୧୦୦ ଶଯ୍ୟା ଛାତ୍ରୀ ନିବାସର ଭୂମି ପୂଜନ : ଓମଟିଭି

ଉପ-ବାଚସ୍ପତି ରଜନୀକାନ୍ତ ସିଂହଙ୍କ କରକମଳରେ ୨କୋଟି ୩୮ଲକ୍ଷ ବ୍ୟୟ ଅଟକଳରେ ୧୦୦ ଶଯ୍ୟା ଛାତ୍ରୀ ନିବାସ ଓ ୧କୋଟି ୪୨ଲକ୍ଷ ବ୍ୟୟ ଅଟକଳରେ ଆଦର୍ଶ ବିଦ୍ୟାଳୟ ମୋଡିଫିକେସନର ଭୂମି ପୂଜନ 

୧୦୦ ଶଯ୍ୟା ଛାତ୍ରୀ ନିବାସର ଭୂମି ପୂଜନ : ଓମଟିଭି

୧୦୦ ଶଯ୍ୟା ଛାତ୍ରୀ ନିବାସର ଭୂମି ପୂଜନ : ଓମଟିଭି

(ରିପୋର୍ଟ : ‌ଜିତେନ୍ ସାହୁ) : ଉପ-ବାଚସ୍ପତି ରଜନୀକାନ୍ତ ସିଂହଙ୍କ କରକମଳରେ ୨କୋଟି ୩୮ଲକ୍ଷ ବ୍ୟୟ ଅଟକଳରେ ୧୦୦ ଶଯ୍ୟା ଛାତ୍ରୀ ନିବାସ ଓ ୧କୋଟି ୪୨ଲକ୍ଷ ବ୍ୟୟ ଅଟକଳରେ ଆଦର୍ଶ ବିଦ୍ୟାଳୟ ମୋଡିଫିକେସନର ଭୂମି ପୂଜନ

ଅନୁଗୋଳ ନିର୍ବାଚନ ମଣ୍ଡଳୀ ଅନୁଗୋଳ ବ୍ଲକ ଅନ୍ତର୍ଗତ ଅଙ୍ଗାରବନ୍ଧ ପଞ୍ଚାୟତ ଖଣ୍ଡହତା ଠାରେ ଓଡିଶା ଆଦର୍ଶ ବିଦ୍ୟାଳୟ ଯୋଜନା୨କୋଟି ୩୮ଲକ୍ଷ ବ୍ୟୟ ଅଟକଳରେ ୧୦୦ ଶଯ୍ୟା ଛାତ୍ରୀ ନିବାସ ଓ ୧କୋଟି ୪୨ଲକ୍ଷ ବ୍ୟୟ ଅଟକଳରେ ଆଦର୍ଶ ବିଦ୍ୟାଳୟ ମୋଡିଫିକେସନର ଭିତ୍ତିପ୍ରସ୍ତର ସ୍ଥାପନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ମୁଖ୍ୟ ଅତିଥି ଭାବେ ଓଡିଶା ବିଧାନସଭାର ଉପ-ବାଚସ୍ପତି ଶ୍ରୀଯୁକ୍ତ ରଜନୀକାନ୍ତ ସିଂହଙ୍କ ଯୋଗଦେଛନ୍ତି। ଏହି ନିବାସ ହେବା ଫଳରେ ଛାତ୍ରୀ ମାନେ ବିଶେଷ ଭାବେ ଉପକୃତ ହେବେ। ସମ୍ମାନୀତ ଅତିଥି ଭାବେ ଅନୁଗୋଳ ବ୍ଳକ ଅଧ୍ୟକ୍ଷା ଶ୍ରୀ ମତୀ ରାଜଶ୍ରୀ ସାହୁ, ୩ ନଂ ଯୋନ ଜିଲ୍ଲା ପରିଷଦ ସଭ୍ୟ ଶ୍ରୀ ପ୍ରିୟଦର୍ଶୀ  ପଟ୍ଟନାୟକ, ଅନୁଗୋଳ ବ୍ଳକ ବିଜୁ ଜନତା ଦଳ ସଭାପତି ଶ୍ରୀ ସରୋଜ ନାରାୟଣ ସାହୁ, ପ୍ରଧାନ ଶିକ୍ଷୟତ୍ରୀ, ବିଜ୍ଞାନୀ ବେହେରା, କୃଷ୍ଣଚନ୍ଦ୍ର ପ୍ରଧାନ, ଦୀପକ କୁମାର ପ୍ରଧାନ, ପୂର୍ତ୍ତ ବିଭାଗର ଅଧିକାରୀ ଓ ଗ୍ରାମବାସୀ ମାନେ ଉପସ୍ଥିତ ଥିଲେ ।