ମହିଳା ଏବଂ ଶିଶୁ ହେଲ୍ପ ଡେସ୍କ ସଂକ୍ରାନ୍ତୀୟ ଦୁଇ ଦିନିଆ କର୍ମଶାଳା : ଓମଟିଭି

ଆଜି ପୂର୍ବାହ୍ନରେ ଭୁବନେଶ୍ୱରସ୍ଥିତ ପୋଲିସ ସେବା ଭବନ ପରିସରରେ ରାଜ୍ୟ ମହିଳା ଓ ଶିଶୁ ଅପରାଧ ନିରାକରଣ ଶାଖା ଏବଂ ୟୁନିସେଫ ଓଡିଶାର ମିଳିତ ଆନୁକୁଲ୍ଯରେ ମହିଳା ଏବଂ ଶିଶୁ ହେଲ୍ପ ଡେସ୍କ ସଂକ୍ରାନ୍ତୀୟ ଦୁଇ ଦିନିଆ କର୍ମଶାଳା ଅନୁଷ୍ଠିତ ହୋଇଯାଇଛି।

ମହିଳା ଏବଂ ଶିଶୁ ହେଲ୍ପ ଡେସ୍କ ସଂକ୍ରାନ୍ତୀୟ ଦୁଇ ଦିନିଆ କର୍ମଶାଳା : ଓମଟିଭି

ମହିଳା ଏବଂ ଶିଶୁ ହେଲ୍ପ ଡେସ୍କ ସଂକ୍ରାନ୍ତୀୟ ଦୁଇ ଦିନିଆ କର୍ମଶାଳା : ଓମଟିଭି

ଆଜି ପୂର୍ବାହ୍ନରେ ଭୁବନେଶ୍ୱରସ୍ଥିତ ପୋଲିସ ସେବା ଭବନ ପରିସରରେ ରାଜ୍ୟ ମହିଳା ଓ ଶିଶୁ ଅପରାଧ ନିରାକରଣ ଶାଖା ଏବଂ ୟୁନିସେଫ ଓଡିଶାର ମିଳିତ ଆନୁକୁଲ୍ଯରେ ମହିଳା
ଏବଂ ଶିଶୁ ହେଲ୍ପ ଡେସ୍କ ସଂକ୍ରାନ୍ତୀୟ ଦୁଇ ଦିନିଆ କର୍ମଶାଳା ଅନୁଷ୍ଠିତ ହୋଇଯାଇଛି। ଏଥିରେ ମୁଖ୍ୟ ଅତିଥି ଭାବେ ଡିଜିପି ଶ୍ରୀଯୁକ୍ତ ସୁନୀଲ କୁମାର ବଂସଲ ଯୋଗଦେଇ ଏହି କର୍ମଶାଳାକୁ ଉଦ୍ଘାଟନ
କରିଥିଲେ । ମହିଳା ଏବଂ ଶିଶୁମାନଙ୍କ ବିରୋଧରେ ଅପରାଧକୁ ରୋକିବା ପାଇଁ ସାରା ରାଜ୍ୟରେ 608 ଟି ମହିଳା ଏବଂ ଶିଶୁ ଡେସ୍କ କାର୍ଯ୍ୟକାରୀ କରାଯାଇଛି ଏବଂ ସେଗୁଡିକର ସୁବିନିଯୋଗ
କରିବା ଉପରେ ଡିଜିପି ଶ୍ରୀ ବଂସଲ ମତବ୍ୟକ୍ତ କରିଥିଲେ | ଥାନାକୁ ଅଭିଯୋଗ କରିବାକୁ ଆସୁଥିବା ପିଡୀତାଙ୍କ ପ୍ରତି ସଂବେଦନଶୀଳ ହେବା ସହ ସେମାନଙ୍କ ପ୍ରତି ଦୟା, ମମତା ଏବଂ
କରୁଣା ଭାବ ଜାଗ୍ରତ କରିବା ଉପରେ ଡିଜିପି ପରାମର୍ଶ ଦେଇଥିଲେ | ପୋଲିସ କର୍ମଚାରୀ ମାନେ ମାନବିକତାକୁ ଗୁରୁତ୍ଵ ଦେଇ ଅଭିଯୋଗକାରୀଙ୍କ ମାନସିକ ସ୍ଥିତିକୁ ବୁଝି ସେମାନଙ୍କ ପ୍ରତି
ସଂବେଦନଶୀଳ ହୋଇ ବନ୍ଧୁତାପୂର୍ଣ୍ଣ ଆଚରଣ କରିବା ଉଚିତ ବୋଲି ଡିଜିପି ଶ୍ରୀ ବଂସଲ କହିଥିଲେ | ଯାହାଫଳରେ ଅଭିଯୋଗକାରୀ ଏବଂ ପୋଲିସ ଅଧିକାରୀଙ୍କ ମଧ୍ୟରେ ଏକ ଉତ୍ତମ ସମ୍ପର୍କ ସୃଷ୍ଟି
