତେବେ ଅଗଣିତ ମହିଳା ଚାଷୀମାନେ ଉପକୃତ ହୋଇପାରିବେ ।
ରାଜ୍ୟର ବିଭିନ୍ନ ଜିଲ୍ଲାରେ ଥିବା ଜିଲ୍ଲା ଖଣିଜ ପାଣ୍ଠିରେ ଅନେକ ପଇସା ଅଛି । ଏହି ଖଣିଜ ପାଣ୍ଠିକୁ ଉପଯୋଗ କରି ‘ଅଗଣା ମଡେଲ ଦେଶୀ କୁକୁଡା ଚାଷ’କୁ ବ୍ୟାପକ କରିବା ପାଇଁ ସେ ପରାମର୍ଶ ଦେବା ସହିତ ଏଥି ନିମନ୍ତେ ରାଜ୍ୟ ସରକାର ସମସ୍ତ ପ୍ରକାର ସରକାରୀ ସାହାଯ୍ୟ ଓ ସହଯୋଗ ଯୋଗାଇ ଦେବେ ବୋଲି ପ୍ରତିଶ୍ରୁତି ଦେଇଥିଲେ ।
ଏହି ଅବସରରେ ସେ ରାଜ୍ୟର ବିଭିନ୍ନ ଜିଲ୍ଲାରୁ ଆସିଥିବା ପ୍ରାୟ ୫୦ରୁ ଉର୍ଦ୍ଧ ସଫଳ ମହିଳା ଚାଷୀଙ୍କୁ ସମ୍ବର୍ଦ୍ଧିତ କରିଥିଲେ ।
ପାସିଂ ଗିଫ୍ଟି କାର୍ଯ୍ୟନିର୍ବାହୀ ନିର୍ଦ୍ଦେଶିକା ରୀନା ସୋନି, କାର୍ଯକ୍ରମ ନିର୍ଦ୍ଦେଶକ ଅକ୍ଷୟ ବିଶ୍ୱାଳ, କାର୍ଗିଲ୍ ଅନୁଷ୍ଠାନର ଏସିଆ-ପାସିଫିକ୍ କ୍ଷେତ୍ରାଚଂଳର କର୍ପୋରେଟ୍ ରେସପସନସିବିଲିଟ୍ ଆଣ୍ଡ ସସ୍ଟେନେବେଲ୍ ଡେଭେଲପମେଂଟ କ୍ଷତ୍ରି୍ରୟ ନିର୍ଦ୍ଦେଶିକା ଦ୍ୱୀପାନ୍ୱିତା ଚକ୍ରବର୍ତୀ ଓ ବିଶିଷ୍ଟ ସାମାଜିକ ଓ ଦକ୍ଷତା ବିକାଶ ବିଶେଷଜ୍ଞ ଅମିତ୍ ବାତ୍ସାୟନ ସୂର୍ଯ୍ୟମଣି ରାଉଳ ଏହି ଉଦ୍ଘାଟନୀ ଉତ୍ସବର ଯୋଗଦେଇ ନିଜନିଜର ବ୍ୟକ୍ତବ୍ୟ ପ୍ରଦାନ କରିଥିଲେ ।
ଏହାପରେ ଦିନ ତମାମ ଅନେକ ବିଷୟ ଉପରେ ତାତ୍ୱିକ କର୍ମଶାଳା ଆୟୋଜନ କରାଯାଇଥିଲା । ଏଥିରେ ବହୁସଂଖ୍ୟାରେ କେନ୍ଦ୍ର ଓ ରାଜ୍ୟସରକାରଙ୍କ ବିଭିନ୍ନ ବିଭାଗର ଅଧିକାରୀ, ବିଭିନ୍ନ ବାଣିଜ୍ୟିକ ପ୍ରତିଷ୍ଠାନର ଅଧିକାରୀ ଯୋଗ ଦେଇ ସରକାର, କର୍ପୋରେଟ୍ ହାଉସ ମହିଳା ଚାଷୀମାନଙ୍କର ନିରନ୍ତର ବିକାଶ ଉପରେ ଆଲୋଚନା କରିଥିଲେ । 
