ଦ୍ୱିତୀୟ ଶ୍ରୀକ୍ଷେତ୍ର ରେ ଲକ୍ଷାଧିକ ଭକ୍ତ ଶ୍ରୀମନ୍ଦିର ନିକଟରେ ପହଚିଂଲା ତାଳଧ୍ୱଜ : ଓମଟିଭି

ଓଡିଶାର ଦ୍ୱିତୀୟ ଶ୍ରୀ କ୍ଷେତ୍ର ଭାବେ ପରିଚିତ ରଣପୁର ବାହୁଡା ଯାତ୍ରାରେ ଆଜି ଅନୁକୂଳ ପାଗ ଯୋଗୁ ଲକ୍ଷାଧିକ ଜନସମାଗମ ହୋଇଥିବା ଦେଖିବାକୁ ମିଳିଛି । ସକାଳୁ ରଣପୁର ରେ ଝିପିଝିପି ବର୍ଷା ଲାଗିରହିଥିଲା । କିନ୍ତୁ ଦିନ ୮ ଟା ପରେ ଖରା ହୋଇଥିବାରୁ ଭକ୍ତ ମହଲରେ ଆନନ୍ଦ ଖେଳିଯାଇଥିଲା । ବଳଭଦ୍ର ଙ୍କର ତାଳଧ୍ୱଜ ରଥ ଶ୍ରୀମନ୍ଦିର ନିକଟରେ ପହଚିଂଥିଲା ବେଳେ ଶୁଭଦ୍ର ଙ୍କ ଦେବଦୋଳନ ସନ୍ଧ୍ୟା ହୋଇଯିବାରୁ ମଝିଦାଣ୍ଡରେ ଅଟକି ରହିଛି ।

