ରକ୍ତଦାନ ଶିବିର ସହ ଉଦଘାଟିତ ହେଲା ବିଜୁ ଜନତା ଦଳର ରୌପ୍ୟଜୟନ୍ତୀ ପାଳନ କାର୍ଯ୍ୟକ୍ରମ : ଓମଟିଭି

ବିଜୁ ଜନତା ଦଳର ୨୫ ବର୍ଷ ପୂର୍ତ୍ତି ଅବସରରେ ମାନ୍ୟବର ମୁଖ୍ୟମନ୍ତ୍ରୀଙ୍କ ନିର୍ଦ୍ଦେଶ କ୍ରମେ ସମଗ୍ର ଓଡ଼ିଶାରେ ବିଜୁ ଛାତ୍ର- ଯୁବ ଜନତା ଦଳ ପକ୍ଷରୁ ୨୫୦୦୦ ୟୁନିଟ୍ ରକ୍ତ ସଂଗ୍ରହ କରିବାର ଏକ ବିଶାଳ କାର୍ଯ୍ୟକ୍ରମ ସ୍ଥିର କରାଯାଇଛି । ଏହି ପରିପ୍ରେକ୍ଷୀରେ ଆଜି ବିଜୁ ଛାତ୍ର ଜନତା ଦଳ ପକ୍ଷରୁ ବିଜୁ ଜନତା ଦଳର ରାଜ୍ୟ ସଭାପତି ଶ୍ରୀ ଦେବୀ ରଞ୍ଜନ ତ୍ରିପାଠୀଙ୍କ ନେତୃତ୍ୱରେ କଟକ ସ୍ଥିତ ବାରବାଟୀ କ୍ଳବ୍ ହାଉସ୍ ପରିସରରେ ଏକ ସ୍ଵେଚ୍ଛାକୃତ ରକ୍ତଦାନ ଶିବିର ଆୟୋଜନ କରାଯାଇଥିଲା।

ରକ୍ତଦାନ ଶିବିର ସହ ଉଦଘାଟିତ ହେଲା ବିଜୁ ଜନତା ଦଳର ରୌପ୍ୟଜୟନ୍ତୀ ପାଳନ କାର୍ଯ୍ୟକ୍ରମ : ଓମଟିଭି

ରକ୍ତଦାନ ଶିବିର ସହ ଉଦଘାଟିତ ହେଲା ବିଜୁ ଜନତା ଦଳର ରୌପ୍ୟଜୟନ୍ତୀ ପାଳନ କାର୍ଯ୍ୟକ୍ରମ : ଓମଟିଭି

ବିଜୁ ଜନତା ଦଳର ୨୫ ବର୍ଷର ଜୟଯାତ୍ରା କୁ ନେଇ ପାଳନ ହେବାକୁ ଥିବା ରୌପ୍ୟଜୟନ୍ତୀ ଅବସରରେ  ବିଜୁ ଛାତ୍ର ଜନତା ଦଳ ପକ୍ଷରୁ ରକ୍ତଦାନ ଶିବିର ଆୟୋଜିତ।

