ପତ୍ରିକା ସାଇ କଥା ଅମୃତର ୯ମ ବାର୍ଷିକ ସମାରୋହ : ଓମଟିଭି

ଭୁବନେଶ୍ୱର  ମାସିକ ପତ୍ରିକା ସାଇ କଥା ଅମୃତର ୯ମ ବାର୍ଷିକ ସମାରୋହ ସ୍ଥାନୀୟ  ଉତ୍କଳ ବିଶ୍ବ ବିଦ୍ୟାଳୟ ବାଣୀବିହାର ପରିସର ମଧ୍ୟରେ ଅନୁଷ୍ଠିତ ହୋଇଯାଇ ଅଛି  । ମାସିକ ପତ୍ରିକା ସାଇ କଥା ଉନ୍ମୋଚନ କରାଯାଇ ଥିଲା ଏଥରେ ମୁଖ୍ୟ ଅତିଥି ଭାବରେ ଉତ୍କଳ ବିଶ୍ବବିଦ୍ୟାଳୟର କୂଳସଚିବ ଡ଼ ଅଭୟ କୁମାର ନାୟକ ଯୋଗ ଦେଇ  ବାବଙ୍କ ଲୀଳା ସମ୍ପର୍କରେ ଆଲୋକ ପାତ କରିଥିଲେ ।

ପତ୍ରିକା ସାଇ କଥା ଅମୃତର ୯ମ ବାର୍ଷିକ ସମାରୋହ : ଓମଟିଭି

ପତ୍ରିକା ସାଇ କଥା ଅମୃତର ୯ମ ବାର୍ଷିକ ସମାରୋହ : ଓମଟିଭି

ଭୁବନେଶ୍ୱର  ମାସିକ ପତ୍ରିକା ସାଇ କଥା ଅମୃତର ୯ମ ବାର୍ଷିକ ସମାରୋହ ସ୍ଥାନୀୟ  ଉତ୍କଳ ବିଶ୍ବ ବିଦ୍ୟାଳୟ ବାଣୀବିହାର ପରିସର ମଧ୍ୟରେ ଅନୁଷ୍ଠିତ ହୋଇଯାଇ ଅଛି  । ମାସିକ ପତ୍ରିକା ସାଇ କଥା ଉନ୍ମୋଚନ କରାଯାଇ ଥିଲା ଏଥରେ ମୁଖ୍ୟ ଅତିଥି ଭାବରେ ଉତ୍କଳ ବିଶ୍ବବିଦ୍ୟାଳୟର କୂଳସଚିବ ଡ଼ ଅଭୟ କୁମାର ନାୟକ ଯୋଗ ଦେଇ  ବାବଙ୍କ ଲୀଳା ସମ୍ପର୍କରେ ଆଲୋକ ପାତ କରିଥିଲେ । ଏଥିରେ ସମ୍ମାନିତ ଅତିଥି ଭାବରେ ବରିଷ୍ଟ ସାହିତ୍ୟିକା ଶ୍ରୀମତୀ ବିଷ୍ଣୁ ପ୍ରିୟା ଓତା ଦିବ୍ୟ କୃପା ପାଇଁ ଆଶାର ସାଧନ ରହିବ ଆବଶ୍ୟକ ବୋଲି ଆଲୋଚନା କରିଥିଲେ । ଅନ୍ୟତମ ଅତିଥି ଭାବରେ  ପ୍ରସିଦ୍ଧ କଣ୍ଠ ଶିଳ୍ପୀ ତଥା ପ୍ରଫେସର  ଅନୁସୟା ନାଥ ଏବଂ ମୁଖ୍ୟ ବକ୍ତା ଭାବରେ ପ୍ରଫେସର ରମେଶ ଚନ୍ଦ୍ର ମଲ୍ଲିକ ଯୋଗ ଦେଇ ସାଇନାଥ ଙ୍କର ଅପାର ମହିମା କରୁଣା ଦୀର୍ଘ ବର୍ଣ୍ଣନା କରିଥିଲେ ଏଥରେ ସାଇ କଥା ଅମୃତର ସମ୍ପାଦକ ଶ୍ରୀ ପ୍ରସନ୍ନ କୁମାର ଜେନା ଅତିଥି ମାନଙ୍କର ପରିଚୟ ପ୍ରଦାନ କରିବା ସହିତ ସ୍ୱାଗତ ଭାଷଣ କରିଥିଲେ । ଉତ୍ସଵକୁ ସୁନ୍ଦର ଭାବରେ ସଂଯୋଜନା କରିଥିଲେ ଶ୍ରୀମତୀ ପ୍ରଭାତି ମିଶ୍ର ଏହି ଅବସରରେ ଅକ୍ଷୟ କୁମାର ସ୍ୱାଇଁ (ଆଠଗଡ଼) ଓ ସୁକାନ୍ତ କୁମାର ଗୁମାନସିଂହଙ୍କୁ ସମ୍ବର୍ଦ୍ଧନା କରାଯାଇଥିଲା ଶେଷ ରେ ଧନ୍ୟବାଦ ଅର୍ପଣ କରିଥିଲେ ସମ୍ପାଦକ ପ୍ରସନ୍ନ କୁମାର ଜେନା।