ଦ୍ୱିତୀୟ ଶ୍ରୀକ୍ଷେତ୍ର ରେ ଲକ୍ଷାଧିକ ଭକ୍ତ ଶ୍ରୀମନ୍ଦିର ନିକଟରେ ପହଚିଂଲା ତାଳଧ୍ୱଜ : ଓମଟିଭି

ଦ୍ୱିତୀୟ ଶ୍ରୀକ୍ଷେତ୍ର ରେ ଲକ୍ଷାଧିକ ଭକ୍ତ
ଶ୍ରୀମନ୍ଦିର ନିକଟରେ ପହଚିଂଲା ତାଳଧ୍ୱଜ : ଓମଟିଭି

ରଣପୁର ୯/୭(ଓମ) ; ଓଡିଶାର ଦ୍ୱିତୀୟ ଶ୍ରୀ କ୍ଷେତ୍ର ଭାବେ ପରିଚିତ ରଣପୁର
ବାହୁଡା ଯାତ୍ରାରେ ଆଜି ଅନୁକୂଳ ପାଗ ଯୋଗୁ ଲକ୍ଷାଧିକ ଜନସମାଗମ
ହୋଇଥିବା ଦେଖିବାକୁ ମିଳିଛି । ସକାଳୁ ରଣପୁର ରେ ଝିପିଝିପି ବର୍ଷା
ଲାଗିରହିଥିଲା । କିନ୍ତୁ ଦିନ ୮ ଟା ପରେ ଖରା ହୋଇଥିବାରୁ ଭକ୍ତ ମହଲରେ ଆନନ୍ଦ
ଖେଳିଯାଇଥିଲା । ବଳଭଦ୍ର ଙ୍କର ତାଳଧ୍ୱଜ ରଥ ଶ୍ରୀମନ୍ଦିର ନିକଟରେ ପହଚିଂଥିଲା
ବେଳେ ଶୁଭଦ୍ର ଙ୍କ ଦେବଦୋଳନ ସନ୍ଧ୍ୟା ହୋଇଯିବାରୁ ମଝିଦାଣ୍ଡରେ ଅଟକି
ରହିଛି ।
ଗତକାଲି ସଂନ୍ଧ୍ୟାରେ ଆଡପ ମଣ୍ଡପରେ ଶ୍ରୀ ଜୀଉଙ୍କର ନବମୀ ନୀତୀ
ସମାପନ୍ନ କରାଯାଇଥିଲା । ଆଜି ସକାଳୁ ଅବକାଶ, ବଲ୍ଲଭ ସହ ଅନ୍ୟାନ୍ୟ
ନୀତିକାନ୍ତି ସମାପନ ହୋଇଥିଲା । ଦିନ ୯.୩୦ ରେ ପହଣ୍ଡି ପାଇଁ ପ୍ରଶାସନ ନିଷ୍ପତି
ନେଇଥିବାବେଳେ ଏଥିରେ ବ୍ୟତିକ୍ରମ ଦେଖାଦେଇଥିଲା । ଦିନ ୧୨ଟା ପରେ ଶ୍ରୀଜିଉ
ପହଣ୍ଡି ହୋଇଥିଲା । ପ୍ରଥମେ ସୁଦର୍ଶନ ପହଣ୍ଡି କରାଯାଇଥିଲା । ପରେ ତିନି
ଠାକୁରଙ୍କୁ ଧାଡି ପହଣ୍ଡିରେ ରଥା ରୁଢ କରାଯାଇଥିଲା । ରଣପୁରରେ ଅନୁକୂଳ
ପାଗ ଯୋଗୁଁ ଆଜି ମହାପ୍ରଭୁଙ୍କ ବାହୁଡା ଯାତ୍ରା ଦେଖିବା ପାଇଁ ଭକ୍ତ
ସୁଅ ଛୁଟିଥିଲା । । ତିନି ଠାକୁର ରଥା ରୂଢ ପରେ ଅପରାହ୍ନ ୩ ଟାରେ ଏକ
ବର୍ଣ୍ଣାଢ୍ୟ ପରିବେଶରେ ରଣପୁର ରାଜା ଦିଲ୍ଲିପ ଚନ୍ଦ୍ର ସିଂଦେଓ ତିନି ରଥକୁ
ଛେରା ପହଁରା କରିବା ପାଇଁ ରାଜବାଟିରୁ ବିମାନ ରେ ବାହାରିଥିଲେ । ୩ ରଥ ର
ଛେରାପହଁରା ପରେ ପ୍ରଥମେ ବଳଭଦ୍ର ଙ୍କ ରଥ ଟଣାଯାଇଥିଲା । ଅପରାହ୍ନ ୫ ଟାରେ
ବଳଭଦ୍ର ଙ୍କ ରଥ ଶ୍ରୀମନ୍ଦିର ସମ୍ମୁଖରେ ପହଚିଂଥିଲା । ପରେ ସୁଭଦ୍ରା ଙ୍କ ରଥ କୁ ମହିଳା
ମାନେ ଟାଣିଥିଲେ । କିନ୍ତୁ ସନ୍ଧ୍ୟା ହୋଇଯାଇଥିବାରୁ ମଝିଦାଣ୍ଡରେ ଅଟକିଥିଲା
 । ରବିବାର ବଡଏକାଦଶି ଥିବାରୁ ରଥ ଟଣାଯିବ ନାହିଁ । ସୋମବାର ଜଗନ୍ନାଥ
ଙ୍କ ନନ୍ଦିଘୋଷ ଓ ସୁଭଦ୍ରା ଙ୍କ ଦେବଦୋଳନ ଟଣାଯିବ ବୋଲି ପ୍ରଶାସନ ନିଷ୍ପତି
ନେଇଛି । ଆଜି ରଥ ଟଣାରେ ବିଧାୟକ ସତ୍ୟନାରାୟଣ ପ୍ରଧାନ ,ପୂର୍ବତନ
ବିଧାୟକ ରବିନାରାୟଣ ମହାପାତ୍ର, ନୟାଗଡ ଜିଲ୍ଲାପରିଷଦ ଅଧକ୍ଷ ଦେବାଶିଷ୍‌

ପଟନାୟକ, ତହସିଲାଦାର ଅଶୋକ ପଟନାୟକ , ପୂର୍ବତନ ସମିତି ଅଧକ୍ଷ ଦେବାଶିଷ
ପଟ୍ଟନାୟକ , ରାଜା ମହାନ୍ତି , ଆଇଆଇସି ଜୋତିପ୍ରକାଶ ପଣ୍ଡା , ରଥ ଯାତ୍ରା
ରେ ବିସି ହାଇସ୍କୁଲର ସ୍କାଉଟ୍ ଛାତ୍ର ଛାତ୍ରୀ ମାନେ ଶାନ୍ତିଶୃଙ୍ଖଳାରେ ସହଯାଗ
କରିଥିବା ବେଳେ ଛାତ୍ରୀ ମାନେ ପଣା ବଟଂନ କରିଥିଲେ । (ରିପୋର୍ଟ: ଅଭିଜିତ)