 ‘ହାଚିଂ ହୋପ’ ହେଉଛି ‘ହିଫର ଇଂଟରନ୍ୟାସନାଲ’ ଆନ୍ତର୍ଜାତିକ ସ୍ୱେଚ୍ଛାସେବୀ ସଂସ୍ଥାର ଏକ ସହାୟକ ଅନୁଷ୍ଠାନ ‘ପାସିଂ ଗିଫ୍ଟ’ ର ଏକ କୃଷିଜୀବିକା ସୃଷ୍ଟିକାରୀ ଅଭିନବ ପ୍ରୟାସ ।
ଏହି ସମ୍ମିଳନୀରେ ପରିବର୍ତିତ କୃଷି ପଦକ୍ଷେପ ପାଇଁ ସରକାରଙ୍କ ସମର୍ଥନର ଆବଶ୍ୟକତା ଉପରେ ମଧ୍ୟ ଅଲୋଚନା କରାଯାଇଥିଲା ।
ପାସିଂ ଗିଫ୍ଟ କାର୍ଯ୍ୟକ୍ରମ ନିର୍ଦ୍ଦେଶକ ଅକ୍ଷୟ ବିଶ୍ୱାଳ “ନିୟୁ ବ୍ୟାକିୟାର୍ଡ ପଲଟ୍ରି ମଡେଲ” ଉପରେ ତଥ୍ୟାବଳୀ ଉପସ୍ଥାପନ କରିଥିଲେ । ନିୟୁ ବ୍ୟାକିୟାର୍ଡ ପଲଟ୍ରି ମଡେଲ ଅନୁସାରେ ଗୋଷ୍ଠୀ ପରିଚାଳିତ କୁକୁଡା ଚାଷ ମାଧ୍ୟମରେ ଗ୍ରାମୀଣ ଆୟ ବୃଦ୍ଧି ପାଇଁ ପରିକଳ୍ପନା କରାଯାଇଛି । ଏହି ଅଭିନବ ମଡେଲ କ୍ଷୁଦ୍ର ଚାଷୀମାନଙ୍କ ଦ୍ୱାରା ସମ୍ମୁଖୀନ ହେଉଥିବା ଆହ୍ୱାନଗୁଡିକର ସମାଧାନ କରିଥାଏ । ଦେଶର ୮୬ ପ୍ରତିଶତ ଚାଷୀ କ୍ଷୂଦ୍ରଚାଷୀ ସମୁଦାୟ ଅନର୍ଗତ ଅଟନ୍ତି । ଏମାନେ ସୀମିତ ସମ୍ବଳ ଉପରେ ନିର୍ଭର କରୁଥିବାରୁ ବୈଷୟିକ ପଦ୍ଧତି ଓ ସୃଜନତା ଏମାନଙ୍କର ପାଇଁ ଅଧିକାଂଶ ସମୟରେ ଅପହଂଚ ହୋଇଥାଏ ।
ଏହି ସମ୍ମିଳନୀର ମୁଖ୍ୟ ଆକର୍ଷଣ ଥିଲା ମୟୁରଭଞ୍ଜ ଏବଂ କେନ୍ଦୁଝର ଜିଲ୍ଲାର ମହିଳା କୃଷକଙ୍କ ଅଂଶଗ୍ରହଣ । ଏହି ମହିଳା କୃଷକମାନେ ସେମାନଙ୍କ ସଫଳତାର କାହାଣୀ ଏବଂ ସେମାନଙ୍କ ଜୀବିକା ଉପରେ ବଗିଚା କୁକୁଡା ଚାଷର ସକରାତ୍ମକ ପ୍ରଭାବ ଉପରେ ଅନୁଭୁତି ବାଂଟିଥିଲେ । ସେମାନଙ୍କ ଅଭିଜ୍ଞତା ମହିଳାମାନଙ୍କର ଆର୍ଥିକ ସ୍ୱାଧୀନତା ଏବଂ ଗୋଷ୍ଠୀ କଲ୍ୟାଣକୁ ବୃଦ୍ଧି କରିବାରେ ଏହି ମଡେଲର ପରିବର୍ତନଶୀ ସମ୍ଭାବନକୁ ରେଖାଙ୍କିତ କରିଛି ।