ହୋଇପାରିବ ବୋଲି ସେ ଆଶା ବ୍ୟକ୍ତ କରିଥିଲେ | ଏହି କାର୍ଯ୍ୟକ୍ରମରେ ପୋଲିସ କମିଶନର ଭୁବନେଶ୍ଵର-କଟକ ଶ୍ରୀ ଏସ.କେ ପ୍ରିୟଦର୍ଶୀ, ମୁଖ୍ୟବକ୍ତା ଭାବେ ଯୋଗ ଦେଇ ଅଭିଯୋଗକାରୀଙ୍କ ପ୍ରତି ପୋଲିସ ଅଧିକାରୀ/ କର୍ମଚାରୀଙ୍କର ଉତ୍ତମ ବ୍ୟବହାର ପ୍ରଦର୍ଶନ ସହ ମହିଳା ଓ ଶିଶୁ ଅପରାଧ ମାମଲା ଗୁଡିକର ତଦନ୍ତ ପ୍ରକ୍ରିୟା ସମ୍ପର୍କରେ ସମସ୍ତ ପୋଲିସ ଅଧିକାରୀ ଏବଂ କର୍ମଚାରୀ ଜାଣିବା ଉଚିତ ବୋଲି କହିଥିଲେ | ଏହାସହ ଅଭିଯୋଗକାରୀଙ୍କୁ ମଧ୍ୟ ସେମାନଙ୍କର ଅଭିଯୋଗର ତଦନ୍ତ ଏବଂ ଅଗ୍ରଗତି ସମ୍ପର୍କରେ ମଧ୍ୟ ସୂଚାଇଦେବା ଉଚିତ ବୋଲି ସେ ମତବ୍ୟକ୍ତ କରିଥିଲେ | ଏହାସହ ମହିଳା ସଶକ୍ତିକରଣ ସମ୍ପର୍କରେ ସେ ଗୁରୁତ୍ଵାରୋପ କରିଥିଲେ | ସମସ୍ତ ପୋଲିସ ଅଧିକାରୀ/ କର୍ମଚାରୀ ସଚେତନ, ସମ୍ବେଦନଶୀଳ ହେବାକୁ ସେ ପରାମର୍ଶ ଦେଇଥିଲେ | ଏହି କାର୍ଯ୍ୟକ୍ରମରେ ସମ୍ମାନିତ ଅତିଥି ଭାବେ ODISHA POLICE STATE HEADQUARTERS CUTTACK. ଏଡିଜିପି (ସିଆଇଡି ସିବି), ଶ୍ରୀ ଅରୁଣ କୁମାର ବୋଥ୍ରା ଯୋଗଦେଇ ସମସ୍ତ ପୋଲିସ ଅଧିକାରୀ
ମହିଳା ଓ ଶିଶୁଙ୍କ ବିରୁଦ୍ଧରେ ହେଉଥିବା ଅପରାଧକୁ ଗମ୍ଭୀରତାର ସହ ନେବା ଉଚିତ ଏବଂ ସେମାନଙ୍କୁ ସୁରକ୍ଷା ତଥା ନ୍ୟାୟ ପ୍ରଦାନ କରିବାରେ ଅଗ୍ରଣୀ ଭୂମିକା ଗ୍ରହଣ କରିବାକୁ ସେ ପରାମର୍ଶ
ଦେଇଥିଲେ | ମାନବ ଚାଲାଣରୁ ଉଦ୍ଧାର କରଯାଇଥିବା ମହିଳା ଏବଂ ଶିଶୁଙ୍କୁ ସେମାନଙ୍କ ପରିବାର ଲୋକଙ୍କୁ ହସ୍ତାନ୍ତର କଲେ ଏକ ଅଭୂତପୂର୍ବ ଆତ୍ମସନ୍ତୋଷ ମିଳିଥାଏ ବୋଲି ସେ
କହିଥିଲେ | ଅତିରିକ୍ତ ଡିଜିପି (ମହିଳା ଏବଂ ଶିଶୁ ଅପରାଧ ନିରାକରଣ ଶାଖା) ଶ୍ରୀମତୀ ରେଖା ଲୋହାନୀ କାର୍ଯ୍ୟକ୍ରମ ପ୍ରାରମ୍ଭରେ ସମସ୍ତଙ୍କୁ ସ୍ଵାଗତ କରିବା ସହ କର୍ମଶାଳା ଆୟୋଜନର ଆଭିମୁଖ୍ଯ
ସମ୍ପର୍କରେ ଆଲୋକପାତ କରିଥିଲେ | ଏହି କାର୍ଯ୍ୟକ୍ରମରେ ଚାଇଲ୍ଡ ଇଣ୍ଡିଆ ଫାଉଣ୍ଡେସନର ମୁଖ୍ୟ ଅନୁରାଧା ଉପସ୍ଥିତ ରହି ପୋଲିସ ଅଧିକାରୀ/ କର୍ମଚାରୀଙ୍କୁ ତାଲିମ ପ୍ରଦାନ କରିଥିଲେ | ମହିଳା ଓ
ଶିଶୁ ଅପରାଧ ନିରାକରଣ ଶାଖାର ଡିଏସପି ଶ୍ରୀମତୀ ଇମନ କଲ୍ୟାଣ ନାୟକ କାର୍ଯ୍ୟକ୍ରମକୁ ସଂଯୋଜନା ଓ ପରିଚାଳନା କରିଥିଲେ | କର୍ମଶାଳାରେ ବିଭିନ୍ନ ଜିଲ୍ଲାରୁ ପୋଲିସ ଅଧିକାରୀ ଓ
କର୍ମଚାରୀମାନେ ଅଂଶଗ୍ରହଣ କରିଥିଲେ |