ସେସାର ରେୟେସ ଓ ଗୋବିନ୍ଦ ଭାଇ ଢୋଲକିଆଙ୍କୁ କିସ୍‍ ଜୀବନବ୍ୟାପୀ ସାଧନା ସମ୍ମାନ : Ommtv

ସେସାର ରେୟେସ ଓ ଗୋବିନ୍ଦ ଭାଇ ଢୋଲକିଆଙ୍କୁ କିସ୍‍ ଜୀବନବ୍ୟାପୀ ସାଧନା ସମ୍ମାନ

ସେସାର ରେୟେସ ଓ ଗୋବିନ୍ଦ ଭାଇ ଢୋଲକିଆଙ୍କୁ କିସ୍‍ ଜୀବନବ୍ୟାପୀ ସାଧନା ସମ୍ମାନ : Ommtv

ସେସାର ରେୟେସ ଓ ଗୋବିନ୍ଦ ଭାଇ ଢୋଲକିଆଙ୍କୁ କିସ୍‍ ଜୀବନବ୍ୟାପୀ ସାଧନା ସମ୍ମାନ : Ommtv
ଭୁବନେଶ୍ୱର, ୧୬ା୨: କିଟ୍‍ ବିଶ୍ୱବିଦ୍ୟାଳୟର ୨୦ତମ ପ୍ରତିଷ୍ଠା ଦିବସ ଅବସରରେ ଗୁଏତମାଲାର ପୂର୍ବତନ ଉପରାଷ୍ଟ୍ରପତି ସେସାର ଗୁଲେରମୋ କାସିଲେ ରେୟେସ ଓ ଶ୍ରୀ ରାମକ୍ରିଷ୍ଣ ଏକ୍‍ସପର୍ଟ ପ୍ରାଇଭେଟ୍‍ ଲିମିଟେଡ୍‍ର ପ୍ରତିଷ୍ଠାତା ଅଧ୍ୟକ୍ଷ ଗୋବିନ୍ଦ ଭାଇ ଲାଲ୍‍ଜୀ ଭାଇ ଢୋଲକିଆଙ୍କୁ କିସ୍‍ ଜୀବନବ୍ୟାପୀ ସାଧନା ସମ୍ମାନ ପ୍ରଦାନ କରାଯାଇଛି । କିସ୍‍ ବିଶ୍ୱବିଦ୍ୟାଳୟ ଉପକୁଳାଧିପତି ପ୍ରଫେସର ଅମରେଶ୍ୱର ଗାଲା ଓ କୁଳପତି ପ୍ରଫେସର ଦୀପକ ବେହେରାଙ୍କ ଉପସ୍ଥିତିରେ କିଟ୍‍ ଓ କିସ୍‍ ପ୍ରତିଷ୍ଠାତା ଅଚ୍ୟୁତ ସାମନ୍ତ ଏହି ସମ୍ମାନ ପ୍ରଦାନ କରିଥିଲେ । ଏହି ଅବସରରେ କିସ୍‍ ଛାତ୍ରଛାତ୍ରୀଙ୍କୁ ଉଦ୍‍ବୋଧନ ଦେଇ ଶ୍ରୀ ଢୋଲକିଆ କହିଲେ, ପୂର୍ବରୁ ସେ କେବେ ବି ଏତେ ବଡ଼ ଅନୁଷ୍ଠାନ ଓ ଏତେ ସଂଖ୍ୟକ ଛାତ୍ରଛାତ୍ରୀଙ୍କୁ ଏକାଠି ଦେଖି ନଥିଲେ । ଏତେ ସଂଖ୍ୟକ ଛାତ୍ରଛାତ୍ରୀଙ୍କୁ ଗୋଟିଏ ସ୍ଥାନରେ ଏକାଠି ଦେଖିବା ତାଙ୍କ ଜୀବନରେ ପ୍ରଥମ ବୋଲି ସେ କହିଥିଲେ । କିସ୍‍ର ଛାତ୍ରଛାତ୍ରୀମାନେ ଭାଗ୍ୟବାନ ହୋଇଥିବାରୁ ଏଠାରେ ପାଠ ପଢ଼ିବାର ସୁଯୋଗ ପାଇଛନ୍ତି । ପ୍ରତିଷ୍ଠାତା ଶ୍ରୀ ସାମନ୍ତଙ୍କ କାର୍ଯ୍ୟକୁ ପ୍ରଶଂସା କରିବା ସହ ଆଜି ସେ ଜଣେ ଦ୍ୱିତୀୟ ମହାପୁରୁଷଙ୍କ ସାକ୍ଷାତ ପାଇଲେ ବୋଲି ଶ୍ରୀ ଢୋଲକିଆ କହିଥିଲେ । ସେହିପରି ରେୟେସ ତାଙ୍କ ବକ୍ତବ୍ୟରେ ଅଚ୍ୟୁତ ସାମନ୍ତଙ୍କ ଭଳି ବ୍ୟକ୍ତିତ୍ୱ ଆମେ ଆମ ଦେଶରେ ଆବଶ୍ୟକ କରୁଛୁ ବୋଲି କହିଥିଲେ । ତାଙ୍କ ଭଳି ଜଣେ ବ୍ୟକ୍ତି ପାଇଲେ ଆମେ କିସ୍‍ ଭଳି ଏକ ଅନୁଷ୍ଠାନ ତିଆରି କରିପାରିବୁ ଓ ତୁମମାନଙ୍କ ଭଳି ଆମ ଦେଶର ଅଧିକ ସଂଖ୍ୟକ ଛାତ୍ରଛାତ୍ରୀଙ୍କୁ ଶିକ୍ଷା ଦାନ କରିପାରିବୁ । ଛାତ୍ରଛାତ୍ରୀଙ୍କୁ ଉପଦେଶ ଦେଇ ସେ କହିଲେ ଛାତ୍ରଛାତ୍ରୀମାନେ ଭଲ ସ୍ୱପ୍ନ ଦେଖନ୍ତୁ ଓ ସେଗୁଡ଼ିକୁ ସାକାର କରନ୍ତୁ । ନିଜକୁ ଜଣେ ଜଣେ ଭଲ ନାଗରିକଭାବେ ଗଢିତୋଳି ପିତାମାତା,ସମାଜ ଓ ଦେଶର ଗୌରବ ବୃଦ୍ଧି କରନ୍ତୁ  ବୋଲି ସେସାର ଛାତ୍ରଛାତ୍ରୀମାନଙ୍କୁ ପରାମର୍ଶ ଦେଇଥିଲେ । କାର୍ଯ୍ୟକ୍ରମରେ ଭାରତର ପୂର୍ବତନ ପ୍ରଧାନମନ୍ତ୍ରୀ ଏଚ୍‍ ଡି. ଦେବେଗୌଡ଼ା ମଧ୍ୟ ଏଥିରେ ଯୋଗଦେବା ସ୍ଥିର ହୋଇଥିଲେ ମଧ୍ୟ ଶାରୀରିକ ଅସୁସ୍ଥତା ହେତୁ କାର୍ଯ୍ୟକ୍ରମରେ ଯୋଗ ଦେଇ ପାରିନଥିଲେ । ତେବେ ସେ ଏକ ବାର୍ତ୍ତା ମାଧ୍ୟମରେ ଛାତ୍ରଛାତ୍ରୀଙ୍କୁ ଶୁଭେଚ୍ଛା ଜଣାଇଥିଲେ ।