ରାଜଧାନୀରେ ହୁ ହୁ ହୋଇ ବଢ଼ୁଛି ଡେଙ୍ଗୁ

ବୋଲ ମାନୁନି ଡେଙ୍ଗୁ। ରାଜଧାନୀରେ ଗୋଟିଏ ପରେ ଗୋଟିଏ ଅଞ୍ଚଳକୁ ଡେଇଁ ଚାଲିଛି। ପ୍ରଥମେ ଡମଣାରେ ମାଡ଼ିଲା। ତା’ପରେ ନୀଳାଦ୍ରିବିହାର, ଶୈଳଶ୍ରୀବିହାର, ଚନ୍ଦ୍ରଶେଖରପୁର ଦେଇ ଏବେ ୟୁନିଟ୍‌-୮ରେ ପ୍ରବେଶ କଲାଣି। ପୁରୁଣା ଭୁବନେଶ୍ବରରେ ବି ଡେଙ୍ଗୁ ରୋଗୀ ଚିହ୍ନଟ ହେଲେଣି। ଧୀରେ ଧୀରେ ସହରରେ ଡେଙ୍ଗୁ ମାଡ଼ୁଥିଲେ ମଧ୍ୟ ପ୍ରଶାସନ ସତେଯେମିତି ନିରବ ବସିଛି। ନା ସବୁ ଅଞ୍ଚଳରେ ମଶା ଧୂଆଁ ପହଞ୍ଚିଛି, ନା ସଫେଇ ହେଉଛି। କେବେ ବିଏମ୍‌ସିର ବାବୁମାନଙ୍କ କୃପାଦୃଷ୍ଟି ପଡ଼ିବ ଏବଂ ମଶା ତେଲ ସିଞ୍ଚନ ହେବ, ତାହାକୁ ଲୋକେ ଚାହିଁ ରହିଛନ୍ତି। ସ୍ବାସ୍ଥ୍ୟ ବିଭାଗ ଅଧିକାରୀଙ୍କ କଥା ନ କହିବା ଭଲ। ଭୁବନେଶ୍ବରରୁ ପ୍ରତିଦିନ କେତେ ରୋଗୀ ଚିହ୍ନଟ ହେଉଛନ୍ତି, ସେନେଇ କୌଣସି ତଥ୍ୟ ଦେଉନାହାନ୍ତି। ବିଏମ୍‌ସି ଅଧିକାରୀମାନେ ବି ଡେଙ୍ଗୁ ସଂକ୍ରମଣଙ୍କ ତଥ୍ୟ ରଖିବାକୁ ତ ଆଦୌ ଇଚ୍ଛା ପ୍ରକାଶ କରୁନାହାନ୍ତି। ପଚାରିଲେ, ସେହି ଚିରାଚରିତ ଉତ୍ତର, ଆମେ ପଦକ୍ଷେପ ନେଉଛୁ। ଲୋକେ ସଚେତନ ହୁଅନ୍ତୁ।

