ବୈଷୟିକ ଶିକ୍ଷା ସଚେତନତା ରଥର ଶୁଭାରମ୍ଭ : Ommtv

ବୈଷୟିକ ଶିକ୍ଷା ସଚେତନତା ରଥର ଶୁଭାରମ୍ଭ : Ommtv

ବୈଷୟିକ ଶିକ୍ଷା ସଚେତନତା ରଥର ଶୁଭାରମ୍ଭ : Ommtv

ବୈଷୟିକ ଶିକ୍ଷା ସଚେତନତା ରଥର ଶୁଭାରମ୍ଭ : Ommtv

ଭୁବନେଶ୍ୱର,୧୦ା୩ : ଓକେସିଏଲ୍ ପକ୍ଷରୁ ବୈଷୟିକ ଶିକ୍ଷା ସଚେତନତା ରଥର
ଶୁଭାରମ୍ଭ ଚିନ୍ତାମଣୀଶ୍ୱର ମନ୍ଦିର ପ୍ରାଗଣରେ ଅନୁଷ୍ଠିତ ହୋଇଯାଇଛି ।
ଓକେସିଏଲ୍‌ର ଖୋର୍ଦ୍ଧା ଜିଲ୍ଲା ସଂଯୋଜକ ଦେବାଶିଷ ପରିଡାଙ୍କ ଅଧ୍ୟକ୍ଷତାରେ
ଅନୁଷ୍ଠିତ ଏହି ଉଦ୍‌ଘାଟନୀ ଉତ୍ସବରେ ମୁଖ୍ୟ ଅତିଥି ଭାବେ ଜଟଣୀ ବିଧାୟକ
ସୁର ରାଉତରାୟ, ସମ୍ମାନିତ ଅତିଥି ଭାବେ ୪୫ ନମ୍ବର ଓାର୍ଡର କର୍ପୋରେଟର
ଅମରେଶ ଜେନା ଯୋଗଦେଇ ପତାକା ହଲାଇ ପରିଭ୍ରମଣ ରଥର ଶୁଭାରମ୍ଭ କରିଥିଲେ ।
ଏହି ରଥ ଖୋର୍ଦ୍ଧା ଜିଲ୍ଲାର ବିଭିନ୍ନ ସ୍ଥାନରେ ରହିଥିବା ଓକେସିଏଲ୍ ସ୍ୱୀକୃତି
ପ୍ରାପ୍ତ କେନ୍ଦ୍ର ପରିଭ୍ରମଣ କରି ଜନ ସଚେତନତା ସୃଷ୍ଟି କରିବ । ଓକେସିଏଲ୍ ପକ୍ଷରୁ
ମାତ୍ର ୩ ମାସ ମଧ୍ୟରେ ପ୍ରଦାନ କରାଯାଉଥିବା କମ୍ପୁଟର ଶିକ୍ଷା ଦ୍ୱାରା ଜଣେ
ଡିଜିଟାଲ ଦୁନିଆଁରେ ଅତି ସହଜରେ ପାଦ ଥାପି ପାରିବ । ଏହି ପାଠ୍ୟକ୍ରମ
ରାଜ୍ୟ ସରକାରଙ୍କ ସ୍ୱୀକୃତି ଲାଭ କରିଥିବା ବେଳେ ରାଜ୍ୟ ମୁକ୍ତ ବିଶ୍ୱବିଦ୍ୟାଳୟ
ପକ୍ଷରୁ ପ୍ରମାଣ ପତ୍ର ପ୍ରଦାନ କରାଯାଉଛି ବୋଲି ସଂଯୋଜକ ଶ୍ରୀଯୁକ୍ତ ପରିଡା
କହିଥିଲେ । ଏହି କାର୍ଯ୍ୟକ୍ରମରେ ଜିଲ୍ଲାର ସମସ୍ତ ସ୍ୱୀକୃତି ପ୍ରାପ୍ତ କେନ୍ଦ୍ରର
ପ୍ରଶିକ୍ଷଣ ନିର୍ଦ୍ଦେଶକ ଓ ସ୍ଥାନୀୟ କେନ୍ଦ୍ରର ଛାତ୍ରଛାତ୍ରୀ ମାନେ ଉପସ୍ଥିତ ଥିଲେ ।