ବିଜୁ ଜନତା ଦଳର ୨୫ ବର୍ଷ ପୂର୍ତ୍ତି ଅବସରରେ ମାନ୍ୟବର ମୁଖ୍ୟମନ୍ତ୍ରୀଙ୍କ ନିର୍ଦ୍ଦେଶ କ୍ରମେ ସମଗ୍ର ଓଡ଼ିଶାରେ ବିଜୁ ଛାତ୍ର- ଯୁବ ଜନତା ଦଳ ପକ୍ଷରୁ ୨୫୦୦୦ ୟୁନିଟ୍ ରକ୍ତ ସଂଗ୍ରହ କରିବାର ଏକ ବିଶାଳ କାର୍ଯ୍ୟକ୍ରମ ସ୍ଥିର କରାଯାଇଛି । ଏହି ପରିପ୍ରେକ୍ଷୀରେ ଆଜି ବିଜୁ ଛାତ୍ର ଜନତା ଦଳ ପକ୍ଷରୁ ବିଜୁ ଜନତା ଦଳର ରାଜ୍ୟ ସଭାପତି ଶ୍ରୀ ଦେବୀ ରଞ୍ଜନ ତ୍ରିପାଠୀଙ୍କ ନେତୃତ୍ୱରେ କଟକ ସ୍ଥିତ ବାରବାଟୀ କ୍ଳବ୍ ହାଉସ୍ ପରିସରରେ ଏକ ସ୍ଵେଚ୍ଛାକୃତ ରକ୍ତଦାନ ଶିବିର ଆୟୋଜନ କରାଯାଇଥିଲା।
ଏହି ରକ୍ତଦାନ ଶିବିର ରେ ବିଜୁ ଛାତ୍ର ଜନତା ଦଳ ତରଫରୁ ୩୫୦ ୟୁନିଟ୍ ରକ୍ତ ସଂଗ୍ରହ କରାଯାଇଛି। ଏହି କାର୍ଯ୍ୟକ୍ରମକୁ ବିଜୁ ଜନତା ଦଳର ସାଙ୍ଗଠନିକ ସମ୍ପାଦକ ଶ୍ରୀ ପ୍ରଣବ ପ୍ରକାଶ ଦାସଙ୍କ ଉଦ୍ଘାଟନ କରିଥିଲେ।ତତ୍ ସହିତ ଏହି ପରିପ୍ରେକ୍ଷୀରେ ବିଜୁ ଜନତା ଦଳର ସାଧାରଣ ସମ୍ପାଦକ (ଯୁବ- ଛାତ୍ର) ବ୍ୟାପାର ଶ୍ରୀ ପ୍ରଣବ ବଳବନ୍ତରାୟ, ମାନ୍ୟବର ମନ୍ତ୍ରୀ ରଣେନ୍ଦ୍ର ପ୍ରତାପ ସ୍ଵାଇଁ, ବିଜୁ ଜନତା ଦଳର କଟକ ଜିଲ୍ଲା ସଭାପତି ଦେବାଶିଷ ସାମନ୍ତରାୟ, ସାଲେପୁରର ମାନ୍ୟବର ବିଧାୟକ ପ୍ରଶାନ୍ତ ବେହେରା, କଟକ ଚୌଦ୍ଵାର ମାନ୍ୟବର ବିଧାୟକ ସୈାଭିକ ବିଶ୍ଵାଳ, କଟକ ମେୟର ସୁଭାଷ ସିଂ, ଓଡ଼ିଶା ମୋ ପରିବାର ଆବାହକ ଅରୂପ ପଟ୍ଟନାୟକ, ସହ ଆବାହକ ରୁଦ୍ର ସାମନ୍ତରାୟ, କଟକ ଜିଲ୍ଲା ଜୀବନ ବିନ୍ଦୁ ସଂଯୋଜକ ରଞ୍ଜନ ବିଶ୍ଵାଳ, ବିଜୁ ଜନତା ଦଳର ରାଜ୍ୟ ସାଧାରଣ ସମ୍ପାଦକ ଅରିନ୍ଦମ ରାୟ, ବିଜୁ ଜନତା ଦଳର ଯୁଗ୍ମ ସମ୍ପାଦକ ଜ୍ଞାନେଦ୍ର ଗିରି ଗୋସ୍ୱାମୀ ସହ ବିଜୁ ଜନତା ଦଳର ବହୁ ପ୍ରମୁଖ କର୍ମକର୍ତ୍ତା ଏବଂ ବରିଷ୍ଠ ପଦାଧିକାରୀମାନେ ମୁଖ୍ୟ ଅତିଥି ରୂପେ ଯୋଗଦାନ କରିଥିଲେ।