ରାଜଧାନୀରେ ହୁ ହୁ ହୋଇ ବଢ଼ୁଛି ଡେଙ୍ଗୁ

ଭୁବନେଶ୍ବର : ବୋଲ ମାନୁନି ଡେଙ୍ଗୁ। ରାଜଧାନୀରେ ଗୋଟିଏ ପରେ ଗୋଟିଏ ଅଞ୍ଚଳକୁ ଡେଇଁ ଚାଲିଛି। ପ୍ରଥମେ ଡମଣାରେ ମାଡ଼ିଲା। ତା’ପରେ ନୀଳାଦ୍ରିବିହାର, ଶୈଳଶ୍ରୀବିହାର, ଚନ୍ଦ୍ରଶେଖରପୁର ଦେଇ ଏବେ ୟୁନିଟ୍‌-୮ରେ ପ୍ରବେଶ କଲାଣି। ପୁରୁଣା ଭୁବନେଶ୍ବରରେ ବି ଡେଙ୍ଗୁ ରୋଗୀ ଚିହ୍ନଟ ହେଲେଣି। ଧୀରେ ଧୀରେ ସହରରେ ଡେଙ୍ଗୁ ମାଡ଼ୁଥିଲେ ମଧ୍ୟ ପ୍ରଶାସନ ସତେଯେମିତି ନିରବ ବସିଛି। ନା ସବୁ ଅଞ୍ଚଳରେ ମଶା ଧୂଆଁ ପହଞ୍ଚିଛି, ନା ସଫେଇ ହେଉଛି। କେବେ ବିଏମ୍‌ସିର ବାବୁମାନଙ୍କ କୃପାଦୃଷ୍ଟି ପଡ଼ିବ ଏବଂ ମଶା ତେଲ ସିଞ୍ଚନ ହେବ, ତାହାକୁ ଲୋକେ ଚାହିଁ ରହିଛନ୍ତି। ସ୍ବାସ୍ଥ୍ୟ ବିଭାଗ ଅଧିକାରୀଙ୍କ କଥା ନ କହିବା ଭଲ। ଭୁବନେଶ୍ବରରୁ ପ୍ରତିଦିନ କେତେ ରୋଗୀ ଚିହ୍ନଟ ହେଉଛନ୍ତି, ସେନେଇ କୌଣସି ତଥ୍ୟ ଦେଉନାହାନ୍ତି। ବିଏମ୍‌ସି ଅଧିକାରୀମାନେ ବି ଡେଙ୍ଗୁ ସଂକ୍ରମଣଙ୍କ ତଥ୍ୟ ରଖିବାକୁ ତ ଆଦୌ ଇଚ୍ଛା ପ୍ରକାଶ କରୁନାହାନ୍ତି। ପଚାରିଲେ, ସେହି ଚିରାଚରିତ ଉତ୍ତର, ଆମେ ପଦକ୍ଷେପ ନେଉଛୁ। ଲୋକେ ସଚେତନ ହୁଅନ୍ତୁ।

ଗୁରୁତ୍ବପୂର୍ଣ୍ଣ କଥା ହେଉଛି ଯେ କ୍ୟାପିଟାଲ ହସ୍ପିଟାଲରେ ଡେଙ୍ଗୁ ଚିହ୍ନଟଙ୍କ ସଂଖ୍ୟା ଏବେ ହୁ’ ହୁ’ ହୋଇ ବଢ଼ି ଚାଲିଛି। କେଉଁ ଅଞ୍ଚଳରୁ ଡେଙ୍ଗୁ ସଂକ୍ରମିତ ବାହାରୁଛନ୍ତି, ସେନେଇ ହସ୍ପିଟାଲ କର୍ତ୍ତୃପକ୍ଷଙ୍କ ନିକଟରେ ଖବର ନାହିଁ। ମାତ୍ର ଗତ କିଛି ଦିନ ମଧ୍ୟରେ ହସ୍ପିଟାଲରେ ଡେଙ୍ଗୁ ଚିହ୍ନଟଙ୍କ ସଂଖ୍ୟା ବଢ଼ି ଶହେ ପାର୍‌ ହୋଇଗଲାଣି। ମାସେ ଭିତରେ ପରୀକ୍ଷା ହୋଇଥିବା ନମୁନାଗୁଡ଼ିକ ମଧ୍ୟରୁ ୧୨୫ଜଣ ଡେଙ୍ଗୁ ରୋଗୀ ଚିହ୍ନଟ ହୋଇଥିବା ହସ୍ପିଟାଲ କର୍ତୃପକ୍ଷ ସୂଚନା ଦେଇଛନ୍ତି। ଏଥିସହ ଆଜି ଜଣେ ଗୁରୁତର ରୋଗୀ ହସ୍ପିଟାଲର ଡ‌େଙ୍ଗୁ ୱାର୍ଡରେ ଭର୍ତ୍ତି ହୋଇଛନ୍ତି। ସମ୍ପୃକ୍ତ ରୋଗୀଙ୍କ ସ୍ବାସ୍ଥ୍ୟାବସ୍ଥା ସ୍ଥିର ରହିଛି। ଡାକ୍ତରମାନେ ତାଙ୍କ ଚିକିତ୍ସା କରୁଛନ୍ତି।