ନୂତନ କୁକୁଡା ଚାଷ ମଡେଲ ଦ୍ୱାରା ଏକ ଅଭିନବ କୃଷିଜୀବିକା ଢାଂଚା ପ୍ରବର୍ତନ ହୋଇପାରିଛି । ଯାହା ମୃତ୍ୟୁ ହ୍ରାସ କରିବ । ପ୍ରିଡେଟର-ପ୍ରୁଫ୍ ଘର, ଆଜୋଲା ଚାଷ ପୂର୍ବକ ସ୍ଥାୟୀ ଖାଦ୍ୟ ବିକଳ୍ପ ସୃଷ୍ଟି ଏବଂ ଆର୍ଥିକ ସମ୍ବଳର ଉପଲବ୍ଧତା ରହିଛି ଏହି ମଡେଲରେ । ଟୀକା କରଣ ଏବଂ ଜୈବ ସୁରକ୍ଷା ପଦକ୍ଷେପ ଗୁଡିକ ଲାଭ ଦାୟକ ଦେଶୀ ପ୍ରଜାତିର କୁକୁଡା ପାଳନକୁ ସୁରକ୍ଷା ଦେଇଥାଏ । ଏହି ବ୍ୟାପକ ମଡେଲ ଲକ୍ଷପତି ଦିଦି ସରକାରୀ କାର୍ଯ୍ୟକ୍ରମ ସହିତ ଯୋଡି ହୋଇ ରହିଛି, ଯାହା କୃଷକଙ୍କ ଆୟ ଓ ଖାଦ୍ୟ ସୁରକ୍ଷାକୁ ସୁନିଶ୍ଚିତ କରିବ ।
ଓଡିଶାରେ ପରୀକ୍ଷାମୂଳକ ସଫଳତା ପେରେ, “ଟ୍ରାନସଫର୍ମ ରୁରାଲ ଇଂଡିଆ” ସହାହତାରେ ଏହି ମଡେଲ ଆନ୍ଧ୍ର ପ୍ରଦେଶ, ବିହାର, ଛତିଶଗଡ, ଝାଡଖଂଡ, ମଧ୍ୟପ୍ରଦେଶ, ଓଡିଶା ଏବଂ ଉତର ପ୍ରଦେଶରେ କାର୍ଯ୍ୟକାରୀ ହେବ । କ୍ଷୁଦ୍ର ଚାଷୀଙ୍କୁ ସ୍ଥାୟୀ ଜୀବିକା ସୁଯୋଗ ଦେବା ଏହି ମଡେଲର ଏକମାତ୍ର ଲକ୍ଷ୍ୟ ବୋଲି ସୂଚନା ପ୍ରଦାନ କରାଯାଇଥିଲା ।
ଗ୍ରାଉଂଡବ୍ରେକିଂ ସମ୍ମିଳନୀ ରେ ବିଶେଷଜ୍ଞ ପ୍ୟାନେଲିଷ୍ଟମାନେ ସ୍ଥାୟୀ ଜୀବିକା ସୃଷ୍ଟିରେ କର୍ପୋରେଟରମାନଙ୍କର ସହାୟତା ଜରୁରୀ ବୋଲି ମତ ପୋଷଣ କରିଥିଲେ । ଟାଟା ଷ୍ଟିଲ୍‌, ଜେଏସଡବ୍ଲୁ, ୱେଦର ରିସ୍କ ମ୍ୟାନେଜମେଂଟ ସର୍ଭିସେସ ପ୍ରାଇଭେଟ ଲିମିଟେଡର ଉଚ୍ଚପଦସ୍ଥ ଅଧିକାରୀ ଏବଂ ଭାରତ ସରକାରଙ୍କ ଏଫଆରଡି ଏବଂ ଏସସି/ଏସଟି ବିଭାଗର ଅଧିକାରୀମାନେ ସାମିଲ ଥିଲେ । ଏହି ଅଧିକାରୀମାନେ କ୍ଷୁଦ୍ର ଚାଷୀମାନଙ୍କ ଆବଶ୍ୟକତାକୁ ପୂରଣ କରିବା ପାଇଁ ପ୍ରୋତ୍ସୋହନ ଓ ସହଯୋଗ ଦେବା ନିମିତ ମତ ବିନିମୟ କରିଥିଲେ ।
