ସରସ୍ବତୀ  ଶିଶୁ  ବିଦ୍ୟାଳୟ ପଟିଆ : Ommtv

ସରସ୍ବତୀ  ଶିଶୁ  ବିଦ୍ୟାଳୟ ପଟିଆ : Ommtv

ସରସ୍ବତୀ  ଶିଶୁ  ବିଦ୍ୟାଳୟ  ପଟିଆ : Ommtv

ସରସ୍ବତୀ  ଶିଶୁ  ବିଦ୍ୟାଳୟ , ପଟିଆ : Ommtv

OMM TV ଶୁକ୍ରବାର ଦିନ ପଶ୍ଚିମା ଝଡ ର ପ୍ରବଳ ତାଣ୍ଡବ ସତ୍ତ୍ବେ ସରସ୍ବତୀ ଶିଶୁ ବିଦ୍ୟାଳୟ ,ପଟିଆ ର ଶିଶୁ ମାନଙ୍କ ଅକ୍ଳାନ୍ତ ପରିଶ୍ରମ ,ଗୁରୁଜୀ / ଗୁରୁମା ମାନଙ୍କ ପ୍ରଚେଷ୍ଟା , ସମସ୍ତ ଅଭିଭାବକ/ ଅଭିଭାବିକା ମାନଙ୍କ ଅସୀମ ଧର୍ଯ୍ୟ ଓ ସମର୍ଥନ ଏବଂ ମା ଶାରଦା ଙ୍କ ଅପାର କରୁଣା ରୁ ବିଦ୍ୟାଳୟ ର ୨୩ ତମ ବାର୍ଷିକ ଉତ୍ସବ ମହାସମାରୋହ ରେ ପାଳିତ ହୋଇଯାଇଛି ।ଏହି ଉତ୍ସବ ରେ ଡଃ ବିଶ୍ଵମୋହନ ପଟ୍ଟନାୟକ ( ପ୍ରାଧ୍ୟାପକ ,ସଂସ୍କୃତ ବିଶ୍ଵବିଦ୍ୟାଳୟ ,ରାଞ୍ଚି) ମୁଖ୍ୟ ଅତିଥି , ଶ୍ରୀଯୁକ୍ତ ଭବାନି ଶଙ୍କର ମହାପାତ୍ର (ବରିଷ୍ଠ ସାମ୍ବାଦିକ, ଓ ଟିଭି ନିଉଜ ) ଓ ଶ୍ରୀଯୁକ୍ତ ସୋମେଶ ମହାନ୍ତି ( ଓଡିଆ ଚଳଚିତ୍ର ଅଭିନେତା ) ସମ୍ମାନୀୟ ଅତିଥି ଭାବେ ଯୋଗ ଦେଇ ଶିଶୁ ମାନଙ୍କ ମାର୍ଗଦର୍ଶନ କରିଥିଲେ ।ବିଦ୍ୟାଳୟ ର ପ୍ରଧାନ ଆଚାର୍ଯ୍ୟ ଶ୍ରୀଯୁକ୍ତ ରାଜେଶ କୁମାର ପାଣି ବାର୍ଷିକ ବିବରଣୀ ପାଠ କରିବା ସହିତ ଶିଶୁ ମାନ ଙ୍କ ଚରିତ୍ର ଗଠନ ,ଦେଶଭକ୍ତି ଉପରେ ଆଲୋକପାତ କରିଥିଲେ । ସମାଜ ର ବିଭିନ୍ନ କ୍ଷେତ୍ର ରେ ସୁନାମ ଅର୍ଜନ କରିଥିବା ବ୍ୟକ୍ତି ବିଶେଷ ଙ୍କୁ ଜ୍ୟୋତି ଶିକ୍ଷା ସାରଥି ସମ୍ମାନ _୨୦୨୩ ରେ ସମ୍ମାନୀତ କରାଯାଇଥିଲା ଓ କୃତୀ ଛାତ୍ରୀଛାତ୍ରଙ୍କୁ ପୁରସ୍କୃତ କରାଯାଇଥିଲା ।ପରିଶେଷ ରେ ବିଦ୍ୟାଳୟ ର ଶିଶୁ ମାନଙ୍କ ଦ୍ବାରା ସାଂସ୍କୃତିକ କାର୍ଯ୍ୟକ୍ରମ 'ଲରା' ପରିବେଶଣ କରାଯାଇଥିଲା । ବିଦ୍ୟାଳୟ ର ଗୁରୁଜୀ ସନ୍ତାଷ କୁମାର ତ୍ରିପାଠୀ ଅତିଥି ପରିଚୟ ପ୍ରଦାନ କରିବା ସହିତ ମଞ୍ଚ ପରିଚାଳନା କରିଥିଲେ ଓ ବିଦ୍ୟାଳୟ ର ସହ ପ୍ରଧାନ ଆଚାର୍ଯ୍ୟ ଦିଲ୍ଲୀପ କୁମାର ବେହେରା ଧନ୍ୟବାଦ ଅର୍ପଣ କରିଥିଲେ । ବିଦ୍ୟାଳୟ ର ସମସ୍ତ ଗୁରୁଜୀ / ଗୁରୁମା ଙ୍କ ସମ୍ପୂର୍ଣ୍ଣ ସହଯୋଗ ରେ ଉତ୍ସବ ଟି ସଫଳ ଭାବେ ଅନୁଷ୍ଠିତ ହୋଇଥିଲା । #Ommtv #Omtv #Kalingacinearts #NBPS #SVMSchool #SVM #Saraswotisisuvidyamandirpatia