ଏହି ଅବସରରେ ଶ୍ରୀ ତ୍ରିପାଠୀ ନିଜ ପ୍ରତିକ୍ରିୟାରେ କହିଛନ୍ତି ଯେ ବିଜୁ ଜନତା ଦଳର ୨୫ ବର୍ଷ ପୂର୍ତ୍ତି ନିମନ୍ତେ ଆଗାମୀ ଦିନରେ ବିଜୁ ଛାତ୍ର ଜନତା ଦଳ ଅନେକ ସାମାଜିକ କାର୍ଯ୍ୟକ୍ରମ ଆୟୋଜନ କରିବା ସହ ସମଗ୍ର ଓଡ଼ିଶାରେ ଜୀବନ ବିନ୍ଦୁ କାର୍ଯ୍ୟକ୍ରମକୁ ତ୍ଵରାନିତ କରିବା ଦିଗରେ କାର୍ଯ୍ୟ କରିବ। ଏହା ସହ ମାନ୍ୟବର ମୁଖ୍ୟମନ୍ତ୍ରୀ ଙ୍କ ନିର୍ଦେଶ କ୍ରମେ ସମଗ୍ର ଓଡ଼ିଶାରେ ବିଜୁ ଛାତ୍ର- ଯୁବ ଜନତା ଦଳ ପକ୍ଷରୁ ୨୫୦୦୦ ୟୁନିଟ୍ ରକ୍ତ ସଂଗ୍ରହ କରିବାର ଯେଉଁ ଗୁରୁଦ୍ୱାୟିତ୍ଵ ଆମ ଉପରେ ନ୍ୟସ୍ତ କରାଯାଇଛି ତାହା କିପରି ସୁଚାରୁ ରୁପେ ସଫଳତାର ସହିତ ଆୟୋଜନ କରାଯାଇପାରିବ ଏଥିନିମନ୍ତେ ବିଜୁ ଛାତ୍ର ଜନତା ଦଳର ପ୍ରତେକ କର୍ମକର୍ତ୍ତା କାର୍ଯ୍ୟରତ ରହିବେ ବୋଲି ମୋର ଦୃଢ ଆଶା ଓ ବିଶ୍ବାସ ରହିଛି। ବିଜୁ ଜନତା ଦଳର ୨୫ ବର୍ଷର ଜୟଯାତ୍ରାକୁ ପାଥେୟ କରି ରୋପ୍ୟଜୟନ୍ତୀ ପାଳନ କରିବା ନିମନ୍ତେ ବିଜୁ ଛାତ୍ର ଜନତା ଦଳର ସମସ୍ତ କର୍ମକର୍ତ୍ତା ଖୁବ୍ ଉତ୍ସାହିତ ଅଛନ୍ତି। ଏହି କାର୍ଯ୍ୟକ୍ରମକୁ ବିଜୁ ଛାତ୍ର ଜନତା ଦଳର କଟକ ଜିଲ୍ଲା ସଭାପତି ଆସିଫ୍ ଅମିନ, କଟକ ସିଟି ସଭାପତି ସଞ୍ଜୟ ପଟ୍ଟନାୟକ, କଟକ ଜୋନ୍ ସଭାପତି ସ୍ମୃତି ରଞ୍ଜନ ଦାସ, ରାଜ୍ୟ ସାଧାରଣ ସଂପାଦକଙ୍କ ସନ୍ତୋଷ ମହାପାତ୍ର, ସମ୍ବିତ ବେହେରା ଏବଂ ଛାତ୍ର ନେତା ଶୋଭନ ମହାନ୍ତି ପ୍ରମୁଖ ପରିଚାଳନା କରିଥିଲେ।ଏହି ଅବସରରେ ବିଜୁ ଛାତ୍ର ଜନତା ଦଳର ରାଜ୍ୟ ବରିଷ୍ଠ ଉପସଭାପତି ଅଜିତ୍ ବେହେରା, ବିଶ୍ଵ ପ୍ରତାପ ସାହୁ, ରାଜ୍ୟ ଉପସଭାପତି ପ୍ରଦୋଷ ପରିଡ଼ା, ଅପୂର୍ବା ଅପରୂପା, ଭବାନୀ ଶଙ୍କର ଦାସ, ରାଜ୍ୟ ସାଧାରଣ ସମ୍ପାଦକ ସୁଜିତ୍ ପାଲଟା ସିଂ, ଅଭିଷେକ ବେହେରା,ଦେବାଶିଷ ସ୍ୱାଇଁ, ସୁଭାଙ୍ଗି ରାୟ, ପ୍ରୀତି ପ୍ରିୟଙ୍କା, ସଞ୍ଜୀବ ପୃଷ୍ଟି, ଅଭିନାଶ ମହାନ୍ତି, ରାଜ୍ୟ ସମ୍ପାଦକ ରଞ୍ଜିତ ଦାସ, ସୁମନ ବେହେରା,ସମ୍ବିତ ଶ୍ରୀଚନ୍ଦନ,ଚନ୍ଦ୍ରକାନ୍ତ ସାହୁ, ଶଶିକାନ୍ତ ମିଶ୍ର, ସୁଚିଶ୍ମିତା ବେହେରା, ରାଜ୍ୟ ଯୁଗ୍ମ ସମ୍ପାଦକ ଆଶଶ୍ରୀ ସାହୁ,ସୁପ୍ରୀତି ନାଥ ଶର୍ମା , କଟକ ବାରବାଟୀ ସଭାପତି ଜଗନ୍ନାଥ ମହାରଣା ସମେତ ବିଜୁ ଛାତ୍ର ଜନତା ଦଳର ବହୁ କର୍ମକର୍ତ୍ତା ପ୍ରମୁଖ ଉପସ୍ଥିତ ଥିଲେ।