ନାଲକୋ ଛକ ନ୍ୟୁଜ ପେପର ହକର୍ସ ୟୁନିୟନର ବାର୍ଷିକ ଉତ୍ସବ : Ommtv

ନାଲକୋ ଛକ ନ୍ୟୁଜ ପେପର ହକର୍ସ ୟୁନିୟନର ବାର୍ଷିକ ଉତ୍ସବ : Ommtv

ନାଲକୋ ଛକ ନ୍ୟୁଜ ପେପର ହକର୍ସ ୟୁନିୟନର ବାର୍ଷିକ ଉତ୍ସବ : Ommtv

ନାଲକୋ ଛକ ନ୍ୟୁଜ ପେପର ହକର୍ସ ୟୁନିୟନର ବାର୍ଷିକ ଉତ୍ସବ : Ommtv
ନାଲକୋ ଛକ ନ୍ୟୁଜ ପେପର ୟୁନିୟନର ପ୍ରଥମ ବାର୍ଷିକ
ଉତ୍ସବ ଶୈଳଶ୍ରୀ ବିହାର ଫେଜ-୨ ସ୍ଥିତ କମୁନିଟି ସେଣ୍ଟର ପରିସରରେ ଅନୁଷ୍ଠିତ
ହୋଇଯାଇଛି । ଉକ୍ତ ଉତ୍ସବରେ ମୁଖ୍ୟ ଅତିଥି ଭାବେ ପ୍ରମେୟ ଖବର କାଗଜର
ଡିଜିଏମ ଗଜେନ୍ଦ୍ର ଦାସ ଯୋଗଦେଇ କହିଥିଲେ ବର୍ତ୍ତମାନ ଟିଭି ଉ ସୋସିଆଲ୍‌
ମିଡିଆ ବଢିଥିଲେ ମଧ୍ୟ ଖବର କାଗଜ ସବୁବେଳେ ଲୋକମାନଙ୍କର ପ୍ରିୟ ଭାଜନ
ହୋଇ ରହିଛି ଓ ଆଗାମୀ ଦିନରେ ରହିବ । ଖରା, ବର୍ଷା, ଶୀତ ଓ ମହାମାରୀ ସମୟରେ
ହକର ଭାଇମାନେ ନିଜ ଜୀବନକୁ ବାଜି ଲଗାଇ ଲୋକମାନଙ୍କ ପାଖରେ ଖବର କାଗଜ
ପହଞ୍ଚାଉଛନ୍ତି । ଲୋକମାନେ ଘରେ ବସି ଦେଶ, ବିଦେଶ ଓ ନିଜ ଅଞ୍ଚଳର ଖବର
ପଢିପାରୁଛନ୍ତି । ପ୍ରକୃତରେ ହକର ମାନେ ହେଉଛନ୍ତି ଖବର ପ୍ରସାରଣର ମୁଖ୍ୟ
କର୍ଣ୍ଣଧାର । ସେମାନଙ୍କୁ ଯେତେ ପ୍ରଶଂସା କଲେ ମଧ୍ୟ କମ୍ ପଡିବ । ସମ୍ମାନିତ ଅତିଥି
ଭାବେ ୭ ନମ୍ବର ଓାର୍ଡର କର୍ପୋରେଟର ଯଶୋଧାରା ପ୍ରଧାନ, ସମ୍ବାଦର ଚିଫ୍‌
ରିପୋଟର ଚୌଧୁରୀ ଅମିତାଭ ଦାସ, ଧରିତ୍ରୀର ପ୍ରସାରଣ ମ୍ୟାନେଜର ବିଜୟ ଧଳ
ପ୍ରମୁଖ ଯୋଗଦେଇ ହକର୍ସ ମାନଙ୍କର କାର୍ଯ୍ୟକୁ ପ୍ରଶଂସା କରିବା ସହିତ ସେମାନଙ୍କର ଓ
ପରିବାରର ମଙ୍ଗଳ କାମନା କରିଥିଲେ । ୟୁନିୟନର ସାଧାରଣ ସମ୍ପାଦକ ଅରୁଣ
କୁମାର ଦେ ସମ୍ପାଦକୀୟ ବିବରଣୀ ପାଠ କରିଥିଲେ । ସେ ଅଭିଭାଷଣ ରଖି କହିଥିଲେ
ୟୁନିୟନକୁ ପଞ୍ଜିକରଣ କରିବା ପାଇଁ ଆମକୁ ବହୁତ କଷ୍ଟ କରିବାକୁ
ପଡିଥିଲା । ଶ୍ରମ ବିଭାଗ ଏହାକୁ ଅନୁମୋଦନ ଦେବାପରେ ସରକାରୀ ସୀକୃତି
ମିଳିଥିଲା । ତେଣୁ ରାଜ୍ୟ ସରକାରଙ୍କ ବିଭାଗୀୟ କର୍ମଚାରୀଙ୍କୁ ୟୁନିୟନ ପକ୍ଷରୁ
କୃତଜ୍ଞତା ଜ୍ଞାପନ କରୁଛି । ଏଥି ସହିତ ହକର୍ସ ମାନଙ୍କର ତିନୋଟି ଦାବି ଯଥା
ହକର୍ସ ମାନଙ୍କୁ ରାଶନ କାର୍ଡ ଓ ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ କାର୍ଡ ଯୋଗାଇ
ଦିଆଯାଊ । ଏବଂ ୟୁନିୟନ ପାଇଁ ଜାଗା କିମ୍ବା ଘର ଯୋଗାଇ ଦିଆଯାଉ
ବୋଲି ଦାବି ଉପସ୍ଥାପନ କରିଥିଲେ । ସାମ୍ବାଦିକ ସୁକାନ୍ତ ରାଉତ ସଭାକାର୍ଯ୍ୟ
ପରିଚାଳନା କରିଥିଲେ । ୟୁନିୟନର ସଭାପତି ନବକିଶୋର ପରିଡା ସମସ୍ତଙ୍କୁ
ଧନ୍ୟବାଦ ଅର୍ପଣ କରିଥିଲେ । ଏହି ଅବସରରେ ବିଭିନ୍ନ ସାଂସ୍କୃତିକ କାର୍ଯ୍ୟକ୍ରମ
ଅନୁଷ୍ଠିତ ହୋଇଥିଲା । ୟୁନିୟନର ସମସ୍ତ କର୍ମକର୍ତ୍ତା ଓ ସଦସ୍ୟ ଉପସ୍ଥିତ ରହି ସାହାର୍ଯ୍ୟ
ସହଯୋଗ କରିଥିଲେ ।