“କର୍ପୋରେଟ ରେସପନସବିଲିଟ ଆଂଡ ସସ୍ଟେନେବଲ ଡେଭଲପନେଂଟ, କାରଗିଲ” ଆଂଚଳିକ ନିର୍ଦେଶକ ଦ୍ୱିପାନ୍ୱିତା ଚକର୍ବର୍ତୀ କହିଲେ ଯେ ହ୍ରାଚିଂ ହୋପ ପ୍ରତିଷ୍ଠାନର ଅଂଶିଦାର ଭାବରେ ତାଙ୍କ ସଂସ୍ଥା ବ୍ୟାପକ ସହାୟତା ଏବଂ ବର୍ଦ୍ଧିତ ବଜାର ପ୍ରବେଶ ମାଧ୍ୟମରେ କ୍ଷୁଦ୍ର ଚାଷୀମାନଙ୍କୁ ସଶକ୍ତ କରିବା ପାଇଁ ପ୍ରତିଶ୍ରତିବଦ୍ଧ ।
ନିୟୁ ବ୍ୟାକୟାର୍ଡ ପୌଲ୍ଟ୍ରି ମଡେଲ କେବଳ ଜୀବିକା ନିବାହକୁ ଉନ୍ନତ କରେ ନାହିଁ ବରଂ ନିରନ୍ତର ପ୍ରୟାସକୁ ପ୍ରୋତ୍ସାହିତ କରେ ଯାହା ଖାଦ୍ୟ ନିରପତା ଏବଂ ଗୋଷ୍ଠି ସ୍ୱାସ୍ଥ୍ୟକୁ ସୁନିଶ୍ଚିତ କରେ ବୋଲି ସେ ମତ ରଖିଥିଲେ ।
“ପାସିଂ ଗିଫ୍ଟ” ର କାର୍ଯ୍ୟନିର୍ବାହି ନିର୍ଦ୍ଦେଶକ ରିନା ସୋନି କହିଲେ ଯେ ଗ୍ରାମୀଣ ସଂପ୍ରଦାୟରେ ଅର୍ଥପୂର୍ଣ୍ଣ ପରିବର୍ତନ ଆଣିବା ପାଇଁ, ସମାନ ଚିନ୍ତାଧାରାର ଅଂଶୀଦାରମାନେ ସଂଯୋଜିତ ହେବା ଜରୁରୀ । ଆବେ ଓଡିଶା ସରକାର ଏବଂ ଘରୋଇ କ୍ଷେତ୍ରକୁଙ୍କୁ ଅନୁରୋଧ କରୁଛୁ ଯେ ସେମାନେ ନବସୃଜନର “ବିୱାଇପି’ ମଡେଲକୁ କାର୍ଯ୍ୟକାରୀ କରନ୍ତୁ । ଏହି ମଡେଲକୁ “ଅମୁଲ” ଭଳି ପରିବର୍ତନଶୀଳ ପଦକ୍ଷେପର ସଫଳତାକୁ ପ୍ରତିଫଳିତ କରିଛି ।
“ବିୱାଇପି” ମଡେଲର ବିସ୍ତାର ପାଇଁ ସରକାରୀ ଏବଂ ବେସରକାରକୀ କ୍ଷେତ୍ରରେ ନିରନ୍ତର ସମର୍ଥନ ଆହ୍ୱାନ କରି ଏହି ସମ୍ମିଳନୀ ଉଦଯାପିତ ହେଲା । ଜଳବାୟୁ ପରିବର୍ତନ ଦ୍ୱାରା ଉତ୍ପାଦକତା ଏବଂ ଖାଦ୍ୟ ସୁରକ୍ଷା ଉପରେ ଅଧିକରୁ ଅଧିକ ପ୍ରଭାବ ପଡୁଥିବାରୁ, ଏହି ମଡେଲ ଗ୍ରାମୀଣ ସଂପ୍ରଦାୟକୁ ଏକ ପରିବର୍ତିତ କୃଷି ପରିଦୃଶ୍ୟରେ ସ୍ଥିତିସ୍ଥାପକତା ସୃଷ୍ଟି କରିବାରେ ଏବଂ ସେମାନଙ୍କ ଜୀବିକା ନିର୍ବାହ କରିବାରେ ସାହାଯ୍ୟ କରିବାରେ ଏକ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିଥାଏ ।